ଜୟ ଏବଂ ମାହିଙ୍କୁ ଘରର ରୋଷେୟା ଠାରୁ ମିଳିଥିଲା ଜୀବନରୁ ମାରିଦେବାକୁ ଧମକ, ଏବେବି ଡରୁଛନ୍ତି ମାହି

ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଯୋଡି ଜୟ ଭାନୁଶାଲୀ ଏବଂ ମାହି ବିଜ୍‌ଙ୍କ ଘରୁ ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ମାହି ଏବଂ ଜୟ ନିଜ ଘରେ ଭୟଭୀତ ଅବସ୍ଥାରେ ରହିଛନ୍ତି। କାରଣ ସେମାନଙ୍କ ଘରେ କାମ କରୁଥିବା ଅସ୍ଥାୟୀ କୁକ୍‌ (ରୋଷେୟା) ଜୟ, ମାହି ଏବଂ ଝିଅ ତାରାଙ୍କୁ ମାରିବାକୁ ଧମକ ମିଳିଥିଲା। ଏହି ଧମକ ମିଳିବା ପରେ ପୋଲିସ ଏମାନଙ୍କ ପାଖକୁ ଯାଇ ରୋଷେୟାକୁ ଗିରଫ କରିଥିଲା। ଏବେ ରୋଷେୟା ଜାମିନରେ ଆସିଥିବା ଖବର ମିଳିଛି।

ମାହି ବିଜ୍‌ ନିକଟରେ କିଛି ଟ୍ଵିଟ୍‌ କରିଥିଲେ, ଯେଉଁଥିରେ ମୁମ୍ବାଇ ପୋଲିସକୁ ଟ୍ୟାଗ୍‌ କରାଯାଇଥିଲା। ସୋସିଆଲ ମିଡିଆରେ ଏହି ଟ୍ଵିଟ୍‌ ଭାଇରଲ ହେବାରେ ଲାଗିଥିଲା। କିନ୍ତୁ କିଛି ସମୟ ପରେ ଏହି ଟ୍ଵିଟ୍‌ ଡିଲିଟ ହୋଇଥିଲା। ଯେଉଁଥିରେ ମାହି ତାଙ୍କ କୁକ୍‌ କିଭଳି ତାଙ୍କ ପରିବାରକୁ ମାରିବା ପାଇଁ ଧମକ ଦେଇଥିଲା ତାହା ଲେଖାଯାଇଥିଲା। ନିକଟରେ ମାହି ଏକ ଇଣ୍ଟରଭ୍ୟୁ ସମୟରେ ଏହି ଘଟଣା ବିଷୟରେ କହିଥିଲେ।

 

View this post on Instagram

 

A post shared by Viral Bhayani (@viralbhayani)

ଇଣ୍ଟରଭ୍ୟୁରେ ମାହି କହିଥିଲେ, ଆମ ଘରେ ରହିଥିବା କୁକ୍‌ ଘରେ ପ୍ରତିଦିନ ଚୋରି କରୁଥିଲା। ଏ ବିଷୟରେ ଜାଣିବା ପରେ ମାତ୍ର କିଛିଦିନ ରହି ମାସକର ଦରମା ମାଗୁଥିଲା। ଏହାକୁ ନେଇ ଜୟ ପ୍ରଶ୍ନ ପଚାରିବାରୁ କୁକ୍‌ କହିଥିଲା, ‘ ୨୦୦ ବିହାରୀ ଟୋକା ଆଣି ଛିଡା କରିବି। ନିଶାରେ ଥାଇ ଗାଳିଗୁଲଜ ମଧ୍ୟ କରିଥିଲା ରୋଷେୟା। ଏହି ଘଟଣା ପରେ ଆମେ ପୋଲିସ ପାଖରେ ଅଭିଯୋଗ କରିଥିଲୁ। ନିଜ ପାଇଁ ନୁହେଁ ଝିଅ ପାଇଁ ବ୍ୟସ୍ତ ବିବ୍ରତ ହୋଇପଡିଥିଲୁ।

mahi

ଅଭିଯୋଗ ପରେ ପୋଲିସ ରୋଷେୟାକୁ ଗିରଫ କରିଥିଲା। କିନ୍ତୁ ଏବେ ରୋଷେୟା ଜାମିନରେ ଆସିଥିବାରୁ ମାହି ଏବଂ ଜୟ ଚିନ୍ତିତ ହୋଇପଡିଛନ୍ତି। ଯଦି ପୁଣି ପ୍ରତିଶୋଧ ପରାୟଣ ହୋଇ ରୋଷେୟା ମାରିବାକୁ ଉଦ୍ୟମ କରେ ତେବେ ସେମାନେ କ’ଣ କରିବେ ବୋଲି ମାହି ଭୟଭୀତ ହୋଇଛନ୍ତି।

ସୂଚନାଯୋଗ୍ୟ, ୨୦୧୧ରେ ଦୁହେଁ ବିବାହ କରିଥିଲେ। ବିବାହର ୮ ବର୍ଷରେ ଦୁହିଁଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.