ରିଲିଜ ହେଲା ‘ମେଡ୍ ଇନ୍ ଚାଇନା’ର ଦମଦାର୍ ଟ୍ରେଲର

‘ମେଡ ଇନ୍‌ ଚାଇନା’ର ଦମଦାର ଟ୍ରେଲର ରିଲିଜ ହୋଇଛି। ‘ଜଜମେଣ୍ଟାଲ ହେ କ୍ୟା’ ରିଲିଜ ହେବା ପରଠୁ ରାଜକୁମାର ରାଓଙ୍କ ଫ୍ୟାନ୍ସ ତାଙ୍କ ଆଗାମୀ ଫିଲ୍ମ ‘ମେଡ୍ ଇନ୍ ଚାଇନା’କୁ ଅପେକ୍ଷା କରି ରହିଛନ୍ତି । ଟ୍ରେଲରକୁ ଦେଖିଲେ ଆପଣ ମଧ୍ୟ ନହସି ରହିପାରିବେନି ।

ଟ୍ରେଲର ଆରମ୍ଭ ପରେଶ ରାୱଲଙ୍କ ସ୍ୱରରୁ ହେଉଛି । ସେ ରାଜକୁମାରଙ୍କୁ ବିଜନେସ୍ ଜ୍ଞାନ ଦେଉଥିବା ନଜର ଆସୁଛନ୍ତି । ଏହି ଟ୍ରେଲରରେ ବୋମନ୍ ଇରାନୀ ମଧ୍ୟ ଦମଦାର୍ ଭୁମିକାରେ ନଜର ଆସିଛନ୍ତି । ରାଜକୁମାର ରାଓଙ୍କ ଏହି ଫିଲ୍ମ କମେଡିରେ ଭରପୂର ରହିଛି । ରାଜକୁମାର ଜଣେ ଏଣ୍ଟ୍ରପ୍ରେନୋର ଭୂମିକାରେ ନଜର ଆସୁଛନ୍ତି । ଟ୍ରେଲର ଦେଖି ଜଣାପଡୁଛି ଯେ ତାଙ୍କ ନୂଆ ବିଜନେସ୍ ଆଇଡିଆ ଲୋକଙ୍କୁ ହସାଇ ହସାଇ ବେଦମ୍ କରିଦେବ ।

ଏହାସହ ପଢ଼ନ୍ତୁ ; ଆଇଏଫଏଫ୍‌ବି ୨୦୧୯ରେ ନୀନା ଜିତିଲେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଆଓ୍ଵାର୍ଡ

2333

ରାଜକୁମାର ରାଓଙ୍କ ସହିତ ମୌନୀ ରାଓଙ୍କ ଯୋଡି ଦର୍ଶକଙ୍କୁ ବେଶ୍‌ ଭଲ ଲାଗୁଛି। ମୌନୀଙ୍କୁ ଟ୍ରେଲରରେ କମ୍ ଦେଖିବାକୁ ମିଳୁଛି ।ଫିଲ୍ମରେ ରାଜକୁମାର ରାଓଙ୍କ ବ୍ୟତୀତ ମୌନୀ ରୟ, ଅମାୟରା ଦସ୍ତୁର, ପରେଶ ରାୱଲ, ବୋମନ୍ ଇରାନୀ ଓ ସୁମିତ୍ ବ୍ୟାସ୍ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ଆସନ୍ତା ଦୀପାବଳିରେ ରିଲିଜ ହେବ।