୩ ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ମହାଭାରତର ଦୌପଦୀ ଏବେ କ’ଣ କରୁଛନ୍ତି ?

ମହାଭାରତର ଦ୍ରୌପଦୀ ଓରଫ୍‌ ରୂପା ଗାଙ୍ଗୁଲି ଏକଦା ତାଙ୍କର ଅଭିନୟ ପାଇଁ ସମସ୍ତଙ୍କ ହୃଦୟରେ ଏକ ସ୍ଥାନ ନେଇଥିଲେ । ଏବେ ସେ କେଉଁଠି କ’ଣ କରୁଛନ୍ତି ଜାଣନ୍ତି କି ?

ମହାଭାରତର ଦ୍ରୌପଦୀ ଓରଫ୍‌ ରୂପା ଗାଙ୍ଗୁଲି ଏକଦା ତାଙ୍କର ଅଭିନୟ ପାଇଁ ସମସ୍ତଙ୍କ ହୃଦୟରେ ଏକ ସ୍ଥାନ ନେଇଥିଲେ । ଏବେ ସେ କେଉଁଠି କ’ଣ କରୁଛନ୍ତି ଜାଣନ୍ତି କି ? ଶୁଣାଯାଏ, ସେ ୩ ଥର ଆତ୍ମହତ୍ୟା ପାଇଁ ଚେଷ୍ଟା କରି ବଫଳ ହୋଇଥିଲେ । ୧୯୮୮ ରେ ବି.ଆର ଚୋପ୍ରାଙ୍କ ମହାଭାରତ ଦୁରଦର୍ଶନରେ ଆରମ୍ଭ ହୋଇଥିଲା ।

ଏଥିରେ ଦ୍ରୌପଦୀ ଭୂମିକାରେ ଅଭିନୟ କରି ସବୁ ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲେ ରୂପା । ଖାଲି ସେତିକି ନୁହେଁ ମହାଭାରତରେ ଅଭିନୟ କରିବା ପରେ ଏତେ ସଫଳ ହୋଇଥିଲେ ଯେ ଗୋଟିଏ ପରେ ଗୋଟିଏ ଫିଲ୍ମରେ ଅଭିନୟ ପାଇଁ ତାଙ୍କୁ ଅଫର ଆସିଥିଲା ।

ସଲମାନ ଖାନ, ଅକ୍ଷୟ କୁମାର ଓ ମିଥୁନ ଚକ୍ରବର୍ତ୍ତୀଙ୍କ ସେମେତ ବହୁ ବଡ଼ ଅଭିନେତାଙ୍କ ସହ ସେ ସ୍କ୍ରିନ ସେୟାର କରିଥିଲେ । ଫିଲ୍ମ କ୍ୟାରିଅରରେ ସଫଳ ହୋଇଥିଲେ ମଧ୍ୟ ବ୍ୟକ୍ତଗତ ଜୀବନରେ ସେ ସର୍ବଦା ଚର୍ଚ୍ଚାରେ ରହିଥିଲେ । ଜୀବନରେ ଏମିତି ଏକ ସମୟ ଆସିଥିଲା ଯେବେ ରୂପା ଆତ୍ମହତ୍ୟା କରିବାକୁ ୩ ଥର ଚେଷ୍ଟା କରିଥିଲେ ।

ଏ କଥା ସେ ନିଜେ ’ସଚକା ସାମନା’ ରିଏଲିଟି ଶୋ ରେ କହିଥିଲେ । ୧୯୯୨ ରେ ରୂପା ମେକାନିକାଲ ଇଂଜିନିୟର ଧ୍ରୁବ ମୂଖର୍ଜୀଙ୍କ ସହ ବିବାହ କରିଥିଲେ । ତା’ପରେ ସେ ଫିଲ୍ମ ଦୁନିଆରୁ ଦୂରେଇ ଯାଇଥିଲେ । ସ୍ୱାମୀ ହଇରାଣ କରୁଥିଲେ ଖର୍ଚ୍ଚ ପାଇଁ ଟଙ୍କା ଦେଉନଥଲେ ।

ଏମିତି କିଛି ଘଟଣା ଘଟିଥିଲା ଯେଉଁଥିପାଇଁ ସେ ୩ ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ୨୦୦୬ ରେ ସେ ପତିଙ୍କ ଠାରୁ ଛାଡପତ୍ର ନେଲେ ଓ ଖୁସୀରେ ଜୀବନ କାଟିବା ଆରମ୍ଭ କରିଥଲେ ।

ନିଜ ଠାରୁ ୧୩ ବର୍ଷ ସାନ ଦିବ୍ୟେନ୍ଦୁଙ୍କ ସହ ଲିଭ ଇନ ରିଲେସନସିପରେ ରହିଲେ । କିଛି ବର୍ଷ ପରେ ଉଭୟ ମଧ୍ୟ ଅଲଗା ହୋଇଗଲେ । ରୂପା ଗାଙ୍ଗୁଲି ଆଜିକାଲି ଛୋଟ ପରଦାରେ ଅଭିନୟ କରିବା ସହ ରାଜନୀତିରେ ମଧ୍ୟ ସକ୍ରିୟ ଥିବା ଜଣାଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.