ରଥଯାତ୍ରା ସମୟରେ ଟେଲି ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ପୁରୀ : ରଥଯାତ୍ରା ସମୟରେ ଟେଲି ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସେ ତାଙ୍କ ଇନଷ୍ଟାଗ୍ରାମ ପେଜରେ ପୋଷ୍ଚ କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି । ଗତ ଶନିବାର ସେ ପୁରୀ ରଥ ଯାତ୍ରା ବୁଲିବାକୁ ଆସିଥିବା କିଛି ଯୁବକ ତାଙ୍କୁ କମେଣ୍ଟ ମାରିଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ଠେଲାପେଲା କରିବା ସହ ତାଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରିଥିବା ସେ କହିଛନ୍ତି । ଭଗବାନ ଏହି ଯୁବକଙ୍କୁ କ୍ଷମା କରନ୍ତୁ ବୋଲି ସେ ଉଲ୍ଲେଖ କରିଛନ୍ତି। ତେବେ ଏନେଇ ସେ ପୁରୀରେ କୌଣସି ଅଭିଯୋଗ କରିନାହାଁନ୍ତି। ତେବେ ସୋସିଆଲ ମିଡିଆରେ ହୋଇଥିବା ଏହି ଅଭିଯୋଗ ନେଇ ତତ୍ପରତା ପ୍ରକାଶ କରିଛି ପୋଲିସ।

#rathyatra #jaijagannath #bollywood #india

A post shared by Mahika Sharma (@memahikasharma) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.