ଲଗଜରୀ କାର କିଣି ଫସିଗଲେ ସାଉଥ୍‌ ଆକ୍ଟର ବିଜୟ, କୋର୍ଟ ଲଗାଇଲା ଲକ୍ଷେ ଟଙ୍କାର ଜରିମାନା

ସାଉଥ୍‌ ସିନେମାର ଲୋକପ୍ରିୟ ଅଭିନେତା ଥଲାପତି ବିଜୟ ବହୁତ ଗମ୍ଭୀର ସମସ୍ୟାରେ ପଡିଯାଇଛନ୍ତି। ବିଜୟଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ତରଫରୁ ଏକ ବଡ଼ ଝଟକା ଲାଗିଛି। ଅଭିନେତା ବିଜୟଙ୍କ ଉପରେ କୋର୍ଟ ଏକ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ତାଙ୍କ ଉପରେ ଅଭିଯୋଗ ଲାଗିଛି ଯେ ୨୦୧୨ରେ ସେ ଏକ ଲଗଜୁରୀ କାର ଲଣ୍ଡନରୁ ମଗାଇଥିଲେ। ବିଜୟ ଏହି ଆମଦାନୀ ହୋଇଥିବା କାର ଉପରେ ଟ୍ୟାକ୍ସ ନଦେବାକୁ ଚେଷ୍ଟା କରିଥିଲେ। ଯେଉଁ କାରଣରୁ ମାଡ୍ରାସ ହାଇକୋର୍ଟ ତାଙ୍କ ଉପରେ ଲକ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି।

ବିଜୟ ଇଂଲଣ୍ଡରୁ ନିଜ ପାଇଁ ରୋଲ୍ସ ରୋଏସ୍ ଘୋଷ୍ଟ କାର୍ ଆମଦାନୀ କରିଥିଲେ। ତାପରେ ବିଜୟ ଏକ ପିଟିସନ୍ ଦାୟର କରି ଗାଡି ଆମଦାନୀ ଉପରେ ଲାଗୁଥିବା ଏଣ୍ଟ୍ରି ଟ୍ୟାକ୍ସରେ ରିଲିଫ୍ ପାଇଁ ଆବେଦନ କରିଥିଲେ। କୋର୍ଟ ବର୍ତ୍ତମାନ ଏହି ଆବେଦନକୁ ଖାରଜ କରିଛନ୍ତି ଏବଂ ବିଜୟଙ୍କ ଉପରେ ଟ୍ୟାକ୍ସ ନଦେବା ଅଭିଯୋଗରେ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ବାଣିଜ୍ୟିକ ଟ୍ୟାକ୍ସ ବିଭାଗ ଦ୍ୱାରା ଲାଗୁ ହୋଇଥିବା ଟ୍ୟାକ୍ସ ବିରୋଧରେ ଅଭିନେତା କୋର୍ଟରେ ଆବେଦନ କରିଥିଲେ। ବର୍ତ୍ତମାନ ଏହି ଟଙ୍କା କୋଭିଡ -୧୯ ବିରୋଧରେ ଲଢିବା ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଜମା ହେବ।

କେବଳ ଏତିକି ନୁହେଁ, ଆବେଦନକୁ ପ୍ରତ୍ୟାଖ୍ୟାନ କରି କୋର୍ଟ କହିଛନ୍ତି ଯେ ‘ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ସମସ୍ତ ପ୍ରଶଂସକ ଫିଲ୍ମ ଷ୍ଟାରଙ୍କୁ ପ୍ରକୃତ ହିରୋ ପରି ଦେଖନ୍ତି । ତାମିଲନାଡୁ ପରି ଏକ ରାଜ୍ୟରେ, ଯେଉଁଠାରେ ଫିଲ୍ମ ଷ୍ଟାରମାନଙ୍କର ରାଜ୍ୟ ପରିଚାଳନା କରିବାର କ୍ଷମତା ରହିଛି, ସେମାନଙ୍କ ଠାରୁ ଏହା ଆଶା କରାଯାଇ ନପାରେ । ଟ୍ୟାକ୍ସ ଚୋରି କରିବା ଅସାମ୍ବିଧାନିକ ଅଟେ।’

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବିଜୟ କିଣିଥିବା ଏହି କାରର ଆନୁମାନିକ ଦାମ୍‌ ୬.୯୫-୭.୯୫ କୋଟି ଟଙ୍କା ହେବ। ରୋଲ୍ସ ରୟାଲ ବ୍ୟତୀତ ଥଲାପତି ବିଜୟଙ୍କ ପାଖରେ ଆହୁରି ବି ଅନେକ ଗୁଡିଏ ମହଙ୍ଗା କାର ରହିଛି।ତାଙ୍କ କାମ ବିଷୟରେ କହିବା ତ ସେ ଶେଷ ଥର ପାଇଁ ଫିଲ୍ମ ମାଷ୍ଟରରେ ନଜର ଆସିଥିଲେ। ଚଳିତ ବର୍ଷ ଆରମ୍ଭରୁ ଏହି ଫିଲ୍ମ ରିଲିଜ୍‌ ହୋଇଥିଲା।

You might also like