ଆଜି ମହେଶ ବାବୁଙ୍କ Birthday, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା
ସାଉଥ୍ ଫିଲ୍ମର ସୁପରଷ୍ଟାର ମହେଶ ବାବୁଙ୍କର ଆଜି ଜନ୍ମଦିନ। ସୁପରଷ୍ଟାର ମହେଶ ଅନେକ ସାନଦାର୍ ଫିଲ୍ମରେ ଅଭିନୟ କରିସାରିଛନ୍ତି। ସାଉଥ୍ ଫିଲ୍ମରେ ସବୁଠାରୁ ଅଧିକ ଟଙ୍କା ନେଉଥିବା କଳାକାରଙ୍କ ଲିଷ୍ଟରେ ରହିଛନ୍ତି ମହେଶ । ଏହା ବ୍ୟତୀତ ସମ୍ପତି ମାମଲାରେ ସେ ଅନେକ ଅଭିନେତାଙ୍କ ଆଗରେ ରହିଛନ୍ତି। ଚଳିତ ବର୍ଷ ମହେଶ ଟ୍ୟାକ୍ସ ଜମା ନକରିବା ଦ୍ବାରା GST ବିଭାଗ ତାଙ୍କର ସମସ୍ତ ଖାତା ସିଲ୍ କରିଦେବା ପରେ ଏହି ଖବର ସାମ୍ନାକୁ ଆସିଥିଲା।
GST ବିଭାଗ କହିବା ଅନୁଯାୟୀ ମହେଶ ବାବୁଙ୍କ ଉପରେ ୧୮ ଲକ୍ଷ ୫ ହଜାର ଟଙ୍କା ଟ୍ୟାକ୍ସ ରହିଛି। ୪ ବର୍ଷ ବୟସରେ ଆକ୍ଟିଂଗରେ କ୍ୟାରିୟର ଆରମ୍ଭ କରିଥିବା ମହଶ ବାବୁ ପାଖାପାଖି ୧୨୭ କୋଟି ଟଙ୍କାର ମାଲିକ। ଏହା ବ୍ୟତୀତ ତାଙ୍କ ପାଖରେ କାର ର ଭଲ କଲେକ୍ସନ ଥିବା କଥା ମଧ୍ୟ ଚର୍ଚ୍ଚା ହୋଇଥାଏ। ତାଙ୍କ ପାଖରେ ମହଙ୍ଗା ସ୍ପୋର୍ଟ କାର ତିଆରି କରୁଥିବା କମ୍ପାନୀ ଲମ୍ବୋରଗିନୀର କାର ଗାଲ୍ଳାରଡୋ ରହିଛି। ଯାହାର ମୂଲ୍ୟ ୩.୦୬ କୋଟି। ସେହିପରି ଭାରତରେ ଏହି କାର ପ୍ରତ୍ୟେକ ବଡ଼ ବଡ଼ ଷ୍ଟାରମାନଙ୍କ ପାଖରେ ରହିଛି। ସେ ସଲମାନ ହୁଅନ୍ତୁ କି ରଣବୀର ହୁଅନ୍ତୁ ସମସ୍ତେ ଏହି କାରର ଦିୱାନା।ସେହିପରି ସାଉଥ୍ ଷ୍ଟାର ମହେଶ ବାବୁଙ୍କ ପାଖରେ ମଧ୍ୟ range rover vogue ରହିଛି। ଏହି କାରର ମୂଲ୍ୟ ପାଖାପାଖି ୧.୫ କୋଟି।
ଏହାସହ ପଢନ୍ତୁ: ‘ବାହୁବଲି’ର ଚରିତ୍ର ଅଭିନେତାଙ୍କ ସ୍ତ୍ରୀ କଲେ ଆତ୍ମହତ୍ୟା, ଫୋନରେ କହିଥିଲେ ଏମିତି କଥା…
ମର୍ସିଡିଜ୍ କାର ମଧ୍ୟ ଷ୍ଟାରମାନଙ୍କର ଖୁବ୍ ଲୋକପ୍ରିୟ। ଏହିକାରରେ ୩୯୮୨ ସିସି ର ୮ ସିଲିଣ୍ଡର ଭଳି ଇଞ୍ଜିନ ଲାଗିଛି। ଏହି କାର ଏକ ଲିଟରରେ ୧୦.୯୮ କିମି ମାଇଲେଜ୍ ଦେଇଥାଏ। ମହେଶଙ୍କ ଏହି କାରର ମୂଲ୍ୟ ୪୯ ଲକ୍ଷ ଟଙ୍କା। ଏହା ବ୍ୟତୀତ Audi A8ର ଏକ ସ୍ପୋର୍ଟସ୍ କାର ରହିଛି। ଏହି କାରର ମୂଲ୍ୟ ୧.୩୦ କୋଟି ଟଙ୍କା। ଏହି କାର ପ୍ରତି ଘଣ୍ଟା ସ୍ପିଡରେ ୨୯୦ କି.ମି ଯାଇଥାଏ।