ସୌନ୍ଦର୍ଯ୍ୟ ବ୍ୟତୀତ ମଧୁବାଲାଙ୍କ ଜୀବନରେ ନଥିଲା ଆଉ କିଛି ଖୁସି : ଶେଷ ସମୟରେ ନାକ ଓ ମୁହଁରୁ ବାହାରୁଥିଲା ରକ୍ତ , ହୋଇଯାଇଥିଲେ କଙ୍କାଳ

ଯେବେ ବି ବଲିଉଡର ସବୁଠାରୁ ସୁନ୍ଦର ଚେହେରା ବିଷୟରେ କଥା ଉଠେ ସେତେବେଳେ ଦର୍ଶକ ମଧୁବାଲାଙ୍କ ନାଁ ପ୍ରଥମେ ନିଅନ୍ତି । ନିଜର ସୁନ୍ଦର ତଥା ଆକର୍ଷଣୀୟ ଚେହେରା ସହ ମତୁଆଲା ଅନ୍ଦାଜ୍ ଏବଂ ଅଭିନୟର ଦକ୍ଷତା ମଧୁବାଲାଙ୍କୁ ଅନେକ ହୃଦୟର ରାଣୀ କରିରଖିଛି । କେବଳ ସେତିକି ନୁହେଁ ମଧୁବାଲାଙ୍କୁ ମଧ୍ୟ ସୌନ୍ଦର‌୍ୟ୍ୟର ଗନ୍ତାଘର ଆଖ୍ୟା ଦିଆଯାଇଛି । ତାଙ୍କ ଅଭିନୟର ଯାଦୁ ଆଜି ବି ଆମ ମଧ୍ୟରେ ତାଙ୍କୁ ଜୀବିତ ରଖିଛି । ଆଜି ହେଉଛି ବଲିଉଡର ମର୍ଲିନ ମୁନରୋ ଅର୍ଥାତ୍ ମଧୁବାଲାଙ୍କ ଜନ୍ମ ଦିନ । ୧୪ ଫେବ୍ରୁଆରୀ ୧୯୩୩ ରେ ଜନ୍ମ ହୋଇଥିଲେ ମଧୁବାଲା ।

ମଧୁବାଲା ଏକ ଏମିତି ଅଭିନେତ୍ରୀ ଥିଲେ ଯାହାଙ୍କ ଚର୍ଚ୍ଚା ନା କେବଳ ବଲିଉଡରେ ହେଉଥିଲା ବରଂ ହଲିଉଡ୍ ପର୍ଯ୍ୟନ୍ତ ମଧ୍ୟ ବ୍ୟାପି ଥିଲା । ମହଲ, ଦୁଲାରୀ, ବେକସୁରୁ, ତରାନା ଓ ବାଦଲ ପରି ହିଟ୍ ଫିଲ୍ମ ଦେଇ ବଲିଉଡ ଓ ଦର୍ଶକଙ୍କ ମନରେ ତିଆରି କରିଥିଲେ ଏକ ସ୍ୱତନ୍ତ୍ର ସ୍ଥାନା କେବଳ ବଲିଉଡରେ ନୁହେଁ, ହଲିଉଡରୁ ମଧ୍ୟ ତାଙ୍କୁ ଅଫର ମିଳିଥିଲା । ହଲିଉଡର ବିଭିନ୍ନ ମ୍ୟାଗାଜିନରେ ତାଙ୍କ ପ୍ରଂଶସାରେ ହୋଇଉଠିଥିଲା ଶତମୁଖ । ତାଙ୍କ ଲୋକପ୍ରିୟତା ଏମିତି ଥିଲା ଯେ ଓସ୍କାର ଆୱାର୍ଡ ବିଜେତା ନିର୍ଦ୍ଦେଶକ ଫ୍ରେଙ୍କ୍ କାପରା ବ୍ରେକ୍ ଦେବାକୁ ଚାହୁଁଥିଲେ । କିନ୍ତୁ ମଧୁବାଲାଙ୍କ ଲକ୍ଷ ହଲିଉଡ୍ ନଥିଲା । ସେ ତ ବାସ୍ ବଲିଉଡରେ ଛାଇ ଯିବାକୁ ଚାହୁଁଥିଲେ ।

ଏହା ସହ ପଢନ୍ତୁ

ଓଲିଉଡର କଳାକାରଙ୍କ ଚର୍ଚ୍ଚିତ ମୃତ୍ୟୁ , ଏଯାଏଁ ମଧ୍ୟ ଫିଟିନି ଯାହାର ଗୁମର

 

କିନ୍ତୁ କଥାରେ ବିଧିର ବିଧାନ ଥିଲା କିଛି । ଯଦିଓ ମଧୁବାଲାଙ୍କୁ ସିଲସ୍କ୍ରିନର ଦେବୀ ବୋଲି କୁହାଯାଏ ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ବ୍ୟକ୍ତିଗତ ଜୀବନ୍ ଖୁବ୍ ଦୁଃଖଦ ଥିଲା । କେବଳ ସୌନ୍ଦର‌୍ୟ୍ୟକୁ ଛାଡିଦେଲେ ଆଉ କିଛି ନଥିଲା ମଧୁବାଲାଙ୍କ ଜୀବନରେ । ନା ପ୍ରେମ ମିଳିଥିଲା, ନା ଯାହାକୁ ବିବାହ କରିଥିଲେ ସେ ମିଳିଲା । ଆଉ ସବୁଠାରୁ ବଡ଼ ଜିନିଷ ଯେଉଁଟା ଭଗବାନ୍ ମଧୁବାଲାଙ୍କୁ ଦେଇନଥିଲେ ତାହା ହେଉଛି ଖୁସି ।

‘ହଁ ମୁଁ ମଧୁବାଲାଙ୍କୁ ପ୍ରେମ କରେ ଏବଂ ସବୁଦିନ କରୁଥିବି’

Dilip-Kumar-Madhubalaମଧୁବାଲାଙ୍କ ସହ ବହୁତ ଲମ୍ବା ଏବଂ ଗଭୀର ପ୍ରେମ ସମ୍ପର୍କ ଥିଲା ଦିଲ୍ଲୀପଙ୍କର । ବହୁତ ପ୍ରସିଦ୍ଧ ଥିଲା ମଧ୍ୟ ଉଭୟଙ୍କ ପ୍ରେମକାହାଣୀ । ସିନେମା ‘ଜ୍ୱାର ଭଟ୍ଟା’ର ସେଟରୁ ଆରମ୍ଭ ହୋଇଥିବା ଏହି ସଂପର୍କ ୯ ବର୍ଷ ଚାଲିଥିଲା । ଏପରିକି ଦିଲୀପ୍ କୁମାର ଅଦାଲତରେ ସମସ୍ତଙ୍କ ସାମ୍ନାରେ ଘୋଷଣା କରିଥିଲେ ଯେ ସେ ମଧୁବାଲାଙ୍କୁ ପ୍ରେମ କରନ୍ତି । ହେଲେ ଏହି ଘଟଣା ପରେ ଉଭୟ ଅଲଗା ହୋଇଯାଇଥିଲେ । ଆଉ ପୁଣି ଥରେ ଏକାକୀନି ହୋଇଯାଇଥିଲେ ମଧୁବାଲା ।

ଏହା ସହ ପଢନ୍ତୁ  ସହଜ ନୁହେଁ କଳାକାର ହେବା, ରାମଙ୍କ ଅଭିନୟ କରିବା ପାଇଁ ଏହି ଖରାପ ଅଭ୍ୟାସ ଛାଡିଦେଇଥିଲେ ଅରୁଣ ଗୋବିଲ୍

ଘଟଣାଟି ୧୯୫୭ରେ ରିଲିଜ୍ ହୋଇଥିବା ବିଆର୍ ଚୋପ୍ରାଙ୍କ ସିନେମା ‘ନୟା ଦୌର୍’ସହ ଜଡିତ । ଏହି ସିନେମାରେ ଦିଲ୍ଲୀପ୍ କୁମାର୍ ଏବଂ ବୈଜୟନ୍ତିମାଲା ଲିଡ୍ ରୋଲରେ ନଜର ଆସିଥିଲେ । ହେଲେ ଖୁବ୍ କମ୍ ଲୋକ ଜାଣନ୍ତି ବୈଜୟନ୍ତିମାଲାଙ୍କ ପୂର୍ବରୁ ମୁଖ୍ୟ ଭୂମିକା ପାଇଁ ମଧୁବାଲାଙ୍କୁ ନିଆଯାଇଥିଲା । ରିପୋର୍ଟ ମୂତାବକ ସିନେମାର କିଛି ସିନ୍ ଭୋପାଳରେ ସୁଟିଂ ହେବାର ଥିଲା । କିନ୍ତୁ ଏକଥାରେ ରାଜି ହୋଇନଥିଲେ ମଧୁବାଲାଙ୍କ ବାପା । ସେ ଚାହୁଁଥିଲେ ଆଉଟଡୋର୍ ସୁଟିଂ ମୁମ୍ବାଇରେ ସେଟ୍ ଲଗାଯାଇ କରାଯାଉବୋଲି । ଶୁଣିବାକୁ ମିଳିଥିଲା ମଧୁବାଲାଙ୍କ ହାର୍ଟରେ ଛିଦ୍ର ଥିବାରୁ ତାଙ୍କ ବାପା ଆଉଟଡୋର୍ ସୁଟିଂ ପାଇଁ ରାଜି ହେଉନଥିଲେ । କାଳେ ମଧୁବାଲାଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ଭୟ ଥିଲା ।

Dilip Kumar Madhubalaଅନ୍ୟପଟେ ବିଆର୍ ଚୋପ୍ରା ଏକଥାରେ ରାଜି ନଥିଲେ । ସେ ଭୋପାଳରେ ହିଁ ଉକ୍ତ ସିନକୁ ସୁଟିଂ କରିବାକୁ ଚାହୁଁଥିଲେ । ତେଣୁ ସେ ମଧୁବାଲାଙ୍କ ସ୍ଥାନରେ ବୈଜୟନ୍ତିମାଲାଙ୍କୁ କାଷ୍ଟ କରିଥିଲେ । ଏହା ସହ ସିନେମାର ପୋଷ୍ଟରରେ ମଧୁବାଲାଙ୍କ ଫଟୋ ଉପରେ ନାଲି ଚିହ୍ନ ଲଗାଇ ଛପାଇଦେଲେ । ତେଣୁ ମଧୁବାଲାଙ୍କ ବାପା ସିନେମାର ସୁଟିଂ ଅଟକାଇବାକୁ କେସ୍ କରିଥିଲେ । ଅନ୍ୟପଟେ ବିଆର୍

ଚୋପ୍ରା ମଧ୍ୟ ୩୦ହଜାର ଟଙ୍କା ଫେରସ୍ତ ପାଇବାକୁ ମଧ୍ୟ ଏକ ମାମଲା ରୁଜୁ କରିଦେଲେ ।
କୋର୍ଟରେ କେସ୍ ଚାଲୁଥିବା ସମୟରେ ଦିଲ୍ଲୀପ୍ କୁମାରଙ୍କୁ ସାକ୍ଷୀ ଦେବା ପାଇଁ ଡକା ଯାଇଥିଲା । ଅନେକ ପ୍ରଶ୍ନ ମଧ୍ୟରେ ଦିଲ୍ଲୀପ୍ କୁମାରଙ୍କୁ ଏ ପ୍ରଶ୍ନ ବି ପଚରାଗଲା ଯେ କଣ ସେ ମଧୁବାଲାଙ୍କୁ ପ୍ରେମ କରନ୍ତି । ଆଉ ଏହାର ଉତ୍ତରରେ ଦିଲ୍ଲୀପ୍ କୁମାର ଜଜଙ୍କୁ ସମସ୍ତଙ୍କ ସାମ୍ନାରେ କହିଥିଲେ ‘ହଁ ମୁଁ ମଧୁଙ୍କୁ ପ୍ରେମ କରେ ଏବଂ ସବୁବେଳେ କରୁଥିବି’ ।

ଗୋଟିଏ ଜିଦ୍ ପାଇଁ ଅଧୁରା ରହିଗଲା ଦିଲ୍ଲୀପ – ମଧୁବାଲାଙ୍କ ପ୍ରେମ କାହାଣୀ

କୁହାଯାଏ ଉଭୟଙ୍କର ନିର୍ବନ୍ଧ ମଧ୍ୟ ହୋଇସାରିଥିଲା । କିନ୍ତୁ କୌଣସି କାରଣରୁ ମଧୁବାଲାଙ୍କ ବାପାଙ୍କ ସହ ଦିଲ୍ଲୀପଙ୍କ ବିବାଦ ହୋଇଥିଲା । ଯାହା ଫଳରେ ଉଭୟ ଏହି ସମ୍ପର୍କକୁ ଭାଙ୍ଗି ଦେଇଥିଲେ । ଦିଲ୍ଲୀପଙ୍କ କହିବାର ଥିଲା ମୁଁ ତୁମକୁ ବିବାହ କରିବି କିନ୍ତୁ ତୁମେ ନିଜ ବାପାଙ୍କୁ ଛାଡିବାକୁ ପଡିବ । ଅନ୍ୟପଟେ ମଧୁବାଲା କହିଥିଲେ ସେ ତାଙ୍କୁ ବିବାହ ତ କରିବେ କିନ୍ତୁ ବାପାଙ୍କୁ କ୍ଷମା ମାଗିବାକୁ ପଡିବ । ବାସ୍ ଏହି ଯିଦିରେ ଉଭୟ ଦୀର୍ଘ ଦିନର ସମ୍ପର୍କକୁ ଭାଙ୍ଗି ଦେଇଥିଲେ ।

କେମିତି ଥିଲା ସ୍ୱାମୀ କିଶୋର କୁମାରଙ୍କ ସହ ସମ୍ପର୍କ ?

Madhubala kishoreଏହା ପରେ ୧୯୫୬ରେ ଫିଲ୍ମ ଢାକେ କି ମଲମଲରେ ମଧୁବାଲା କିଶୋର କୁମାରଙ୍କ ସଂଷ୍ପର୍ଶରେ ଆସିଥିଲେ । ମଧୁବାଲାଙ୍କ ପିତାଙ୍କ ବାରଣ ସତ୍ୱେ ୧୯୬୦ରେ କିଶୋରଙ୍କୁ କରିଥିଲେ  ମଧୁବାଲ।।  ଗୋଟିଏ ପଟେ ସଫଳତା ମଧୁବାଲାଙ୍କର ପାଦ ଛୁଉଁଥିବା ବେଳେ ଅନ୍ୟପଟେ ଗମ୍ଭୀର ରୋଗ କାଳ ହୋଇ ତାଙ୍କ ସାଥେ ସାଥେ ଚାଲୁଥିଲା । ଆଉ ମଧୁବାଲା ଏହି କାଳ ବିଷୟରେ ଟିକେ ବି ଜାଣିନଥିଲେ । କିନ୍ତୁ ଦିନେ କାଳ ନିଜେ ହିଁ ନିଜର ଅସ୍ତିତ୍ବ ମଧୁବାଲାଙ୍କୁ ଜଣାଇଥିଲା । ଆଉ ମାତ୍ର ୩୬ ବର୍ଷ ବୟସରେ ହିଁ ଦୁନିଆଁକୁ ଅଲବିଦା କହିଥିଲେ ସିଲଭର୍ ସ୍କ୍ରିନର ରାଣୀ ।

ଗୋଟିଏ କି ଦୁଇଟା ନୁହେଁ ବରଂ ଅନେକ ଗମ୍ଭୀର ରୋଗରେ ପୀଡିତ ଥିଲେ ମଧୁବାଲାଙ୍କୁ । ଯାହା ଫଳରେ ମଧୁବାଲାଙ୍କ କେବଳ ଫିଲ୍ମି କ୍ୟାରିୟର୍ ଶେଷ ହୋଇଯାଇନଥିଲା ବରଂ ତାଙ୍କ ଜୀବନ ବି ଚାଲିଯାଇଥିଲା । ମଧୁବାଲାଙ୍କର ହୃଦୟରେ ଛିଦ୍ର ରହିବା ସହ ଫୁସଫୁସରେ ମଧ୍ୟ ସମସ୍ୟା ଥିଲା । ଏହା ବ୍ୟତୀତ ତାଙ୍କୁ ଆଉ ଏକ ଗମ୍ଭୀର ରୋଗ ଥିଲା ଯାହା ଫଳରେ ଶରୀରରେ ଆବଶ୍ୟକତାଠୁ ଅଧିକ ରକ୍ତ ହେବାରେ ଲାଗିଲା । ଆଉ ଏହି ରକ୍ତ ନାକ ଏବଂ ମୁହଁ ପଟେ ବାହାରିବାକୁ ଲାଗିଥିଲା । ଏହି ରକ୍ତ ସେ ପର୍ଯ୍ୟନ୍ତ ବାହାରୁଥିଲା ଯେ ପର୍ଯ୍ୟନ୍ତ ଏହାକୁ ଶରୀରରୁ ବାହାର କରିଦିଆଯାଉ ନଥିଲା ।

madhubalaaମଧୁବାଲାଙ୍କ ଏହି ଅସହାୟ କଷ୍ଟ କମ୍ ହେବାର ନାଁ ନେଉ ନଥିଲା । ଅବସ୍ଥା ଏପରି ଖରାପ ହୋଇଯାଇଥିଲା ଯେ ଡାକ୍ତର ପ୍ରତିଦିନ ଘରକୁ ଆସି ମଧୁବାଲାଙ୍କ ଶରୀରରୁ ଅନେକ ବୋତଲ ରକ୍ତ ବାହାର କରି ନେଇଯାଉଥିଲେ । ଯାହା ଫଳରେ ରକ୍ତ ବାହାରିବା ବନ୍ଦ ହୋଇଯିବ । ଏହା ସହ ମଧୁବାଲାଙ୍କୁ ନିଶ୍ବାସ ନେବାରେ ମଧ୍ୟ ସମସ୍ୟା ହେଉଥିଲା । ଏପରିକି ପ୍ରତି ଚାରିଘଂଟାରେ ତାଙ୍କୁ ଅକ୍ସିଜେନ୍ ଦେବାକୁ ପଡୁଥିଲା । ମଧୁବାଲାଙ୍କୁ ତାଙ୍କ ରୋଗ ଗୁଡିକ ଏପରି କବଜା କରିନେଇଥିଲା ଯେ ପ୍ରାୟ ୯ ବର୍ଷ ସେ ବେଡରେ ପଡି ରହିଥିଲେ ।

ତେବେ ବୈବାହିକ ଜୀବନରେ ଅଶାନ୍ତି ଯୋଗୁ କିଶୋର ବି ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଉନଥିଲେ ।  ଅସୁସ୍ଥ ମଧୁବାଲାଙ୍କୁ ଆଉ ନିଜ ପାଖରେ ନରଖି ତାଙ୍କ ବାପ ଘରେ ଛାଡି ଦେଇଥିଲେ କିଶୋର କୁମାର । ନିଜ ସ୍ୱାମୀଙ୍କ ପାଖରେ ରହିବାକୁ ଚାହୁଁଥିଲେ ମଧ୍ୟ ଶୁଣିନଥିଲେ କିଶୋରା ମଧୁବାଲାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରୁଥିଲେ କିଶୋର କୁମାର । ମାତ୍ର ପ୍ରତି ୨ମାସରେ ଥରେ ସେ ମଧୁବାଲାଙ୍କୁ ଭେଟିବାକୁ ଆସୁଥିଲେ ।

ଏହା ସହ ପଢନ୍ତୁ ଭାଉଜଙ୍କୁ ମା’ ଭଳି ମାନନ୍ତି ବଲିଉଡର ଏହି ୫ କଳାକାର,ଏମାନଙ୍କ ଭିତରେ ରହିଛି ଗଭୀର ପ୍ରେମ

ଗୋଟିଏ ସମୟ ଥିଲା ଯେଉଁ ମଧୁବାଲାଙ୍କର କୋଟି କୋଟି ଦିୱାଲା ଥିଲେ ଆଉ ଯାହାଙ୍କ ସୌନ୍ଦର‌୍ୟ୍ୟର ଚର୍ଚ୍ଚା ବିଦେଶରେ ହେଉଥିଲା ସେହି ମଧୁବାଲା ଶେଷ ସମୟରେ ହୋଇଯାଇଥିଲେ କେବଳ କଙ୍କାଳ ହୋଇରହିଯାଇଥିଲେ । ଖୁବ୍ ଦୁଃଖଦ ଏବଂ କଷ୍ଟଭରା ଥିଲା ମଧୁବାଲାଙ୍କ ଜୀବନ । ନା ଜୀବନରେ ପ୍ରେମ ପାଇ ପାରିଲେ, ନା ପ୍ରଫେସନାଲ୍ ଜୀବନରେ ଲମ୍ବା କ୍ୟାରିୟର୍ କରିପାରିଲେ । ଯଦି କିଛି ମିଳିଲା ତାହା ଥିଲା ନିସଙ୍ଗତା, ଦୁଃଖ, କଷ୍ଟ, ରୋଗ ଏବଂ ମୃତ୍ୟୁର ହାତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.