ଦୀପିକାଙ୍କୁ ମାଡାମ୍‌ ତୁସାଉଦ୍‌ଙ୍କ ବାହାଘର ଭେଟି, ଆସନ୍ତା ବର୍ଷ ଉନ୍ମୋଚନ ହେବ ‘ମସ୍ତାନୀ’ଙ୍କ ମହମ ମୂର୍ତ୍ତିି

ନୂଆଦିଲ୍ଲୀ : ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ବାହାଘର ସରିଛି । ଇଟାଲୀରେ ଦୁଇ ଦିନିଆ ବାହାଘର ହେଲା । ସମସ୍ତେ ବରକନ୍ୟାଙ୍କୁ ଶୁଭେଚ୍ଛା ଜଣାଇଲେ । ହେଲେ ସବୁଠୁ ଭଲ ଉପହାର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମାଡାମ୍‌ ତୁସାଉଦ । ଆସନ୍ତା ବର୍ଷ ସେ ଦୀପିକାଙ୍କ ମହମ ମୂର୍ତ୍ତିିର ଉନ୍ମୋଚନ କରିବେ ବୋଲି କହିଛନ୍ତି । ମାଡାମ୍‌ ତୁସାଉଦ ଟ୍ଵିଟ୍‌ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏଇକଥା ଜଣାଇଛନ୍ତି ।

DIPIKA WAX STATUE-2
ମହମ ମୂର୍ତ୍ତି ନିର୍ମାଣ କରୁଥିବା ଟିମ୍‌ ସହ ଦୀପିକା

ବାହାଘର ପରେ ଉଭୟ ବଲିଉଡ୍‌ କପୁଲ ଦୁଇଟି ଫଟୋ ସେୟାର କରିଛନ୍ତି । ଉଭୟ ଲଣ୍ଡନ ଓ ଦିଲ୍ଲୀରେ ଥିବା ମାଡାମ ତୁସାଉଦଙ୍କ ମ୍ୟୁଜିୟମରେ ଦୀପିକାଙ୍କ ମହମ ମୂର୍ତ୍ତିି ସ୍ଥାନ ପାଇବ ।

ଦୀପିକାଙ୍କ ମହମ ମୂର୍ତ୍ତିି ନିର୍ମାଣ ପାଇଁ ପୂର୍ବରୁ ଲଣ୍ଡନରେ ତାଙ୍କର ମେଜରମେଣ୍ଟ ନିଆଯାଇଥିଲା । ତୁସାଉଦଙ୍କ ଟିମ୍‌ ଭେଟି ତାଙ୍କର ପ୍ରାୟ ୨୦୦ରୁ ଅଧିକ ଫଟୋ ଓ ମେଜରମେଣ୍ଟ ନେଇଥିଲେ । ନିଜର ମହମ ମୂର୍ତ୍ତିିକୁ ନେଇ ଦୀପିକା ଖୁବ୍‌ ଉତ୍କଣ୍ଠାରେ ଅଛନ୍ତି । ଦୀପିକାଙ୍କ ମହମ ମୂର୍ତ୍ତି ଏବେ ନିର୍ମାଣ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.