ଛୋଟ ପରଦାର ଶ୍ରୀକୃଷ୍ଣଙ୍କର ହେବ ଛାଡପତ୍ର, ପତ୍ନୀ ସ୍ମିତାଙ୍କ ଠାରୁ ଛାଡପତ୍ର ନେବାକୁ ଚାହୁଁଛନ୍ତି ନୀତିଶ ଭରଦ୍ୱାଜ

ଫେମସ୍‌  ଟିଭି ସିରିୟଲ ମହାଭାରତର ପିତାମହ ଭୀଷ୍ମଙ୍କ ଠାରୁ ଆରମ୍ଭ କରି ଶ୍ରୀକୃଷ୍ଣଙ୍କ ଛବି ଲୋକଙ୍କ ମନରେ ନିଜ ଛାପ ଛାଡିଦେଇଛି।  ସେ ସମୟର ମହାଭାରତ ସିରିୟଲ ସହ ଲୋକଙ୍କର ଅନେକ ଭାବ ଲୁଚି ରହିଛି। ଏହି ସିରିୟଲରେ ରୋଲ ପ୍ଲେ କରୁଥିବା ପ୍ରତ୍ୟେକ ଆକ୍ଟର ନିଜର ଆକ୍ଟିଂ ଜରିଆରେ ସମସ୍ତଙ୍କୁ କିମିଆ କରି ରଖିଛନ୍ତି। ସେମାନଙ୍କ ଅଭିନୟ ଏତେ ନିଖୁଣ ଥିଲା ଯେ ଲୋକମାନେ ତାଙ୍କୁ ସତ ଜୀବନରେ ସେହି ଚରିତ୍ର ଭାବୁଥିଲେ। ତେବେ ଆଜି ଆମେ ସେହି ଶ୍ରୀକୃଷ୍ଣଙ୍କ ଚରିତ୍ର ପ୍ଲେ କରୁଥିବା ଆକ୍ଟରଙ୍କୁ ନେଇ ଏକ ବଡ଼ ଖବର କହିବାକୁ ଯାଉଛୁ।

ଛୋଟ ପରଦାର ଶ୍ରୀକୃଷ୍ଣଙ୍କର ହେବ ଡିଭୋର୍ସ। ଆମେ ଭଗବାନ ଶ୍ରୀକୃଷ୍ଣଙ୍କ ରୋଲ ପ୍ଲେ କରୁଥିବା ଅଭିନେତା ନୀତିଶ ଭରଦ୍ୱାଜଙ୍କ କଥା କହୁଛୁ। ନୀତିଶ ଏବେ ନିଜ ପତ୍ନୀଙ୍କଠୁ  ଛାଡପତ୍ର ନେବାକୁ ଚାହୁଁଛନ୍ତି। ଦୀର୍ଘ ୧୨ ବର୍ଷର ସମ୍ପର୍କରେ ଏବେ ତାଙ୍କର ନୂଆ ମୋଡ ଆସିଛି। ଆମ ମାନଙ୍କ ପ୍ରିୟ ଶ୍ରୀକୃଷ୍ଣଙ୍କ ଏହି ନିଷ୍ପତ୍ତିକୁ ନେଇ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

srikrishna
pc: news24

ରିପୋର୍ଟ ଅନୁଯାୟୀ, ନୀତିଶ ନିଜ ପତ୍ନୀ ସ୍ମିତାଙ୍କ ଠାରୁ ଡିଭୋର୍ସ ଚାହୁଁଥିବାର କଥାକୁ ସାମ୍ନାକୁ ଆଣିଛନ୍ତି। ଏମିତିକି ସେ ଏଥିପାଇଁ ମୁମ୍ବାଇ ଫ୍ୟାମିଲି କୋର୍ଟରେ ସେପ୍ଟେମ୍ବର ୨୦୧୯ରେ ଆବେଦନ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ଡିଭୋର୍ସ ଫାଇନାଲ ହୋଇନାହିଁ। ତେବେ ନୀତିଶ ତାଙ୍କ ଡିଭୋର୍ସ ହେବାର କାରଣ ସମ୍ପର୍କରେ କିଛି କହିନାହାନ୍ତି। କିନ୍ତୁ ସେ ଏମିତି କହିଛନ୍ତି ଯେ ବେଳେବେଳ ଡିଭୋର୍ସ ମଧ୍ୟ ମୃତ୍ୟୁଠାରୁ ବେଶି ଯନ୍ତ୍ରଣା ଦାୟକ ହୋଇଥାଏ।

ନୀତିଶ ବିବାହ ଭଳି ପବିତ୍ର ସମ୍ପର୍କକୁ ସମ୍ମାନ୍ନ ଦେବା ସହ ଏହା ଉପରେ ପୁରା ଭରସା ରଖନ୍ତି ବୋଲି ମଧ୍ୟ କହିଛନ୍ତି। କିନ୍ତୁ ଏହି ସ୍ଥିତିରେ ସେ ନିଜକୁ ଭାଗ୍ୟବାନ ଭାବୁନାହାନ୍ତି ବୋଲି କହିଛନ୍ତି। ଦୁଇ ଜଣଙ୍କ ମଧ୍ୟରେ ବୁଝାମଣାରେ ସମସ୍ୟା ସୃଷ୍ଟି କାରଣରୁ ଏପରି ହୋଇଥିବାର ଜଣାପଡ଼ିଛି। ତେବେ ଏହି ନିଷ୍ପତ୍ତିରେ ତାଙ୍କ ପିଲାଙ୍କ ଉପରେ ଯେପରି ଖରାପ ପ୍ରଭାବ ପଡ଼ିବ ନାହିଁ ସେ କଥା ମଧ୍ୟ କହିଛନ୍ତି। ତେବେ ତାଙ୍କ ପାରିବାରିକ କଳହ କିମ୍ବା ଏହି ସମସ୍ୟାର କାରଣ ସମ୍ପର୍କରେ ସେ ବେଶି କହିନଥିବାର ଜଣାପଡିଛି।