‘ମେରା ଦିଲ୍ ୟେ ପୁକାରେ ଆଜା’ ଗୀତରେ ନାଚି ଟ୍ରୋଲ ହେଲେ ମାଧୁରୀ, ଜାଣନ୍ତୁ କାହିଁକି

ସୋସିଆଲ ମିଡିଆରେ କିଛିଦିନ ହେବ ପାକିସ୍ତାନୀ ଝିଅ ଆୟେସାର ଭିଡିଓ ଭାଇରଲ ହୋଇଛି। ଆୟେଶାଙ୍କ ପ୍ରଥମ ଭିଡିଓ ‘ମେରା ଦିଲ ୟୈ ପୁକାରେ ଆଜା’ ଗୀତରେ ବେଶ୍ ଭାଇରଲ ହୋଇଥିଲା। । ଆୟେସା ଏହି ଗୀତର ରିମିକ୍ସ ଗୀତରେ ଡ୍ୟାନ୍ସ କରିଥିଲେ, ଯାହାପାଇଁ ଆୟେସାଙ୍କ ଫ୍ୟାନ୍ସ ଓ ଫଲୋର୍ସ ବଢିଯାଇଥିଲେ । ତେବେ ଏହି ଗୀତରେ ଅନେକ ଝିଅ ଡ୍ୟାନ୍ସ କରୁଥିବା ବେଳେ ଧକ ଧକ ଗାର୍ଲ, ମାଧୁରୀ ଦିକ୍ଷୀତ ଏମିତି ଡ୍ୟାନ୍ସ କରିଛନ୍ତି ଯେ, ଯାହାକୁ ଲୋକେ ଟ୍ରୋଲ କରୁଛନ୍ତି ।
ମାଧୁରୀ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ ମାଧୁରୀ ଯେଉଁ ଶାଢି ପିନ୍ଧିଛନ୍ତି ସେଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ମାଧୁରୀଙ୍କ ଶାଢିଙ୍କୁ ସମସ୍ତେ ପସନ୍ଦ କରୁଥିବା ବେଳେ ତାଙ୍କ ଡ୍ୟାନ୍ସକୁ ଟ୍ରୋଲ କରୁଛନ୍ତି । ମାଧୁରୀ ଜଣେ ଲୋକପ୍ରିୟ ଡ୍ୟାନ୍ସର ହୋଇ କିପରି ଜଣେ ସାଧାରଣ ପାକିସ୍ତାନୀ ଝିଅର ଡ୍ୟାନ୍ସ ଷ୍ଟେପକୁ କପି କରୁଛନ୍ତି ଏହାକୁ ନେଇ ଟ୍ରୋଲିଂର ଶିକାର ହୋଇଛନ୍ତି ।
View this post on Instagram
ମେରା ଦିଲ ୟୈ ପୁକାରେ ଆଜା ଗୀତକୁକୁ ଲତା ମଙ୍ଗେଶକର ଗାଇଥିଲେ। ୧୯୫୪ରେ ରିଲିଜ ହୋଇଥିବା ଫିଲ୍ମ ନାଗିନର ଏହି ଗୀତ । ଏହି ସଂଗୀତକୁ ରାଜିନ୍ଦର କୃଷ୍ଣ ଲେଖିଥିଲେ ଏବଂ ଫିଲ୍ମରେ ପ୍ରଦୀପ କୁମାରଙ୍କ ସହ ବୈଜୟନ୍ତି ମାଳା, ଜୀବନ ଓ ଇନ୍ଦ୍ରଜିତ ସିଂ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ଗୀତର ନୂଆ ଭର୍ଜନରେ ପାକିସ୍ତାନୀ ଝିଅ ଆୟେସାର ଭିଡିଓ ଭାଇରଲ ହେବାରେ ଲାଗିଛି ।
ସୂଚନାଯୋଗ୍ୟ, ମାଧୁରୀ ଦିକ୍ଷୀତ ଝଲକ ଦିଖଲାଜା ଶୋକୁ ଜଜ୍ କରୁଥିଲେ। ଏହାଛଡା ଆମାଜନ ପ୍ରାଇମ ଭିଡିଓରେ େଓ୍ଵବ ସିରିଜ ମଜା ମାରେ ନଜର ଆସିଥିଲେ। ଏହି ସିରିଜରେ ତାଙ୍କ ଅଭିନୟଙ୍କୁ ଦର୍ଶକେ ବହୁତ ପସନ୍ଦ କରିଥିଲେ। ଏହି ସିରିଜର ମାଧୁରୀଙ୍କ ସହିତ ଗଜରାଜ ରାଓ, ହ୍ରିତିକ ଭୌମିକ, ଅଦିତି ଏବଂ ବରଖା ସିଂ ମୁଖ୍ୟ ଭୂମିକାରେ ରହିଛନ୍ତି।