ଜମ୍ମୁ-କାଶ୍ମୀର ପହଲଗାମର ଆକ୍ରମଣକୁ ନିନ୍ଦା କଲେ ମାହିରା ଖାନ୍, ସୋସିଆଲ ମିଡିଆରେ କଲେ ସେୟାର

ଜମ୍ମୁ-କାଶ୍ମୀର ପହଲଗାମର ନୃସଂଶ ଆକ୍ରମଣ ପରେ ଭାରତୀୟଙ୍କ ମନରେ ପାକିସ୍ତାନୀଙ୍କ ପାଇଁ କ୍ରୋଧ ଦେଖିବାକୁ ମିଳିଛି । ପାକିସ୍ତାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଦେଶବାସୀ । ନିକଟରେ ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ’ଅବିର ଗୁଲାଲ’ ଫିଲ୍ମକୁ ବ୍ୟାନ କରାଯାଇଛି । ସମସ୍ତ ପାକିସ୍ତାନୀ କଳାକାରଙ୍କ ଉପରେ ନିଷେଧାଦେଶ ଜାରି ହୋଇଛି । ଏପରି ପରିସ୍ଥିତିରେ, ମାହିରା ଖାନଙ୍କର ଏକ ବୟାନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ଶାହରୁଖ ଖାନଙ୍କ ’ରଇସ’ଫିଲ୍ମର ଡେବ୍ୟୁ କରିଥିବା ପାକିସ୍ତାନୀ ହିରୋଇନ ମାହିରା ଖାନ ଜମ୍ମୁ-କାଶ୍ମୀର ପହଲଗାମର ଆକ୍ରମଣକୁ ନେଇ ନିନ୍ଦା କରି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ଆକ୍ରମଣରେ ୨୫ଜଣ ଭାରତୀୟଙ୍କ ସହ ମୋଟ୍ ୨୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଯାହା ସାରା ଦେଶକୁ ଥରାଇ ଦେଇଛି । ଏପରି ଆକ୍ରମଣ କାପୁରୁଷତାର କାର୍ଯ୍ୟ ବୋଲି ସୋସିଆଲ ମିଡିଆରେ କହିଛନ୍ତି ମାହିରା ଖାନ୍ । ଆକ୍ରମଣରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ସମବେଦନା ଜଣାଇଛନ୍ତି । ମାହିରା ଖାନଙ୍କ ସମେତ ଅନ୍ୟାନ୍ୟ ପାକିସ୍ତାନୀ କଳାକାର, ଭାରତୀୟ ରାଜନେତା, ବଲିଉଡ ସେଲିବ୍ରେଟିମାନେ ମଧ୍ୟ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିବା ସହ ହୃଦୟସ୍ପର୍ଶୀ କଥା ସେୟାର କରିଛନ୍ତି ।

ଅନ୍ୟପଟେ ୨୦୧୬ ଉରି ଆକ୍ରମଣ ଏବଂ ୨୦୧୯ ପୁଲୱାମା ଆକ୍ରମଣ ପରେ ପାକିସ୍ତାନୀ କଳାକାରଙ୍କ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଥିଲା । ସେହି ସମୟରେ କିନ୍ତୁ ଫୱାଦ ଖାନ, ମାହିରା ଖାନ, ମାୱାରା ଖାନ, ସବା କମର, ଅଲୀ ଫଜଲଙ୍କ ସମେତ ଅନ୍ୟ କେତେକ ପାକିସ୍ତାନୀ କଳାକାର ବଲିଉଡ ଫିଲ୍ମରେ ନଜର ଆସୁଥିଲେ ।

ସୂଚନାଯୋଗ୍ୟ ’ରାଏସ୍’, ’ସୁପରଷ୍ଟାର’, ’ଦି ଲିଜେଣ୍ଡ ଅଫ୍ ମୌଲାନା ଜାତ୍ତ’, ’ଭର୍ନା’, ’ହୋ ମନ୍ ଜାହାଁ’, ’ବୋଲ’ ଭଳି ଅନେକ ଫିଲ୍ମରେ ଅଭିନୟର ଯାଦୁ ଦେଖାଇଛନ୍ତି ମାହିରା ଖାନ୍ ।  କିଛି ବର୍ଷ ପୂର୍ବରୁ ମାହିରା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ଭାରତର  କୌଣସି ୱେବ୍ ସିରିଜ୍ ପାଇଁ ସାଇନ୍ କରିବାକୁ ସେ ଭୟ କରୁଥିଲେ। “ମୋତେ କିଛି ଭଲ ବିଷୟବସ୍ତୁ ଦିଆଯାଇଥିଲା ଏବଂ ମୁଁ ସେଗୁଡ଼ିକୁ ହରାଇବାକୁ ଚାହୁଁ ନଥିଲି। କିନ୍ତୁ ମୁଁ ଡରି ଯାଇଥିଲି ଏବଂ ଏହା ସ୍ୱୀକାର କରିବାରେ ମତେ କୌଣସି ଲଜ୍ଜ୍ୟା ଅନୁଭବ ହେଉନାହିଁ ।“  ଆହୁରି ମଧ୍ୟ କହିଛନ୍ତି ’ଆମେ ଏକାଠି କାମ କରିବାର ସୁଯୋଗ ହରାଇଲୁ। ପୁଣିଥରେ ହୁଏତ ଏହା ସମ୍ଭବ ହୋଇପାରେ ।’

Also Read : ଐଶ୍ୱର୍ଯ୍ୟା-ପ୍ରିୟଙ୍କାଙ୍କଠାରୁ ବି କମ୍ ନୁହଁନ୍ତି ଏହି ମିସ୍ ୱାର୍ଲ୍ଡ, ହେଲେ ବଲିଉଡରେ ପାଇପାରିଲେନି ସଫଳତା