ଅନିଲ କପୁରଙ୍କ ଘରକୁ ଆସିଲା କୁନି ଅତିଥି, Photo ସେୟାର କରି କହିଲେ, ‘ସବୁଠୁ କ୍ୟୁଟେଷ୍ଟ କପୁରଙ୍କର ପରିଚୟ କରାଉଛି’

ବଲିଉଡର ଜଣାଶୁଣା ଅଭିନେତା ଅନିଲ କପୁର ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ରହିଥାନ୍ତି। ସେ ସବୁବେଳେ ଭିଡ଼ିଓ ଏବଂ ଫଟୋ ଅପଲୋଡ କରି ନିଜ ଫ୍ୟାନମାନଙ୍କ ସହ ଯୋଡ଼ି ହୋଇରହିଥାନ୍ତି। ନିକଟରେ ସେ ନିଜ ଘରକୁ ଆସିଥିବା କ୍ୟୁଟ ତଥା କୁନି ଅତିଥିଙ୍କର ସମସ୍ତଙ୍କ ସହିତ ପରିଚୟ କରାଇଥିଲେ। ସେ କୁନି ଅତିଥିର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯେଉଁଥିରେ ସେ ତାକୁ କୋଳରେ ଧରି ବସିଥିବାର ନଜର ଆସୁଛନ୍ତି।

ଅନିଲ କପୁରଙ୍କ ଘରକୁ ଆସିଥିବା ଏହି କୁନି ଅତିଥି ହେଉଛି ଛୋଟ ଡଗି, ଯିଏ ଏହି ଅଭିନେତାଙ୍କ କୋଳରେ ଆରାମରେ ଶୋଇଥିବା ଦେଖିବାକୁ ମିଳିଛି। ଅନିଲ କପୁର ନିଜ ଟୁଇଟର ହ୍ୟାଣ୍ଡେଲରୁ ଏହାର କିଛି ଫଟୋ ସେୟାର କରିଛନ୍ତି, ଯାହା ଫ୍ୟାନମାନଙ୍କୁ ଖୁବ ପସନ୍ଦ ଆସିଛି।

ju

ଫଟୋଗୁଡ଼ିକୁ ସେୟାର କରି ସେ କ୍ୟାପସନ ଲେଖିଛନ୍ତି ଯେ ‘ସବୁଠୁ କ୍ୟୁଟେଷ୍ଟ କପୁରଙ୍କର ଆପଣମାନଙ୍କ ସହ ପରିଚୟ କରାଉଛି। ରଶେଲ କ୍ରୋ କପୁର, ଜୁହୁର ରାଜକୁମାର’। ଅନିଲ ସେୟାର କରିଥିବା ଏହି ଫଟୋରେ ଫ୍ୟାନମାନେ ଅନେକ କମେଣ୍ଟ ଦେଇଛନ୍ତି। ଏହାକୁ ତାଙ୍କ ଝିଅ ସୋନାମ କପୁର ମଧ୍ୟ ଲାଇକ କରିଛନ୍ତି।