ମନୋରଂଜନ

ମହେଶ ଭଟ୍ଟଙ୍କ ଅଫିସ କର୍ମଚାରୀଙ୍କ ବଡ ଖୁଲାସା, ସୁଶାନ୍ତଙ୍କୁ ନେଇ ମହେଶଙ୍କ ସହିତ ଏମିତି କଥା ହୁଅନ୍ତି ରିୟା ଚକ୍ରବର୍ତ୍ତୀ

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରକାର ପ୍ରଶ୍ନ ଉଠୁଛି। ତେବେ ସୁଶାନ୍ତଙ୍କ ନିଧନ ପରେ ରିୟା ଚକ୍ରବର୍ତ୍ତୀ ଏବଂ ମହେଶ ଭଟ୍ଟଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଏକଦମ୍‌ ଛାଇ ଯାଇଛି। ସେପଟେ ମୁକେଶ ଭଟ୍ଟ ଏହା କହି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଯେ ସେ କିଛି ସମୟ ପୂର୍ବରୁ ସୁଶାନ୍ତଙ୍କୁ ଭେଟିଥିଲେ। ଆଉ ଏହି ସମୟରେ ତାଙ୍କର ମାନସିକ ସ୍ଥିତି ଠିକ୍‌ ନଥିଲା ଏବଂ ଏହି ବିଷୟରେ ସୁଶାନ୍ତ ମହେଶ ଭଟ୍ଟଙ୍କ ସହିତ କଥା ବି ହୋଇଥିଲେ। ତେବେ ଏହି ସବୁ ଖବର ମଧ୍ୟରେ ମହେଶ ଭଟ୍ଟଙ୍କ ଅଫିସ କର୍ମଚାରୀଙ୍କ ପାଖରୁ ଏକ ଏମିତି ଖବର ମିଳିଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ମହେଶ ଭଟ୍ଟଙ୍କ ଅଫିସରେ କାମ କରୁଥିବା ତାଙ୍କର ସହାୟକ କର୍ମଚାରୀ ସୁହରୀତା ଦାସ ଫେସବୁକରେ ପୋଷ୍ଟ କରି ରିୟା ଚକ୍ରବର୍ତ୍ତୀଙ୍କ ସହ ଜଡିତ ଅନେକ ଖୁଲାସା କରିଛନ୍ତି।

ସୁହରିତା ଦାସଙ୍କ ଫେସବୁକ୍‌ ବାୟୋ ମୁତାବକ, ସେ ମହେଶ ଭଟ୍ଟ ଏବଂ ମୁକେଶ ଭଟ୍ଟଙ୍କ ପ୍ରଡକସନ କମ୍ପାନୀ ବିଶେଷ ଫିଲ୍ମରେ କାମ କରନ୍ତି। ସୁହରିତା ଜୁନ ୧୪ରେ ଫେସବୁକରେ ଏକ ଲମ୍ବା ଚଉଡା ପୋଷ୍ଟ ଲେଖିଥିଲେ ଯାହା ଏବେ ସୋସିଆଲ ମିଡିଆରେ ଭାଭଇରାଲ ହେଉଛି। ଏହି ପୋଷ୍ଟରେ ସେ ଲେଖିଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ବିଷୟରେ ରିୟା ଚକ୍ରବର୍ତ୍ତୀ ମହେଶ ଭଟ୍ଟଙ୍କ ଠାରୁ ପରାମର୍ଶ ନେଉଥିଲେ।

ସୁହରିତା ଲେଖିଛନ୍ତି ଯେ କିଏ ଜାଣୁ ବା ନ ଜାଣୁ ମୁଁ ହେଉଛି ମୂକ ସାକ୍ଷୀ। ତୁମେ ସବୁବେଳେ ସୁଶାନ୍ତଙ୍କୁ ଠିକ୍‌ କରିବାକୁ ଚାହୁଁଥିଲ। କିନ୍ତୁ ଡିପ୍ରେସନ ଏମିତି ଏକ ରୋଗ ଯାହା ବିନାଶକାରୀ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ଡିପ୍ରେସନରେ ବାହାର କରିବାକୁ ମହେଶ ଭଟ୍ଟଙ୍କ ଠାରୁ ପରାମର୍ଶ ନିଅନ୍ତି।

ତେବେ ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ କେସରେ ପୋଲିସ ଯାଞ୍ଚ କାମ ଜାରି ରଖିଛି। ଏବେ ପଯ୍ୟର୍ନ୍ତ ୨୫ରୁ ଅଧିକ ଲୋକଙ୍କୁ ଜେରା ସରିଲାଣି। ଏହି ମାମଲାରେ ଏବେ ପଯ୍ୟର୍ନ୍ତ ସୁଶାନ୍ତ ସିଂହ ରାଜପୁତଙ୍କ ଘନିଷ୍ଠ ବନ୍ଧୁ ଏବଂ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ରୋହିଣୀ ଅଭ୍ୟର, ସୁଶାନ୍ତଙ୍କ ମ୍ୟାନେଜର, କ୍ରିଏଟିଭ୍‌ ମ୍ୟାନେଜରଙ୍କ ସମେତ ଅନ୍ୟ ଲୋକଙ୍କୁ ପଚରା ଉଚୁରା ସରିଛି।

Pritiparna

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

5 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

11 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago