ତୃତୀୟ ଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ, ସୋସିଆଲ ମିଡିଆରେ ସେୟାର କଲେ ଇମୋସନାଲ ଭିଡିଓ

ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଅଭିନେତ୍ରୀ ଲିସା ହେଡେନ ପୁଣି ଥରେ ମା’ ହେବାକୁ ଯାଉଛନ୍ତି। ତୃତୀୟ ଥର ପାଇଁ ମା’ ହେବାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଇମୋସନାଲ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏହି ଭିଡିଓ କ୍ଯାପସନରେ ଲିସା ଡେଲିଭରୀ ତାରିଖ ମଧ୍ୟ କହିଛନ୍ତି। ସମ୍ଭବତଃ ଜୁନ ବେଳକୁ ତୃତୀୟ ପିଲାକୁ ଜନ୍ମ ଦେଇପାରନ୍ତି ଲିସା।

 

View this post on Instagram

 

A post shared by Lisa Lalvani (@lisahaydon)

୨୦୧୬ରେ ଲିସା ଡିନୋ ଲାଲବାନୀଙ୍କ ସହିତ ବିବାହ କରିଥିଲେ। ଦୁହିଁଙ୍କ ଦୁଇଟି ସନ୍ତାନ ରହିଥିବା ବେଳେ ଏବେ ପୁଣି ତୃତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଲିସା ନିଜ ପିଲାଙ୍କର କ୍ଯୁଟ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ଏବେ ଏହି ଖବର ଶୁଣି ଲିସାଙ୍କ ଫ୍ଯାନ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏହାଛଡା ଲିସାଙ୍କ ସନ୍ତାନଙ୍କ ନାମକରଣ ମଧ୍ୟ ଫ୍ଯାନମାନେ କରିଛନ୍ତି।

Leave A Reply

Your email address will not be published.