ବିବାହ ବନ୍ଧନରେ ବାନ୍ଧି ହେଲେ ମହେଶ ବାବୁଙ୍କ ୬୦ ବର୍ଷୀୟ ଭାଇ ନରେଶ, ସୋସିଆଲ ମିଡିଆରେ ସେୟାର କଲେ ଭିଡିଓ

ବିବାହ ବନ୍ଧନରେ ବାନ୍ଧି ହେଲେ ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ୬୦ ବର୍ଷୀୟ ଭାଇ ନରେଶ। ଅଭିନେତ୍ରୀ ପବିତ୍ରା ଲୋକେଶଙ୍କ ସହିତ ବିବାହ କରିଛନ୍ତି ନରେଶ । ଏହା ନରେଶଙ୍କର ୪ର୍ଥ ଏବଂ ପବିତ୍ରାଙ୍କର ୩ୟ ବିବାହ ।

ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ଭାଇ ତଥା ଅଭିନେତା ନରେଶ ୬୦ ବର୍ଷ ବୟସରେ ବିବାହ କରିଛନ୍ତି । ନରେଶ ଅଭିନେତ୍ରୀ ପବିତ୍ରା ଲୋକେଶଙ୍କ ସହିତ ବିବାହ କରିଛନ୍ତି । ଦୁହେଁ ନିକଟରେ ଏକ ପାରମ୍ପରିକ ସମାରୋହରେ ବିବାହ କରିବା ପରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଦୁହେଁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ‘ ଆମ ଏହି ନୂଆ ଯାତ୍ରାରେ ଜୀବନରେ ଶାନ୍ତି ଓ ଖୁସି ପାଇଁ ଆପଣଙ୍କ ଆଶୀର୍ବାଦ ଜରୁରୀ ’।

ତେବେ ନରେଶ ବିବାହ କରିଥିବା ଅଭିନେତ୍ରୀ ପବିତ୍ରା କନ୍ନଡ ଏବଂ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି । ଦୁହିଁଙ୍କ ମଧ୍ୟରେ ଫିଲ୍ମ ସେଟରୁ ଭଲପାଇବା ଆରମ୍ଭ ହୋଇଥିଲା । ଏହା ନରେଶଙ୍କର ୪ର୍ଥ ଏବଂ ପବିତ୍ରାଙ୍କର ୩ୟ ବିବାହ ।

ନରେଶ ତୃତୀୟ ବିବାହର ପତ୍ନୀ ରାମ୍ୟା ରଘୁପତିଙ୍କ ଠାରୁ ଛାଡପତ୍ର ନେଇନାହାନ୍ତି । ପ୍ରଥମ ବିବାହ ଅସଫଳ ହେବା ପରେ ନରେଶ ରେଖା ସୁପ୍ରିୟାଙ୍କୁ ଦ୍ୱିତୀୟ ଥର ବିବାହ କରିଥିଲେ । ତାଙ୍କର ଦୁଇଟି ପୁଅ ରହିଛନ୍ତି । ଦ୍ୱିତୀୟ ବିବାହ ଅସଫଳହେବା ପରେ ନରେଶ ରାମ୍ୟା ରଘୁପତିଙ୍କୁ ବିବାହ କରିଥିଲେ ।

ପବିତ୍ରା ପୂର୍ବରୁ ସଫ୍ଟେଓ୍ଵୟାର ଇଂଜିନିୟରଙ୍କୁ ବିବାହ କରିଥିଲେ । ଏହାପରେ କନ୍ନଡ ଅଭିନେତା ସୁଚେନ୍ଦ୍ର ପ୍ରସାଦଙ୍କ ସହିତ ଲିଭ ଇନରେ ରହିଥିଲେ । ତାଙ୍କର ମଧ୍ୟ ୨ଟି ପିଲା ରହିଛନ୍ତି ।

Leave A Reply

Your email address will not be published.