ସଲମାନ କଲେ ଘୋଷଣା : ନବରାତ୍ରୀରେ ଆସିବ ଲଭରାତ୍ରୀ

ମୁମ୍ବାଇ : ବଲିଉଡ଼ର ଦବଙ୍ଗ ଖାନ ଭାବେ ଜଣାଯାଉଥିବା ସଲମାନ ଖାନ ତାଙ୍କ ଅଫିସିଆଲ ଆଇଡ଼ିରେ ରିଲିଜ୍ କରିଛନ୍ତି ଅପକମିଂ ଫିଲ୍ମ ଲଭରାତ୍ରୀର ଟ୍ରେଲର। ତେବେ ଫିଲ୍ମଟି ସଲମାନ ଖାନଙ୍କ ପ୍ରଯୋଜନାରେ ନିର୍ମାଣ ହୋଇଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମା। ତାଙ୍କ ସହ ଲିଡିଙ୍ଗ ଲେଡି ଅଛନ୍ତି ଓ୍ଵାରିନା ହୁସେନ୍। ଦୁଇ କଳାକାର ଏହି ଫିଲ୍ମ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଛନ୍ତି।

ଫିଲ୍ମର କାହାଣୀ ଏକ ଗୁଜୁରାତୀ ପ୍ରେମ କାହାଣୀ ଉପରେ ଆଧାରିତ। କହିବାକୁ ଗଲେ ପୁଣି ଥରେ ଦୁଇ ନବାଗତ କଳାକାର ବିଟାଉନକୁ ଭେଟି ଦେଉଛନ୍ତି ଦବଙ୍ଗ ଖାନ। ଏମାନଙ୍କ ସହ ଫିଲ୍ମରେ ରାମ କପୁର ଓ ରୋନିତ ରୟଙ୍କୁ ମୁଖ୍ୟ କଳାକାର ଭାବେ ନଜର ଆସିବେ। ଏହା ଛଡ଼ା ଅରବାଜ୍ ଖାନ୍ ଓ ସୋହେଲ ଖାନ୍ ଅତିଥି କଳାକାର ଭାବେ ନଜର ଆସିବେ । ଆସନ୍ତା ଅକ୍ଟୋବର ୫ ତାରିଖରେ ହଲକୁ ଆସିବ ବଲିଉଡ୍ ମୁଭି ଲଭରାତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.