ମହେଶ ବାବୁଙ୍କ ବଡ଼ ଭାଇଙ୍କୁ ଚପଲରେ ପିଟିବାକୁ ଗୋଡ଼ାଇଲେ ସ୍ତ୍ରୀ ରାମ୍ୟା, ହୋଟେଲରେ ଅଭିନେତ୍ରୀ ପବିତ୍ରାଙ୍କ ସହ ଥିବା ଅଭିଯୋଗ; ଭିଡିଓ ଭାଇରାଲ

ସୁପରଷ୍ଟାର ଅଭିନେତା ମହେଶ ବାବୁଙ୍କ ବଡ଼ ଭାଇ ନରେଶ ବାବୁ ଓ ତାଙ୍କ ପତ୍ନୀ ରାମ୍ୟା ରଘୁପତିଙ୍କ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ତିକ୍ତ ହେବାରେ ଲାଗିଛି। ଗତ ରବିବାର ଉଭୟଙ୍କ ଝଗଡ଼ା ଏତେ ଭୟଙ୍କର ରୂପ ନେଇଥିଲା ଯେ ରାମ୍ୟା ନରେଶଙ୍କୁ ଗୋଡ଼େଇ ଗୋଡ଼େଇ ଚପଲରେ ପିଟିଥିଲେ। ସୋସିଆଲ ମିଡିଆରେ ଉଭୟଙ୍କ ଝଗଡ଼ା ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରାମ୍ୟା ନରେଶଙ୍କ ପଛେ ପଛେ ଚପଲ ଧରି ଦୌଡ଼ୁଥିବା ଦେଖାଯାଇଛି। କିନ୍ତୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ତାଙ୍କୁ ଅଟକାଇଥିଲେ। ଦୀର୍ଘ ସମୟ ଧରି ଗଣ୍ଡଗୋଳ ପରେ ଉଭୟେ ହୋଟେଲରୁ ଚାଲିଯାଇଥିଲେ। ଭିଡିଓରେ ନରେଶ ମଧ୍ୟ ରାମ୍ୟାଙ୍କ ଉପରେ ଚିଲ୍ଲାଉଥିବା ଦେଖାଯାଇଛି। ଉଭୟଙ୍କ ମଧ୍ୟରେ ଏଭଳି ଝଗଡ଼ା ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ରାମ୍ୟା ଅଭିଯୋଗ କରିଛନ୍ତି ଯେ ନରେଶ ହୋଟେଲ ଅଭିନେତ୍ରୀ ପବିତ୍ରାଙ୍କ ସହ ଥିଲେ।

ସୂଚନାଯୋଗ୍ୟ ଯେ ୫୯ ବର୍ଷୀୟ ନରେଶ ତେଲୁଗୁ ଫିଲ୍ମର ସୁପରଷ୍ଟାର ମହେଶ ବାବୁଙ୍କ ସାବତ ଭାଇ। ନରେଶ ହେଉଛନ୍ତି ଦିବଂଗତ ଅଭିନେତ୍ରୀ ବିଜୟା ନିର୍ମଲା ଓ ତାଙ୍କ ପ୍ରଥମ ସ୍ୱାମୀଙ୍କ ପୁଅ। ପରେ ବିଜୟା ମହେଶ ବାବୁଙ୍କ ବାପା ଅଭିନେତା କୃଷ୍ଣଙ୍କୁ ବିବାହ କରିଥିଲେ। ନରେଶ ଓ ତାଙ୍କ ପତ୍ନୀ ରାମ୍ୟାଙ୍କ ଝଗଡ଼ା ଏବେ ଚର୍ଚ୍ଚାରେ ରହିଛି। ନରେଶଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ତାଙ୍କର ଅଭିନେତ୍ରୀ ପବିତ୍ରା ଲୋକେଶଙ୍କ ସହ ଆଫେୟାର୍ସ ରହିଛି ଓ ଉଭୟେ ଲୁଚାଛପା ବିବାହ ବି କରି ନେଇଛନ୍ତି। କିନ୍ତୁ ନରେଶ ଏହି ଖବରକୁ ଗୁଜବ ବୋଲି କହୁଛନ୍ତି।

ନରେଶ କରିଛନ୍ତି ୩ଟି ବିବାହ:

ନରେଶଙ୍କ ମୁତାବକ, ସେ ପତ୍ନୀ ରାମ୍ୟାଙ୍କୁ ଛାଡ଼ପତ୍ର ନୋଟିସ୍‌ ପଠାଇଥିଲେ। କିନ୍ତୁ ସେ ତାଙ୍କୁ ବଦନାମ କରିବା ପାଇଁ ମିଛ ଗୁଜବ ସୃଷ୍ଟି କରୁଛନ୍ତି। ସେହିପରି ସେ ଅଭିନେତ୍ରୀ ପବିତ୍ରା ଲୋକେଶଙ୍କ ସହ ବିବାହ ଖବରକୁ ମଧ୍ୟ ମିଛ ବୋଲି କହିଛନ୍ତି। ପ୍ରକାଶ ଯେ ରାମ୍ୟା ହେଉଛନ୍ତି ନରେଶଙ୍କ ତୃତୀୟ ପତ୍ନୀ। ସେ ପ୍ରଥମେ ଡ୍ୟାନ୍ସ ମାଷ୍ଟର ଶ୍ରୀନୁଙ୍କ ଝିଅଙ୍କୁ ବିବାହ କରିଥିଲେ। ତା ପରେ ସେ ରେଖା ଶାସ୍ତ୍ରୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

ଅନ୍ୟପଟେ ରାମ୍ୟାଙ୍କ ସହ ହୋଟେଲରେ ହୋଇଥିବା ବିବାଦ ପରେ ଉଭୟଙ୍କ ମଧ୍ୟରେ ଭଲ ପାଇବା ନଥିବା ସ୍ପଷ୍ଟ ହୋଇଛି। ହୋଟେଲରେ ଉଭୟଙ୍କ ମଧ୍ୟରେ ହୋଇଥିବା ଝଗଡ଼ାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହାକୁ ନେଇ ଥଟ୍ଟା ବି କରୁଥିବା ଦେଖାଯାଇଛି।

Also Read: ପ୍ରସୂତୀଙ୍କୁ ଚେୟାରରେ ବସାଇ ୩ କିଲୋମିଟର ଚାଲି ଚାଲି ନଦୀ ପାର ହେଲେ ଗାଁ ଲୋକେ, ସାମ୍ନାକୁ ଆସିଲା ଲଜ୍ଜାଜନକ ଦୃଶ୍ୟ

You might also like