ବିଦେଶ ରାସ୍ତାରେ ‘ମେଡ୍ ଇନ୍ ଇଣ୍ଡିଆ’ ପ୍ରଡକ୍ଟ ଶୋ କଲେ ପ୍ରିୟଙ୍କା ଚୋପ୍ରା, କହିଲେ ମୁଁ ଭାରତୀୟ ହୋଇଥିବାରୁ ଗର୍ବ ଅନୁଭବ କରେ

ବଲିଉଡ଼ ଦେଶୀ ଗାର୍ଲ୍ ପ୍ରିୟଙ୍କା ଚୋପ୍ରା ବିବାହ କରିବା ପରେ ବର୍ତ୍ତମାନ ସେ ବିଦେଶରେ ହିଁ ରହୁଛନ୍ତି। କିନ୍ତୁ ବେଳେ ବେଳେ ସେ ତାଙ୍କର ଫିଲ୍ମ କାମ ପାଇଁ ଭାରତ ଆସନ୍ତି। ସେ ବିଦେଶରେ ରହି ମଧ୍ୟ ନିଜ ଦେଶର କୌଣସି ପୂଜା ପର୍ବ ମିସ୍ କରନ୍ତିନି। ସବୁ ପର୍ବ ଅତି ଆନନ୍ଦରେ ପାଳନ କରନ୍ତି । କାରଣ ସେ ଜଣେ ଭାରତୀୟ ହୋଇଥିବାରୁ ଗର୍ବ କରନ୍ତି।

ସବୁବେଳେ ନିଜ ସଂସ୍କୃତି ବିଷୟରେ ବିଦେଶରେ ପ୍ରଚାର କରନ୍ତି। ଠିକ୍ ସେମିତି ଗତ କାଲି ମଧ୍ୟ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ଓ ସେ ଏହି ଫଟୋ
ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରିଥିଲେ। ଯାହାକି ଥିଲା ମେଡ ଇନ ଇଣ୍ଡିଆ ମ୍ୟାନ୍ହୋଲ୍ କଭର। ବିଦେଶରେ ନିଜ ଦେଶର ଜିନିଷ ଦେଖି ସେ ବହୁତ ଖୁସି ହୋଇଥିଲେ। ସେହିଠାରେ ହିଁ ସେ ଫଟୋ ନେଇ ମେଡ ଇନ ଇଣ୍ଡିଆ ଲେଖି ଫଟୋ ପୋଷ୍ଟ କରିଥିଲେ ।

priyanka chopra
picture credit – aajtak

ସେ କହିଥିଲେ ଏହି ମ୍ୟାନ୍ହୋଲ୍ କଭରର ବିଶେଷତ୍ୱ ​​ହେଉଛି ଏହା ଭାରତରେ ତିଆରି। କଭରରେ ‘ମେଡ୍ ଇନ୍ ଇଣ୍ଡିଆ’ ଲେଖା ହୋଇଛି। ମ୍ୟାନ୍ହୋଲ୍ କଭର ଦେଖାଇ ପ୍ରିୟଙ୍କା ଫଟୋ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି ଏବଂ ଏହାକୁ ଉପରେ ଟ୍ୟାଗ୍ ମଧ୍ୟ କରିଛନ୍ତି। ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ସବୁବେଳେ ଭାରତର ଜିନିଷ ଫରେନରେ ସେୟାର କରନ୍ତି। ସେ ଭାରତୀୟ ଖାଦ୍ୟ ହେଉ କିମ୍ବା ଭାରତୀୟ ପର୍ବ, ଅଭିନେତ୍ରୀ ନିଜ ଦେଶର ସବୁ ଦ୍ରବ୍ୟ ବିଦେଶରେ ସୁନ୍ଦର ଭାବରେ ପ୍ରଦର୍ଶନ କରନ୍ତି।

ବିଦେଶରେ ରହିଲେ ମଧ୍ୟ ସେ ତାଙ୍କ କଳା ଓ ସଂସ୍କୃତିକୁ କେବେ ଭୁଲିବେନି ବୋଲି କହିଛନ୍ତି। ତେବେ ଲସ୍ ଆଞ୍ଜେଲସ୍ ରାସ୍ତାରୁ ତାଙ୍କ ଭାଣିଜିଙ୍କ ସହ ଏହି ଫଟୋ ସେ ସେୟାର କରିଛନ୍ତି। ସେ କହିଛନ୍ତି ଯଦିଓ ଏହା ଏକ ବଡ ଜିନିଷ ହୋଇନପାରେ, ବିଦେଶୀ ମାଟିରେ ଭାରତୀୟ ଜିନିଷର ବ୍ୟବହାର ଦେଖିବା ନିଜ ପାଇଁ ଏକ ଗର୍ବର ବିଷୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.