୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ମେଜର ସନ୍ଦୀପଙ୍କ ବାୟୋପିକ୍‌ର ଫାଷ୍ଟଲୁକ୍‌ ରିଲିଜ୍‌, ଦେଖନ୍ତୁ ଫଟୋ

ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ମେଜର ସନ୍ଦୀପ ଉନ୍ନିକ୍ରିଷ୍ନନଙ୍କ ବାୟୋପିକ୍‌ ‘ମେଜର’ର ଫାଷ୍ଟଲୁକ୍‌ ରିଲିଜ୍‌ ହୋଇଛି। ଉଭୟ ହିନ୍ଦୀ ଓ ତେଲୁଗୁ ଭାଷାରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ଅଦିବୀ ଶେଷ ମେଜର ଉନ୍ନିକ୍ରିଷ୍ନନଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ମେଜର ଫିଲ୍ମର ଫାଷ୍ଟଲୁକ୍‌କୁ ଅଦିବୀ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି।

 

View this post on Instagram

 

A post shared by Sesh Adivi (@adivisesh)

ମେଜରର ଫାଷ୍ଟଲୁକ୍‌ ପୋଷ୍ଟର ଉଭୟ ହିନ୍ଦୀ ଓ ତେଲୁଗୁରେ ଜାରି କରାଯାଇଛି। ପୋଷ୍ଟରରେ ଅଦିବୀଙ୍କ ଲୁକ୍‌ ବେଶ୍‌ ଆକ୍ରମଣାତ୍ମକ ରହିଛି। ୨୦୨୧ ମସିହାରେ ଫିଲ୍ମଟି ପରଦାକୁ ଆସିବ। ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ଶଶି କିରଣ ଟିକ୍କା। ଦକ୍ଷିଣ ଭାରତୀୟ ସୁପରଷ୍ଟାର ମହେଶ ବାବୁ ଏହି ଫିଲ୍ମକୁ ତିଆରି କରୁଛନ୍ତି। ମେଜର ଫିଲ୍ମରେ ଶୋଭିତା ଧୁଲିପାଲା ଓ ସଇ ମାଜରେକର ପ୍ରମୁଖ ଭୂମିକାରେ ନଜର ଆସିବେ।

ଫିଲ୍ମ ‘ମେଜର’କୁ ନେଇ ନିର୍ଦ୍ଦେଶକ ଶଶି କିରଣ କହିଛନ୍ତି, ଯେତେବେଳେ ଏହି ଘଟଣା ଘଟିଥିଲା ସେତେବେଳେ ଆମମାନଙ୍କ ମଧ୍ୟରୁ କେହି ବି ଘଟଣାସ୍ଥଳରେ ଉପସ୍ଥିତ ନଥିଲେ। ଯାହା ଟିଭିରେ ଦେଖାଉଥିଲା ଓ ଶୁଣିବାକୁ ମିଳୁଥିଲା ତାହାକୁ ଆମେ ସତ ଭାବୁଛୁ। ଆମ କଳ୍ପନାକୁ ଆମେ ବାସ୍ତବତାର ରୂପ ଦେବୁ। ଏହା ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ।

ଏହାକୁ ଡକୁଚ୍ୟମେଣ୍ଟ୍ରି ଫିଲ୍ମ ବଦଳରେ ଫିଚର ଫିଲ୍ମ ଭାବେ ଦେଖାଇବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଏହା ପୂର୍ବରୁ ୧୬ ଡିସେମ୍ବରରେ ଅଦିବୀ ଏକ ପୋଷ୍ଟର ସେୟାର କରି ଫାଷ୍ଟଲୁକ୍‌ ରିଲିଜ୍‌ ହେବାର ସୂଚନା ଦେଇଥିଲେ। ଏହି ପୋଷ୍ଟରରେ ଅଦିବୀଙ୍କ ବ୍ୟାକ୍‌ସାଇଟ୍‌ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.