ଇଂଲିଶ ଗୀତରେ ବଲିଉଡ ଡ୍ୟାନ୍ସ ଷ୍ଟେପ କଲେ ଧକ୍‌ଧକ୍‌ ଗାର୍ଲ ମାଧୁରୀ, ଭିଡିଓ ଦେଖି ଫ୍ୟାନ୍ସ ହେଲେ ଦିଓ୍ଵାନା

ବଲିଉଡର ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ନିଜର ଡ୍ୟାନ୍ସ ମୁଭ୍ସ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିକଟରେ ଇନଷ୍ଟାଗ୍ରାମରେ ଏକ ନୂଆ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ମାଧୁରୀ ଧମାକେଦାର ଡ୍ୟାନ୍ସ ମୁଭ୍ସ କରୁଥିବା ନଜର ଆସିଛନ୍ତି। ସବୁଠାରୁ ମଜା କଥା ହେଲା, ମାଧୁରୀ ନିଜର ଡ୍ୟାନ୍ସ ମୁଭ୍ସକୁ କପି କରୁଛନ୍ତି ସତ କିନ୍ତୁ କୌଣସି ବଲିଉଡ ଗୀତ ନୁହେଁ ବରଂ ଇଂଲିଶ ଗୀତରେ। ଗୀତରେ ମାଧୁରୀ ଷ୍ଟାଇଲ ଦେଖି ଲୋକେ ପାଗଳ ହୋଇଯାଇଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ମାଧୁରୀ ଦୀକ୍ଷିତ ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି ସତ କିନ୍ତୁ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଛନ୍ତି। ମାଧୁରୀ ସବୁବେଳେ ନିଜର ପୁରୁଣା ଫଟୋ ଏବଂ ଭିଡିଓ ଫ୍ୟାନ୍ସଙ୍କ ସହିତ ସେୟାର କରୁଛନ୍ତି। ନିଜର ଡ୍ୟାନ୍ସ ଏବଂ ଫଟୋକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ନୂଆ ପୋଷ୍ଟକୁ ଇନଷ୍ଟାରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଯଦି ମୁଁ ତୁମେ ହୋଇଥାନ୍ତ # ରିଲସ୍‌ ଇନଷ୍ଟାଗ୍ରାମ, # ଟ୍ରେଣ୍ଡିଂ ରିଲ୍ସ।

 

View this post on Instagram

 

A post shared by Madhuri Dixit (@madhuridixitnene)

ମାଧୁରୀ ଏହି ଭିଡିଓରେ ଇଂଲିଶ ଗୀତରେ ମସ୍ତ ଭାବେ ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓରେ ବେଶ ଲୋକପ୍ରିୟ ଡ୍ୟାନ୍ସ ଷ୍ଟେପ୍‌ କରୁଥିବା ନଜର ଆସିଛନ୍ତି। ‘ଏକ ଦୋ ତିନ, ଚନେ କେ ଖେତ୍‌ ମେଁ, ତମ୍ମା ତମ୍ମା ଲୋଗେ’ ଗୀତର ଡ୍ୟାନ୍ସ ଷ୍ଟେପ କରୁଥିବା ନଜର ଆସିଛନ୍ତି। ମାଧୁରୀଙ୍କ ଡ୍ୟାନ୍ସ ଷ୍ଟାଇଲ ଦେଖି ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.