ଲଗ୍‌ଜ୍ୟୁରିୟସ୍‌ ଫ୍ଲାଟ୍‌ ନେଲେ ମାଧୁରୀ ଦୀକ୍ଷିତ, ମାସକୁ ଦେବେ ସାଢ଼େ ୧୨ ଲକ୍ଷ ଭଡ଼ା

ବଲିଉଡ୍‌ ଷ୍ଟାରମାନେ ନିଜ ଲଗ୍‌ଜ୍ୟୁରିୟସ୍‌ ଲାଇଫ୍‌ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏହି ଲଗ୍‌ଜ୍ୟୁରି ପାଇଁ ସେମାନଙ୍କୁ ମୋଟା ଅଙ୍କର ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ିଥାଏ। ତେବେ ନିକଟରେ ବଲିଉଡ୍‌ ଷ୍ଟାର ମାଧୁରୀ ଦୀକ୍ଷିତ ଏକ ଲଗ୍‌ଜୁରିୟସ୍‌ ଆପାର୍ଟମେଣ୍ଟ ଭଡ଼ାରେ ନେଇଛନ୍ତି। ରିପୋର୍ଟ ମୁତାବକ, ମାଧୁରୀ ଦୀକ୍ଷିତ ମୁମ୍ବାଇରେ ଏହି ଆପାର୍ଟମେଣ୍ଟ ପାଇଁ ମାସକୁ ୧୨.୫ ଲକ୍ଷ ଟଙ୍କା ଭଡ଼ା ଦେବେ।

Zapkey.com ରେ ଥିବା ମାଧୁରୀଙ୍କର ଏହି ଆପାର୍ଟମେଣ୍ଟର କାଗଜପତ୍ରରେ ଭଡ଼ା ଓ ଆପାର୍ଟମେଣ୍ଟ ବିଷୟରେ ସୂଚନା ଦିଆଯାଇଛି। ଏହି ଡକ୍ୟୁମେଣ୍ଟ ମୁତାବକ, ମାଧୁରୀ ଦୀକ୍ଷିତ ଏହି ଆପାର୍ଟମେଣ୍ଟକୁ ୩ ବର୍ଷ ପାଇଁ ଭଡ଼ାରେ ନେଇଛନ୍ତି। ଏହି ଆପାର୍ଟମେଣ୍ଟ ବରେଲିର Indiabulls Blu ରେ ରହିଛି। ମାଧୁରୀଙ୍କ ଆପାର୍ଟମେଣ୍ଟ ବିଲ୍ଡିଂର ୨୯ ମହଲାରେ ରହିଥିବା ବେଳେ ଏହା ୫୫୦୦ ସ୍କୋୟାର ଫୁଟ୍‌ ବିଶିଷ୍ଟ।

 

View this post on Instagram

 

A post shared by Madhuri Dixit (@madhuridixitnene)

ଏହି ଆପାର୍ଟମେଣ୍ଟ ପାଇଁ ମାଧୁରୀ ୩ କୋଟି ଟଙ୍କା ଡିପୋଜିଟ୍‌ କରିଛନ୍ତି। ଏହି ପ୍ରପର୍ଟିରେ ୫ଟି କାର ପାର୍କିଂ ରହିଛି। ଘରର ଭଡ଼ା ଏଗ୍ରିମେଣ୍ଟ ୨୬ ଅକ୍ଟୋବର ୨୦୨୧ରେ ରେଜିଷ୍ଟର କରାଯାଇଛି।

ବ୍ରୋକରଙ୍କ କହିବାନୁସାରେ, ଏହି ଲଗ୍‌ଜ୍ୟୁରିୟସ୍‌ Glass Façade ବିଲ୍ଡିଂରେ ପାଖାପାଖି ୩୦୦ଟି ଆପାର୍ଟମେଣ୍ଟ ରହିଛି। ଏଥିରେ ୨ ବିଏଚ୍‌କେ, ୩ ବିଏଚ୍‌କେ ଓ ୪ ବିଏଚ୍‌କେ ସବୁ ପ୍ରକାରର ଘର ରହିଛି। ଏହାର ଦାମ୍‌ ୪.୫ କୋଟିରୁ ଆରମ୍ଭ ହୋଇ ୧୫ କୋଟି ଯାଏଁ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.