ଆପଣ ଏହି ଖବର ପଢିସାରିବା ବେଳକୁ ଭାରତରୁ ଗୋଟିଏ ଯୁବତୀ ଗାୟବ ହୋଇଯାଇଥିବ

ଭାରତରେ ପ୍ରତିଦିନ ୨୭୦ ଯୁବତୀ ଗାୟବ ହେଇଯାଉଛନ୍ତି । କୁଆଡେ ଯାଉଛନ୍ତି ଏମାନେ ? ଠିକ୍ ଅନୁମାନ କରିଛନ୍ତି ଆପଣ । ଅଧିକାଂଶ ଯୁବତୀଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରାଯାଉଛି । ସେମାନଙ୍କୁ ଦେହଜୀବୀ ବନାଇ ଦିଆଯାଉଛି , ନିଜ ଇଛାରେ ବନୁ ନାହାଁନ୍ତି । ଆଉ ଏଥିପାଇଁ ସେମାନଙ୍କୁ ଗାୟବ କରିଦିଆଯାଉଛି । ଅର୍ଥାତ୍ କିଛି ନଜଣାଇ ମିଛ କହି ସେମାନଙ୍କୁ ଏହି ନେଟୱର୍କରେ ଫସାଇ ଦିଆଯାଉଛି ।

ଆପଣ କହିପାରନ୍ତି ଏହା ଚିନ୍ତାଜନକ । ସରକାରଙ୍କୁ କିଛି ପଦକ୍ଷେପ ନେବା ଆବଶ୍ୟକ । ତେବେ ଗୋଟିଏ କାମ କରବା ଏହି ନମ୍ବରକୁ ପରିବର୍ତ୍ତନ କରିବା ନାହିଁ କିମ୍ବା ଏହା ଉପରେ ଅଧିକ ପରୀକ୍ଷଣ କରିବା ନାହିଁ । ଏହି ନମ୍ବରରେ ଜଣେ ଯୁବତୀଙ୍କୁ ଫିଟ୍ କରାଇଦେବା । ସୋନିଆଙ୍କୁ । ଏକ ଏମିତି ଝିଅ ଯାହାର ଭଉଣୀକୁ କାମ ଦେବା ବାହାନାରେ ମୁମ୍ବାଇ ପଠାଇ ଦିଆଯାଉଛି । ଯେମିତି ୨୭୦ ଯୁବତୀ ଗାୟବ ହେଉଛନ୍ତି । ଫଳରେ ସୋନିଆର ଯିଦ୍ ବଢୁଛି । ଏବଂ ସେ ନିଜେ ଗାୟବ ହେଉଛି । କଣ ସୋନିଆ ନିଜ ଭଉଣୀକୁ ଖୋଜି କି ପାଉଛି ?

ଏହି କାହାଣୀ କାଳ୍ପନିକ ନା ବାସ୍ତବ ?

rajkumar

ନିର୍ଭର କରେ ଆପଣ କେଉଁଠି ଛିଡା ହୋଇ ଦେଖୁଛନ୍ତି । ତବରେଜ୍ ନାମକ ଜଣେ ବ୍ୟକ୍ତି । ଫିଲ୍ମ ପ୍ରଯୋଜନା କରନ୍ତି । ଲସ୍ ଏଞ୍ଜେଲସରେ ରୁହନ୍ତି । ୨୦୦୩ରେ ଦିନେ ସକାଳେ ଖବର କାଗଜ ପଢୁଥିଲେ । ସେଥିରେ ଖବର ଗୋଟିଏ ପାଣି ଟାଙ୍କିର ଥିଲା । କିନ୍ତୁ ସେଥିରେ ପାଣି ନଥିଲା, ଥିଲେ ଝିଅ । ଲୁଚାଇକି ଏମାନଙ୍କୁ ରଖା ଯାଇଥିଲା । ସେମାନଙ୍କୁ ସାମଗ୍ରୀ ଭଳି ଟ୍ରାନ୍ସପୋର୍ଟ କରାଯାଉଥିଲା । ବେଆଇନ୍ ଢଙ୍ଗରେ ଆଉ ବେଆଇନ୍ କାମ ପାଇଁ । ଜବରଦସ୍ତ ଦେହଜୀବୀ ବନାଇବା ପାଇଁ । ଯୁବତୀମାନେ ଚୀନର ଥିଲେ । କିନ୍ତୁ ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ଯୁବତୀ ଥିଲେ । ଏହି ଖବର ପଢିବା ପରେ ତବରେଜଙ୍କ ଜାଣିବାକୁ ଆଗ୍ରହ ହେଲା ଭାରତୀୟ ଯୁବତୀ ଏମାନଙ୍କ ମଧ୍ୟରେ କେଉଁଠୁ ଆସିଲା । ତେଣୁ ଏନେଇ ଜାଣିବା ପାଇଁ ଅନେକ ଏନଜିଓଙ୍କ ସହ ସାକ୍ଷାତ କଲେ । ଏମିତି ଅନେକ ସ୍ଥାନକୁ ଗଲେ ଯେଉଁଠାରେ ଚଢାଉ ହୋଇଥାଏ । ଯାହା ଫଳରେ ଜବରଦସ୍ତ ଏହି ବ୍ୟବସାୟରେ ଥିବା ଯୁବତୀମାନଙ୍କୁ ବଂଚା ଯାଇପାରିବ ।

ଏହା ସହ ପଢନ୍ତୁ କାହିଁକି ସ୍ବାମୀ ଡେନିୟଲଙ୍କୁ କରିବାକୁ ପଡିଲା ଆଡଲ୍ଟ ଫିଲ୍ମ ? ସନ୍ନି ଲିଓନି କଲେ ଖୁଲାସା

ଏହି ସମୟରେ ତାଙ୍କୁ ସୋନିଆ ଭଳି ଅନେକ ଯୁବତୀ ମିଳିଲେ । ତବରେଜ୍ କାମ କରିଚାଲିଲେ । କାହାଣୀ ଲେଖିଚାଲିଲେ । ଆଉ ଏବେ ଏହି କାହାଣୀ ଫିଲ୍ମ ରୁପରେ ସାମ୍ନାକୁ ଆସିଲା । ଯାହାର ଟାଇଟେଲ୍ ରହିଛି ଲଭ୍ ସୋନିଆ । ଏହି ଫିଲ୍ମ ୧୪ ସେପ୍ଟେମ୍ବରରେ ରିଲିଜ୍ ହେବ । ଏହାର ଟ୍ରେଲର୍ ରିଲିଜ୍ ହୋଇସାରିଛି ।

୧୫୦୦ ଝିଅଙ୍କୁ ଟାଏଲ୍ କରିବା ପରେ ମୃଣାଲଙ୍କୁ ବଛା ଯାଇଛି :

love-soniaସିନେମାର ଲିଡ୍ ରୋଲରେ ଅଛନ୍ତି ମୃଣାଲ ଠାକୁର୍ । ଅନେକ ଟିଭି ସିରିଏଲରେ କାମ କରିବା ପରେ ମୃଣାଲଙ୍କୁ ଏହି ଇଣ୍ଟରନ୍ୟାସନାଲ୍ ସିନେମା ମିଳିଛି । ଅଭିଜ୍ଞତା ପାଇଁ ନୁହେଁ ଅଡିସନ୍ ଏବଂ ସ୍କ୍ରିନ୍ ଟେଷ୍ଟ ପରେ ଏହି ରୋଲ୍ ପାଇଛନ୍ତି ମୃଣାଲ । ଏହି ସିନେମା ପାଇଁ ୧୫୦୦ ଝିଅଙ୍କ ଅଡିସନ୍ ହୋଇଥିଲା । କିନ୍ତୁ କେହି ଏହି ଭୂମିକା ପାଇଁ ଠିକ୍ ହୋଇନଥିଲେ । ଏହାପରେ ମୃଣାଲଙ୍କୁ ପସନ୍ଦ କରାଗଲା ।

ସିନେମାଟି ସୋନିଆ ବୋଲି ଏକ ଝିଅ ଉପରେ ଆଧାରିତ । ଯାହାର ଭଉଣୀକୁ ଚାକିରି ନାଁ କହି ଦେହ ବ୍ୟବସାୟକୁ ଠେଲି ଦିଆଯାଉଛି । ଆଉ ନିଜ ଭଉଣୀକୁ ଖୋଜିବା ପାଇଁ ଘରୁ ବାହାରି ଯାଉଛି ସୋନିଆ । ଛୋଟ ଏକ ଗାଁରୁ ଆରମ୍ଭ ହୋଇଥିବା ତାର ଏହି ଯାତ୍ରା ହଙ୍ଗକଙ୍ଗ୍ ଏବଂ ଲସ୍ ଆଞ୍ଜେଲ୍ସ ପର୍ୟ୍ୟନ୍ତ ପହଂଚୁଛି । କିନ୍ତୁ ଲକ୍ଷ୍ୟ ହେଉଛି ନିଜ ଭଉଣୀକୁ ଖୋଜି ବାହାର କରିବା । ତେବେ ନିଜ ଲକ୍ଷ୍ୟରେ ସୋନିଆ ପହଂଚିପାରୁଛି କି ନାହିଁ ତାହା ୧୪ ସେପ୍ଟେମ୍ବରରେ ସିନେମା ହଲରେ ଜଣା ପଡିବ ।

ସିନେମାରେ ମୃଣାଲଙ୍କ ବ୍ୟତୀତ ରିଚା ଚଢା, ଫ୍ରିଡା ପିଣ୍ଟୋ, ରାଜକୁମାର ରାଓ, ମନୋଜ ବାଜପେୟୀ, ଆଦିଲ୍ ହୁସୈନ୍ ଏବଂ ଅନୁପମ ଖେରଙ୍କ ଭଳି ବଡ ବଡ କଳାକାର ଅଛନ୍ତି ।

ଦେଖନ୍ତୁ ଲଭ୍ ସୋନିଆର ଟ୍ରେଲର୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.