LFW 2020 ରେ ଚଳିତ ବର୍ଷ ବଲିଉଡ୍‌ର ଡିଭା ନୁହେଁ ବରଂ ଫ୍ୟାସନରେ ସମସ୍ତଙ୍କୁ ଆଉଟ୍‌ କଲେ ସାନିଆ

ଆପଣମାନେ ସମସ୍ତେ ଜାଣିଛନ୍ତି ଫ୍ୟାସନ ଦୁନିଆରେ ସବୁଠାରୁ ବଡ ଏବଂ ଧମାକାଦାର୍‌ ଶୋ’ ଅର୍ଥାତ ଲାକ୍ଷ୍ମୀ ଫ୍ୟାସନ ଓ୍ଵିକ୍‌ ଆରମ୍ଭ ହୋଇସାରିଛି। ଗତ ଦିନରେ ଏହି ଇଭେଣ୍ଟରେ ଅନେକ ଷ୍ଟାରମାନଙ୍କ ଭିଡ ଦେଖିବାକୁ ମଧ୍ୟ ମିଳିଛି। ସୂଚନା ମୁତାବକ ଏହି ଫ୍ୟାସନ ଓ୍ଵିକ୍‌ ୧୨ ରୁ ୧୬ ଫେବୃଆରୀ ପର୍ଯ୍ୟନ୍ତ ଜାରି ରହିବ। ଏହି ଶୋ’ରେ ସୁନ୍ଦରୀ ଯୁବତୀମାନେ ସବୁଠାରୁ ଅଧିକ ଲୋକଙ୍କୁ ଆକର୍ଷିତ କରିଥାନ୍ତି। କିନ୍ତୁ ଚଳିତ ବର୍ଷ କେବଳ ସୁନ୍ଦରୀ ଯୁବତୀ ନୁହନ୍ତି ବରଂ ତାମିଲ, ତେଲଗୁ ଏବଂ ହିସନ୍ଦୀ ଆକ୍ଟର ସିଦ୍ଧାର୍ଥ ସୂର୍ଯ୍ୟନାରାୟଣ ମଧ୍ୟ ର‍୍ୟାମ୍ପରେ ନିଜର ଜଲଓ୍ଵା ଦେଖାଇଛନ୍ତି।

sidharthସୂଚନା ମୁତାବକ ଏହି ଶୋ’ ରେ ସାନିଆ ମିର୍ଜା, ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ ସୂର୍ଯ୍ୟନାରାୟଣ ର‍୍ୟାମ୍ପରେ ନିଜର ଝଲକ୍‌ ଦେଖାଇଛନ୍ତି। ବେବି ଡଲ୍‌ ସନି ଲିଓନି ର‍୍ୟାମ୍ପ ଓ୍ଵାକ୍‌ କରିନଥିଲେ ମଧ୍ୟ ସେ େଓ୍ଵଗନ ଫ୍ୟାସନ କ୍ୟାମ୍ପେନ୍‌ ରେ ଭାଗ ନେଇଥିଲେ। ସନିଙ୍କ ଲୁକ୍‌ ଦର୍ଶକଙ୍କୁ ଖୁବ୍‌ ଆକର୍ଷିତ କରିପାରିଛି। ତେବେ ଜାଣନ୍ତୁ କେଉଁ ସୁନ୍ଦରୀ ଯୁବତୀ ସବୁଠାରୁ ଅଧିକ ଲୋକଙ୍କୁ ଆକର୍ଷିତ କରିପାରିଛନ୍ତି।

lfwସ୍ପୋର୍ଟସ୍‌ ଡିପାର୍ଟମେଣ୍ଟର ସବୁଠାରୁ ହଟ୍‌ ଏବଂ ସବୁଠାରୁ ସୁନ୍ଦର ମହିଳାଙ୍କ ମଧ୍ୟରେ ସାନିଆ ମିର୍ଜା ଏହି ଶୋ’ର ର‍୍ୟାମ୍ପରେ ଷ୍ଟେଜ୍‌ରେ ନିଆଁ ଲଗାଇଛନ୍ତି। ତାଙ୍କର ସିମ୍ପଲ୍‌ ଏବଂ କ୍ଲାସି ଲୁକ୍‌ ପ୍ରତ୍ୟେକଙ୍କୁ ଫ୍ୟାସନେବୁଲ ଏବଂ ଷ୍ଟାଇଲିସ୍‌ ସହ କମ୍ଫର୍ଟ ରହିବା ପାଇଁ ଉତ୍ସାହିତ କରିଥିଲେ। ସେହିଭଳି ରୟାଲ୍‌ କ୍ୱିନ୍‌ ଅଦିତି ରାଓ ହୈଦରୀ ମଧ୍ୟ ନିଜର ବ୍ଲୁ ଯାଦୁରେ ସମସ୍ତଙ୍କୁ ନିଜର ଦିଓ୍ଵାନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.