ବ୍ୟାନ୍ ହେବା ପରେ ଚେତା ପଶିଲା, ବଦଳିବ ସନ୍ନି ଲିଓନଙ୍କ ‘ମଧୁବନ୍’ ଗୀତ

ସନି ଲିଓନ ତାଙ୍କର ନୂଆ ଗୀତ ‘ମଧୁବନ୍’ ପାଇଁ ଏବେ ଚର୍ଚ୍ଚାରେ । ତେବେ ସନ୍ନି ଲିଓନଙ୍କ ଏହି ଗୀତ ରିଲିଜ ହେବା ପରଠାରୁ ବିବାଦ ଲାଗି ରହିଛି । ଭିଡିଓରେ ସନ୍ନି ଲିଓନଙ୍କ ନୃତ୍ୟ ଦେଖି ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଷେଶ କରି ଉତ୍ତରପ୍ରଦେଶର ମଥୁରାରେ ପୁରୋହିତମାନେ ସନ୍ନି ଲିଓନଙ୍କ ଏହି ନୂତନ ଭିଡିଓ ଆଲବମ ଉପରେ ନିଷେଧାଦେଶ ଦାବି କରିଛନ୍ତି । ପୁରୋହିତମାନେ ସନ୍ନି ଲିଓନଙ୍କୁ ତାଙ୍କ ନୃତ୍ୟକୁ ‘ଅଶ୍ଳୀଳ’ ବୋଲି କହି ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରିଛନ୍ତି।
ଏମିତିତ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଏହି ବିବାଦକୁ ନେଇ ମନ୍ତବ୍ୟ ମଧ୍ୟ ଦେଇଥିଲେ । ଏହାରି ମଧ୍ୟରେ ଗୀତ ନିର୍ମାତା ସାରେଗାମା ଏକ ପୋଷ୍ଟ ମାଧ୍ୟମରେ ଗୀତର ଲିରିକ୍ସକୁ ବଦଳାଇବାନେଇ ସୂଚନା ଦେଇଛି । ଡିସେମ୍ବର ୨୩ ରେ ରିଲିଜ ହୋଇଥିବା ସନ୍ନି ଲିଓନୀଙ୍କ ଏହି ଗୀତ ବିବାଦ ଘେରକୁ ଆସିଥିଲା । ଏହି ଗୀତରେ ସନ୍ନିଙ୍କ ଅଶ୍ଲୀଳ ନୃତ୍ୟ ଏବଂ ଗୀତ ହିନ୍ଦୁଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଉଛି ବୋଲି ଅଭିଯୋଗ ହୋଇଥିଲା । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ କହିଥିଲେ କିଛି ବିଧର୍ମୀ ହିନ୍ଦୁ ଭାବନାକୁ ଆଘାତ ପହଞ୍ଚାଇବାକୁ ସବୁବେଳେ ପ୍ରୟାସ କରୁଛନ୍ତି । ରାଧା ମା ହେଉଛନ୍ତି ଭଗବାନ । ରାଧାଙ୍କର ପୂଜା କରାଯାଏ । ଏହା ସହ ସେ ଶାକିବ ତୋଶୀ ଏବଂ ସନ୍ନି ଲିଓନୀଙ୍କୁ ସମାଲୋଚନା କରିଥିଲେ ।
ଏହି ଗୀତରେ କନିକା କପୁର ଏବଂ ଅରିନ୍ଦମ ଚକ୍ରବର୍ତ୍ତୀ ସ୍ୱର ଦେଇଛନ୍ତି। ସନ୍ନି ମଧ୍ୟ ଏହି ଗୀତକୁ ଜୋରଦାର ପ୍ରମୋଟ୍ କରିଛନ୍ତି, କିନ୍ତୁ ବର୍ତ୍ତମାନ ଏହି ଗୀତଟି ବିବାଦରେ ପଡ଼ିଥିବା ଜଣାପଡିଛି । ଏହି ଗୀତକୁ ବିରୋଧ କରି ବୃନ୍ଦାବନର ସନ୍ଥ ନୱଲ ଗିରି ମହାରାଜ କହିଛନ୍ତି ଯେ ଏହି ଗୀତକୁ ନିଷିଦ୍ଧ କରାଯିବା ଉଚିତ। ଏପରିକି ଭିଡିଓ ଉପରେ ପ୍ରତିବନ୍ଧକ ଲଗାଯିବା ଏବଂ ସନ୍ନି ଲିଓନଙ୍କୁ କ୍ଷମା ମାଗିବା ଉଚିତ୍ ବୋଲି ସେ କହିଛନ୍ତି ।
ଏହା ସହିତ ଗିରି ମହାରାଜ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଯଦି ସରକାର ଅଭିନେତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ଏବଂ ତାଙ୍କ ଭିଡିଓ ଆଲବମକୁ ନିଷିଦ୍ଧ କରନ୍ତି ତେବେ ଆମେ କୋର୍ଟର ଦ୍ୱାରସ୍ତ ହେବୁ। ସେହିଭଳି ଅଲ ଇଣ୍ଡିଆ ତୀର୍ଥ ପୁରୋହିତ ମହାସଭାର ରାଷ୍ଟ୍ରୀୟ ସଭାପତି ମହେଶ ପଠକ କହିଛନ୍ତି ଯେ ‘ସନ୍ନି ଲିଓନ ଏହି ଗୀତକୁ’ ଅପମାନଜନକ ଢଙ୍ଗରେ ‘ଉପସ୍ଥାପନ କରି ବ୍ରଜଭୂମିର ସମ୍ନାନହାନି କରିଛନ୍ତି। ତେବେ ଏହି ବିବାଦ ଭିତରେ ନିର୍ମାତା କମ୍ପାନୀ ୩ ଦିନ ମଧ୍ୟରେ ଗୀତର ଲିରିକ୍ସକୁ ବଦଳାଇବା ସହ ପୁରୁଣା ଗୀତକୁ ରିପ୍ଲେସ କରିବା ନେଇ ସୂଚନା ଦେଇଛି ।
ଏହି ଗୀତଟି ମହମ୍ମଦ ରାଫିଙ୍କ ଗୀତ ‘ମଧୁବାନ୍ ମେନ୍ ରାଧିକା ନାଚେ’ରେ ୧୯୬୦ ମସିହାରେ ଫିଲ୍ମ କୋହିନୋରରୁ ସୃଷ୍ଟି ହୋଇଛି। ଏହି ଗୀତ ସାରେଗାମା ମ୍ୟୁଜିକ୍ ର ୟୁଟ୍ୟୁବରେ ରିଲିଜ କରାଯାଇଛି। ଏହା ଏକ ପାର୍ଟୀ ଗୀତ, ଯେଉଁଥିରେ ସନ୍ନି ଲିଓନ ନଜର ଆସୁଛନ୍ତି । ଏହି ଗୀତରେ କନିକା କପୁର ଏବଂ ଅରିନ୍ଦମ ଚକ୍ରବର୍ତ୍ତୀ ସ୍ୱର ଦେଇଛନ୍ତି। ସନ୍ନି ମଧ୍ୟ ଏହି ଗୀତକୁ ପ୍ରବଳ ପ୍ରୋତ୍ସାହିତ କରିଥିଲେ, କିନ୍ତୁ ଗୀତଟି ବିବାଦ ଭିତରକୁ ଚାଲିଯାଇଥିଲା।