ସ୍ୱାମୀ ନେନେଙ୍କୁ ବିବାହ ବାର୍ଷିକୀରେ ଏମିତି କିଛି ସରପ୍ରାଇଜ ଦେଲେ ମାଧୁରୀ, ଥରେ ଦେଖନ୍ତୁ

ବଲିଉଡ ଇଣ୍ଡଷ୍ଟ୍ରିର ଧକ ଧକ ଗାର୍ଲ ଭାବେ ଜଣା ମାଧୁରୀ ଦୀକ୍ଷିତ ଆମେରିକିୟ ଡାକ୍ତର ଶ୍ରୀରାମ ନେନେଙ୍କୁ ସେସମୟରେ ବିବାହ କରିଥିଲେ ଯେବେ ମାଧୁରୀଙ୍କ କ୍ୟାରିୟର ଏକଦମ ଶିଖରରେ ଥିଲା । ୯୦  ଦଶକରେ ନିଜ ବିବାହ ଖବର ଦେଇ ଫ୍ୟାନ୍ସ ମାନଙ୍କୁ ଚକିତ କରିଦେଇଥିଲେ ଧକ ଧକ ଗାର୍ଲ । ସେସମୟରେ ଖୁବ ନିରାଡ଼ମ୍ବର ଭାବେ ବିବାହ କରିଥିଲେ ଏହି ଯୋଡି | ଆଜି ଅର୍ଥାତ ଅକ୍ଟୋବର ୧୭ତାରିଖରେ ଦୁହିଁଙ୍କ ବିବାହକୁ ୨୨ ବର୍ଷ ପୁରିଛି । ଏହି ଅବସରରେ ସୋସିଆଲ ମିଡିଆରେ ମାଧୁରୀ ଏକ ଖୁବ ସୁନ୍ଦର ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ମାଧୁରୀ ନିଜ ସ୍ୱାମୀଙ୍କ ସହ କାଟିଥିବା ଖାସ ମୁହୂର୍ତ୍ତ ସବୁର ଏକ ଝଲକ ଦେଖାଇଛନ୍ତି । ଭିଡିଓଟିକୁ ଫ୍ୟାନ୍ସ ମାନେ ବି ଖୁବ ପସନ୍ଦ କରିଥିବା ଜଣାଯାଇଛି ।

madhuri

ପ୍ରକୃତରେ ମାଧୁରୀ ନିଜ ଅଫିସିଆଲ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ । ଭିଡିଓ ଟିର ଆରମ୍ଭରେ ମାଧୁରୀ ଓ ଶ୍ରୀରାମ ନେନେଙ୍କ ବିବାହ ସମୟର ଏକ ଫଟୋ ସେୟାର କରାଯାଇଛି । ଯେଉଁଥିରେ ବରକନ୍ୟା ଦୁହେଁ ବିବାହ ପୋଷାକ ପିନ୍ଧି କ୍ୟାମେରା ସାମ୍ନାରେ ପୋଜ ଦେଉଥିବା ନଜର ଆସିଛନ୍ତି । ଏହା ପରେ ଭିଡିଓରେ ରିସେପ୍ସନ ଓ ପିଲାଙ୍କ ସହ କିଛି ଫଟୋ ଉଠାଉଥିବା ନଜର ଆସିଛନ୍ତି । ଏହି ଫଟୋରେ ମାଧୁରୀଙ୍କ ୨୨ ବର୍ଷର ଦାମ୍ପତ୍ୟ ଜୀବନର ଏକ ଝଲକ ଏକା ସାଥିରେ ଦେଖାଯାଇଛି । ଏହି ସ୍ପେଶାଲ ଭିଡିଓ ସହିତ ଏକ ଖୁବ ସୁନ୍ଦର କ୍ୟାପ୍ସନ ବି ଲେଖିଛନ୍ତି । ତାହା ହେଉଛି, ” ଏକା ସାଥିରେ ରହିବାର ଚମତ୍କାରୀ ୨୨ ବର୍ଷ@ drneneofficial #22YearsOfTogetherness ।” ଏହି ଭିଡିଓ ଟିରେ ସମସ୍ତେ ନିଜ ପ୍ରେମଭରା କମେଣ୍ଟ ସେୟାର କରିଛନ୍ତି । ଏହା ଜରିଆରେ ଅର୍ଜୁନ ବିଜଲାନି, ରିତେଶ ଦେଶମୁଖଙ୍କ ଭଳି ଷ୍ଟାର ମାନଙ୍କୁ ଅନେକ କମେନ୍ଟ ଦେଇଛନ୍ତି ।

ଏହା ବାଦ ମାଧୁରୀ ଦୀକ୍ଷିତଙ୍କ ସ୍ୱାମୀ ଶ୍ରୀରାମ ନେନେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି । ନିଜ ସୁନ୍ଦର ପତ୍ନୀ ମାଧୁରୀଙ୍କୁ ବିବାହ ବାର୍ଷିକୀର ଶୁଭେଚ୍ଛା ଦେଇଛନ୍ତି ନେନେ । ଏଥିରେ ବି ସ୍ତ୍ରୀଙ୍କ ସହ କିଛି ବିଶେଷ ମୁହୂର୍ତ୍ତକୁ ସେୟାର କରାଯାଇଛି । ଏହା ଜରିଆରେ ମାଧୁରୀଙ୍କ ଉପରେ ଖୁବ ସାରା ପ୍ରେମ ଜାହିର କରିଛନ୍ତି ନେନେ । ୨୦୦୭ରେ ମାଧୁରୀ “ଆଜା ନଚଲେ” ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ଖୁବ ଶୀଘ୍ର ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି ମାଧୁରୀ । ନେଟଫ୍ଲିକ୍ସ ସିରିଜ “ଫାଇଣ୍ଡିଙ୍ଗ ଅନାମିକା” ରେ ନଜର ଆସିବାକୁ ଯାଉଛନ୍ତି ମାଧୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.