ଚାଲିଗଲେ ଶକୁନି, ମହାଭାରତରେ ଶକୁନି ଚରିତ୍ର ଦେଇଥିଲା ଅନେକ ପରିଚୟ

ମହାଭାରତରେ ଶକୁନି ଚରିତ୍ରରେ ନଜର ଆସୁଥିବା ଗୁଫି ପେଣ୍ଟଲଙ୍କ ଦେହାନ୍ତ । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି ତାଙ୍କର ଶେଷକୃତ୍ୟ କରାଯିବ ।

ବି.ଆର ଚୋପ୍ରାଙ୍କ ଧାରାବାହିକ ‘ମହାଭାରତ’ରେ ଶକୁନି ଚରିତ୍ରରେ ଅଭିନୟ କରିଥିବା ଗୁଫି ପେଣ୍ଟଲଙ୍କ ପରଲୋକ । ଗତ କିଛିଦିନ ହେଲାଣି ସେ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ମୁମ୍ବାଇରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷହୋଇଥିଲା । ଫରିଦାବାଦରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ମୁମ୍ବାଇକୁ ସ୍ଥାନାନ୍ତର କରାଯାଇଥିଲା ।

ତାଙ୍କ ପରିବାର ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି କି, ଦୁଃଖର କଥା, ସେ ଆଉ ନାହାନ୍ତି। ଆଜି ସକାଳ ପ୍ରାୟ ୯ଟା ବେଳେ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଯାଇଛି। ଶୋଇଥିବା ଅବସ୍ଥାରେ ଶାନ୍ତିରେ ତାଙ୍କର ମୃତ୍ୟୁ ଘଟିଛି। ସେ ୩୧ ତାରିଖରୁ ମୁମ୍ବାଇର ଏକ ହସପିଟାଲରେ ଭର୍ତ୍ତି ହୋଇଥିଲେ ।

ତେବେ ଆଜି ଅପରାହ୍ଣରେ ମୁମ୍ବାଇର ଅନ୍ଧେରୀ ଉପନଗରୀସ୍ଥିତି ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ ।

ଗୁଫି ସିରିଅଲ ଏବଂ ଫିଲ୍ମରେ ଅଭିନୟ କରିଛନ୍ତି । ବାହାଦୁର୍ ଶାହ ଜାଫର୍, ମହାଭାରତ, କାନୁନ୍, ଓଁ ନମଃ ଶିବାୟ, ସିଆଇଡି, ସସ୍ କୋଇ ହେ,ଦ୍ବାରକାଧୀଶ ଭଗବାନ ଶ୍ରୀକୃଷ୍ଣ ଆଦି ଅନେକ ଟେଲିଭିଜନ ଧାରାବାହିକରେ ସେ ଅଭିନୟ କରିଛନ୍ତି।
୧୯୭୫ ଫିଲ୍ମ ରଫୁ ଚକ୍କରରେ ଅଭିନୟ ଆରମ୍ଭ କରିଥିଲେ । ଦିଲ ଲଗୀ, ଦାବା, ଦେସ ପରଦେଶ, ସମ୍ରାଟ, ସୁହାଗ ଭଳି ଫିଲ୍ମରେ କାମ କରିଛନ୍ତି । ହେଲେ ଧାରାବାହିକ ମହାଭାରତରେ ଶକୁନି ଚରିତ୍ର ତାଙ୍କୁ ବେଶ୍‌ ପରିଚୟ ଦେଇଥିଲା ।

Leave A Reply

Your email address will not be published.