ଦେବରାଜ ଇନ୍ଦ୍ର ଏବେ ଜରାଶ୍ରମରେ, ଦୁଇ ମୁଠା ଖାଇବାକୁ କରୁଛନ୍ତି ଜୀବନ ସହ ସଂଗ୍ରାମ

ଯେ କେହି ଜାଣି ଚକିତ ହେବେ ଯେ ଇନ୍ଦ୍ର କ’ଣ ଜରାଶ୍ରମରେ ? ହଁ ଆଜ୍ଞା ଇନ୍ଦ୍ର, କିନ୍ତୁ ସ୍ୱର୍ଗର ନୁହଁନ୍ତି , ମହାଭାରତ ଧାରାବାହିକର । ଗ୍ଲାମର ଦୁନିଆର ଜଣେ ଉଜ୍ଜ୍ୱଳ ତାରକା । ପଞ୍ଜାବୀ ସିନେମାର ଅମିତାଭ କୁହାଯାଉଥିବା ସତିଶ କୈାଲ୍‌ ଏବେ ଦୁଇ ଓଳି ଖାଇବାକୁ ସଂଗ୍ରାମ କରୁଛନ୍ତି ।

ଗ୍ଲାମର ଇଣ୍ଡଷ୍ଟ୍ରିର ତାରକାମାନଙ୍କର ଦିନ ସବୁବେଳେ ସମାନ ନଥାଏ । କୋଟି କୋଟି ଟଙ୍କା ରୋଜଗାର କରୁଥିବା ସୁପରଷ୍ଟାର ବି ଦିନେ ଦୁଃସ୍ଥ ଜୀବନ କଟାଇ ଥାଏ ।

satish koul

ଏମିତି ଏକ କଠିନ ଜୀବନର ଯାତ୍ରୀ ହେଉଛନ୍ତି ‘ମହାଭାରତ’ ଧାରାବାହିକରେ ଦେବରାଜ ଇନ୍ଦ୍ର ଭୂମିକାରେ ଅଭିନୟ କରିଥିବା କଳାକାର ସତିଶ କୈାଲ୍‌ । ଦିନେ ପଞ୍ଜାବୀ ସିନେମାର ‘ଅମିତାଭ’ କୁହାଯାଉଥିବା ସତିଶ କୈାଲ୍‌ ଆଜି ବୃଦ୍ଧାଶ୍ରମରେ ରହିବାକୁ ମଜ୍‌ବୁର୍‌ ।

ତାଙ୍କ ଆର୍ଥିକ ଅବସ୍ଥା ଏତେ ଦୟନୀୟ ଯେ ଏହି ଅଭିନେତାଙ୍କ ପାଖରେ ମେଡିକାଲ୍‌ ବିଲ୍‌ ଦେବା ପାଇଁ ଅର୍ଥ ନାହିଁ । ସତିଶ କୈାଲ ଅନେକ ହିନ୍ଦୀ ଓ ପଞ୍ଜାବୀ ଫିଲ୍ମରେ ଅଭିନୟ କରିଛନ୍ତି ।

satish koul.JPG-1

ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ପଞ୍ଜାବୀ ଓ ହିନ୍ଦୀ ଫିଲ୍ମରେ କାମ କରିଥିବା ଏହି ଅଭିନେତା ବଲିଉଡ଼୍‍ର ସୁପରଷ୍ଟାର ଦେବାନନ୍ଦ, ଦିଲ୍ଲୀପ୍‌ କୁମାର ଓ ଶାହାରୁଖ୍‌ ଖାନ୍‌ ସହ ମଧ୍ୟ କାମ କରିଛନ୍ତି ।

ପଞ୍ଜାବୀ ସିନେମାରେ ସତିଶଙ୍କ ଯୋଗଦାନ ପାଇଁ ତାଙ୍କୁ ‘ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ’ ଆଓ୍ଵାର୍ଡ ମଧ୍ୟ ମିଳିସାରିଛି । କିନ୍ତୁ ଆଜି ତାଙ୍କର ଠିକଣା ଲୁଧିଆନା ବୃଦ୍ଧାଶ୍ରମ । ସେଠାରେ ରହୁଛନ୍ତି ।

satish koul.JPG-3

ତାଙ୍କ ପାଖରେ ଦୁଇ ଓଳି ଖାଇବାକୁ ପଇସା ବି ନାହିଁ । ଦିନେ ସତିଶ ଲୁଧିଆନାରେ ଆକ୍ଟିଙ୍ଗ୍‌ ସ୍କୁଲ୍‌ ଖୋଲି ତାଙ୍କର ସବୁ ରୋଜଗାର ଲଗାଇ ଦେଇଥିଲେ । ଆଜି ତାଙ୍କର ସବୁ ଅର୍ଥ ସେଠାରେ ଡୁବି ଯାଇଛି ।

ଏଭଳି ସ୍ଥିତିରେ ପତ୍ନୀ ତାଙ୍କୁ ତଲାକ୍‌ ଦେଇ ପୁଅ ସହ ଆମେରିକା ଚାଲିଗଲେ । ଦିନେ କୋଟି କୋଟି ଟଙ୍କା ଆୟ କରୁଥିବା ସତିଶ ଆଜି ଟଙ୍କା କେଇଟା ପାଇଁ ହାତ ପାତୁଛନ୍ତି । ବେଳେ ବେଳେ ଏମିତି ହୋଇଛି ଯେ ତାଙ୍କ ପାଖରେ ଖାଇବାକୁ କିଛି ବି ନଥାଏ ।

 

satish koul.JPG-5

ଏବେ ବୃଦ୍ଧାବସ୍ଥାରେ ତାଙ୍କର ଦେଖାଶୁଣା କରିବା ପାଇଁ ପାଖରେ କେହି ନାହାଁନ୍ତି । ନିହାତି ଅସହାୟ ଭାବରେ ବିତୁଛି ଜୀବନ । ସତିଶ ବି ଆର୍‌ ଚୋପ୍ରାଙ୍କ ମହାଭାରତରେ ଇନ୍ଦ୍ର ଭୂମିକା ବ୍ୟତୀତ ହିନ୍ଦୀ ଫିଲ୍ମ ‘ଆଣ୍ଟି ନମ୍ବର ଓ୍ଵାନ୍‌, ଜଞ୍ଜିର, ଖେଲ୍‌, ରାମ ଲଖନ,କର୍ମା, ଖୁନି ମହଲ,ଇଲ୍‌ଜାମ୍‌ ଭଳି ଫିଲ୍ମରେ କାମ କରିଛନ୍ତି ।

ସତିଶ ରାମାନନ୍ଦ ସାଗରଙ୍କ ‘ବିକ୍ରମ୍‌ ବେତାଲ୍‌’ ଧାରାବାହିକରେ ମଧ୍ୟ କାମ କରିଛନ୍ତି । ଏହାଛଡ଼ା ଅନେକ ଧାରାବାହିକରେ କାମ କରି ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.