ମହାକ୍ଷୟଙ୍କ ବିରୋଧରେ ମହାଭିଯୋଗ : କୋଲ୍ଡ ଡ୍ରିଙ୍କ୍ସରେ ନିଶା ମିଶାଇ ଦୁଷ୍କର୍ମ କରିଛନ୍ତି ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ

mahakhaya

ମହାକ୍ଷୟଙ୍କ ବିରୋଧରେ ମହାଭିଯୋଗ । ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ, ଧୋକା ଏବଂ ଗର୍ଭପାତ କରାଇଥିବା ଭଳି ସଙ୍ଗୀନ ଅଭିଯୋଗ । ଏହି ଅପରାଧ କରିବା ପାଇଁ ମହାକ୍ଷୟ ପୀଡିତାଙ୍କ କୋଲ୍ଡ ଡ୍ରିଙ୍କ୍ସରେ ମିଶାଇଥିଲେ ନିଶା ଓୗଷଧ । ଏକଥା କହିଛନ୍ତି ପୀଡିତାଙ୍କ ଓକିଲ । ଏକ ଗଣମାଧ୍ୟମ ସହ କଥା ହେବା ବେଳେ ଓକିଲ ରବି ସମି କହିଛନ୍ତି ’ଦୁହେଁ ଦୁହିଁଙ୍କୁ ୪ ବର୍ଷରୁ ଜାଣନ୍ତି କିନ୍ତୁ ମହାକ୍ଷୟ ତାଙ୍କୁ ଧୋକା ଦେଇଥିଲେ ।

ରବିଙ୍କ ଅନୁଯାୟୀ, ପୀଡିତାଙ୍କ ଡ୍ରିଙ୍କରେ ନିଶା ମିଶାଇ ତାଙ୍କ ସହ ଜବରଦସ୍ତି କରିଥିଲେ । ଏବଂ ଏ ବିଷୟରେ ପୀଡିତା ଜାଣିବା ପରେ ସେ ତାଙ୍କ ସହ ବିବାହ କରିବାକୁ ପ୍ରତିଶୃତି ଦେଇଥିଲେ । ଯେଉଁ କାରଣ ପାଇଁ ପୀଡିତା ଜଣଙ୍କ ଆଜି ଯାଏ ଚୁପ୍ ରହିଥିଲେ । ବର୍ତ୍ତମ।ନ ମହାକ୍ଷୟ ଏ ସମ୍ପର୍କକୁ ଅସ୍ବୀକାର କରୁଛନ୍ତି । ଏହା ସହ ମହାକ୍ଷୟ ଆଗରୁ ସେ ପୀଡିତାଙ୍କ ସହ ନିଜର ଜାତକ ସୁଜାଇଥିବା ଏକ ବିଶେଷ ସୂଚନାରୁ ଜଣାପଡିଛି ।

ଓକିଲଙ୍କୁ ଯେତେବେଳେ ପଚରା ଯାଇଥିଲା ଜୁଲାଇ ୭ ରେ ହେବାକୁ ଥିବା ମହାକ୍ଷୟଙ୍କ ବାହାଘର ବିଷୟରେ  ସେ କହିଥିଲେ, ପିଡିତା ଏବେ ବି ବାହାହେବା ପାଇଁ ରାଜି ଅଛନ୍ତି କିନ୍ତୁ ଚକ୍ରବର୍ତ୍ତି ପରିବାର ତାଙ୍କୁ ବୋହୂ କରିବା ପାଇଁ ରାଜି ନାହାନ୍ତି।  ତେଣୁ ଠିକ୍ ହେବ ମହାକ୍ଷୟଙ୍କୁ ଦୁଇ ତିନି ଦିନ ଭିତରେ ଗିରଫ୍ କରାଯାଉ । ଅନ୍ଯପଟେ ମହାକ୍ଷୟଙ୍କ ଭାବି ଶାଶୁ ମହାକ୍ଷୟଙ୍କୁ ସମର୍ଥନ କରିଛନ୍ତି । ଏବଂ ତାଙ୍କ ଝିଅ ସହ ଜୁଲାଇ ୭ରେ ବାହାଘର ପାଇଁ ରାଜି ମଧ୍ୟ ଅଛନ୍ତି ।

Leave A Reply

Your email address will not be published.