୫୨ ବର୍ଷରେ ପୁଣି ବାହା ହେଲେ ମହିମା ଚୌଧୁରୀ !, ଭାଇରଲ ହେଉଛି ଫଟୋ

ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ମହିମା ଚୌଧୁରୀ । ୫୨ ବର୍ଷ ବୟସରେ କନ୍ୟା ବେଶରେ ନଜର ଆସିଛନ୍ତି ଅଭିନେତ୍ରୀ । ତାଙ୍କ ସହ ବର ବେଶରେ ସଞ୍ଜୟ ମିଶ୍ରଙ୍କୁ ଦେଖିବାକୁ ମିଳିଛି । ଯାହା ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ହଠାତ୍ ସେମାନଙ୍କ ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଆପଣଙ୍କୁ ଜଣାଇ ରଖୁଛୁ ଯେ ମହିମା ଚୌଧୁରୀ ସଞ୍ଜୟ ମିଶ୍ରଙ୍କୁ ଦ୍ବିତୀୟ ବିବହା କରି ନାହାଁନ୍ତି । ବରଂ ସେମାନେ ଆଗାମୀ ଫିଲ୍ମ  “ଦୁର୍ଲଭ ପ୍ରସାଦ କି ଦୁସରୀ ଶାଦୀ” ରେ ନଜର ଆସିବାକୁ ଯାଉଛନ୍ତି । ଯେଉଁଥିରେ ସେମାନଙ୍କୁ ଏଭଳି ଏକ ଗେଟଅପରେ ଦେଖିବାକୁ ପାଇବେ ଦର୍ଶକ । ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । କିନ୍ତୁ ମହିମା ଫିଲ୍ମର ପ୍ରମୋସନ ପାଇଁ ଏଭଳି ଭିଡିଓ ଏବଂ ଫଟୋ ତାଙ୍କ ସୋସିଆଲ ମିଡିଆ ପେଜରେ ସେୟାର କରିଥିଲେ । ଯାହା ସିଦ୍ଧାନ୍ତ ରାଜଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଛି । ଏଥିସହ ଅଭିନେତ୍ରୀ ଜଣକ ଫିଲ୍ମ  “ଦୁର୍ଲଭ ପ୍ରସାଦ କି ଦୁସରୀ ଶାଦୀ”ର ଦ୍ୱିତୀୟ ବିବାହର ଏକ ମୋସନ୍ ପୋଷ୍ଟର ସେୟାର କରିଛନ୍ତି । ସଞ୍ଜୟ ଏବଂ ମହିମାଙ୍କ ସମେତ ଏହି ଫିଲ୍ମରେ ଵ୍ୟୋମ ଏବଂ ପଲକ ଲାଲୱାନୀ ମଧ୍ୟ ନଜରରେ ଆସିବେ । ଯାହା ଖୁବ୍ ଶୀଘ୍ର ସିନେମା ହଲରେ ରିଲିଜ ହେବାକୁ ଯାଉଛି ।

Also Read : ସାଇବାବା ଫେମ ସୁଧୀର ଦଲବିଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର, ସହାୟତା ପାଇଁ ଆଗେଇ ଆସିଲେ ରିଦ୍ଧିମା କପୁର