ଗୀତାରରେ ‘ଓ ସନମ୍‌’ ଗାଉଥିବା ଲକି ଅଲ୍ଲୀଙ୍କ ଭିଡିଓ ଭାଇରାଲ, ଭିଜୁଆଲ ଦେଖି ପିଲାଦିନକୁ ଫେରିଲେ ଫ୍ୟାନ୍‌

ନବେ ଦଶକର ଲୋକପ୍ରିୟ ଗାୟକଙ୍କ ମଧ୍ୟରେ ଲକି ଅଲ୍ଲୀ ପ୍ରମୁଖ। ସେତେବେଳେ ତାଙ୍କ ନାଁ ଓ ଗୀତ ବହୁତ ଲୋକପ୍ରିୟ ଥିଲା। ଶୁକ୍ରବାର ଅଚାନକ ଲକି ଟ୍ଵିଟରରେ ଟ୍ରେଣ୍ଡ କରିଥିଲେ। ତାଙ୍କ ଏକ ଭିଡିଓ ପ୍ରବଳ ଭାଇରାଲ ହୋଇଛି। ଭିଡିଓରେ ଲକି ଗୀତାରରେ ନିଜର ସବୁଠୁ ଲୋକପ୍ରିୟ ଗୀତ ଓ ସନମ୍‌ ଗାଉଥିବା ଦେଖିବାକୁ ମିଳିଛି। ଲକିଙ୍କ ଗୀତ ସହ ତାଙ୍କ ବର୍ତ୍ତମାନର ଲୁକ୍‌ ମଧ୍ୟ ଫ୍ୟାନ୍‌ଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ସାଜିଛି।

ଏହି ଭିଡିଓକୁ କେତେକ ଫ୍ୟାନ୍‌ ସେୟାର କରିଛନ୍ତି। ଜଣେ ଫ୍ୟାନ୍‌ ଭିଡିଓ ସେୟାର କରି ଲେଖିଛନ୍ତି ଉକ୍ତ ବ୍ୟକ୍ତି ଯିଏ ନିଜ କଳା ପ୍ରତି ସମର୍ପିତ ଓ ୬୨ ବର୍ଷ ବୟସରେ ବି ସେ ଶୁଦ୍ଧ ସୁନା ଅଛନ୍ତି। କିଛି ଫ୍ୟାନ୍‌ ଲକି ଅଲ୍ଲୀଙ୍କ ଗୀତ ଶୁଣି ପିଲାବେଳକୁ ଫେରିଯାଇଛନ୍ତି। ଏହି ଭିଡିଓକୁ ନେଇ ବଙ୍ଗାଳୀ ଓ ହିନ୍ଦୀ ଫିଲ୍ମର ଅଭିନେତ୍ରୀ ସ୍ୱସ୍ତିକା ମୁଖାର୍ଜୀ ଲେଖିଛନ୍ତି ‘ପିଲାବେଳ ପିଲାବେଳ ପିଲାବେଳ। ଭଗବାନ କରନ୍ତୁ ଆପଣ ସୁସ୍ଥ ରୁହନ୍ତୁ ଓ ଏହି ହସ ବଜାୟ ରହୁ। ସବୁବେଳ ପାଇଁ ଆପଣଙ୍କ ଫ୍ୟାନ୍‌’।


ହିନ୍ଦୀ ସିନେମାର ବରିଷ୍ଠ ହାସ୍ୟଭିନେତା ମହମ୍ମୁଦଙ୍କ ପୁଅ ଲକି ଅଭିନୟ ମଧ୍ୟ କରିଛନ୍ତି। କିନ୍ତୁ ସେ ଗାୟକ ଭାବେ ଅଧିକ ଲୋକପ୍ରିୟ। ଲକି ଅଲ୍ଲୀ ୧୯୯୬ରେ ସୁନୋ ଆଲବମ୍‌ରୁ ସଙ୍ଗୀତ ଦୁନିଆରେ ପାଦ ଥାପିଥିଲେ। ତାଙ୍କ ପ୍ରଥମ ଆଲବମ୍‌ ବହୁତ ହିଟ୍‌ ହୋଇଥିଲା ଓ ସନମ୍‌ ଏହି ଆଲବମ୍‌ର ହିଁ ଗୀତ। ଏହି ଆଲବମ୍‌କୁ ଅନେକ ପୁରସ୍କାର ମଧ୍ୟ ମିଳିଛି।

 

View this post on Instagram

 

A post shared by Lucky Ali (@officialluckyali)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.