ମୁମ୍ବାଇ ଆତଙ୍କୀ ଆକ୍ରମଣର ହିରୋ ମେଜର ସନ୍ଦୀପଙ୍କ ଶୌର୍ଯ୍ୟର କାହାଣୀ ‘ମେଜର’, ଟ୍ରେଲରରେ ଦେଖିଲେ ଲୁହ ରୋକିପାରିବେନି; ଦେଖନ୍ତୁ ଭିଡିଓ

ସାଉଥ୍‌ ଅଭିନେତା ଆଦିବୀ ଶେଷଙ୍କ ଫିଲ୍ମ ‘ମେଜର’ର ଲୋମଟାଙ୍କୁରା ଟ୍ରେଲର ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରିଲିଜ୍‌ ହୋଇଛି। ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କୀ ଆକ୍ରମଣ ଉପରେ ଆଧାରିତ ଏହି ଫିଲ୍ମରେ ଆଦିବୀ ଶେଷ ସହିଦ ଆର୍ମି ଅଫିସର ମେଜର ସନ୍ଦୀପ ଉନ୍ନିକ୍ରିଷ୍ଣନ୍‌ଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲର ଦେଖିବା ପରେ ସମସ୍ତେ ଫିଲ୍ମ ଓ ଆଦିବୀଙ୍କ ଅଭିନୟର ପ୍ରଶଂସା କରୁଛନ୍ତି।

ଏହି ଫିଲ୍ମର ଟ୍ରେଲର ସାମ୍ନାକୁ ଆସିବା ପରେ ପୁଣିଥରେ ୨୦୦୮ ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ କଥା ମନରେ ତାଜା ହୋଇଯାଇଛି। ସୋସିଆଲ ମିଡିଆରେ ଏହି ଟ୍ରେଲର ଜୋରଦାର ଭାଇରାଲ ହେଉଛି। ସୂଚନାଯୋଗ୍ୟ ଯେ ମେଜର ହେଉଛି ଆଦିବୀ ଶେଷଙ୍କ ଡେବ୍ୟୁ ଫିଲ୍ମ।

ଦେଖନ୍ତୁ ଟ୍ରେଲର:

Video Credit: You Tube

ରିପୋର୍ଟ ମୁତାବକ, ଫିଲ୍ମ ୨୬/୧୧ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମେଜର ସନ୍ଦୀପ ଉନ୍ନିକ୍ରିଷ୍ଣନ୍‌ଙ୍କ ଜୀବନ ଓ ତାଙ୍କ ବଳିଦାନ ଉପରେ ଆଧାରିତ। ମେଜର ସନ୍ଦୀପଙ୍କ ଭୂମିକାରେ ଅଭିନୟ କରୁଥିବା ଆଦିବୀ ଟ୍ରେଲର ଲଞ୍ଚ୍‌ ପରେ ମିଳୁଥିବା ପ୍ରତିକ୍ରିୟା ଯୋଗୁ ବେଶ୍‌ ଉତ୍ସାହିତ ଅଛନ୍ତି। ତାଙ୍କ କହିବାନୁସାରେ, ତାଙ୍କୁ ଫିଲ୍ମରେ ମିଳିଥିବା ଭୂମିକାକୁ ନ୍ୟାୟ ଦେବାକୁ ସେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି।

ଆଦିବୀ କହିଛନ୍ତି- ମୁଁ ଏହି ଫିଲ୍ମରେ ମେଜର ଭୂମିକା ତୁଲାଇବାକୁ ମୋର ସମସ୍ତ ଚେଷ୍ଟା କରିଛି। ଏହି ଫିଲ୍ମ ପାଇଁ ବହୁତ ଉତ୍ସାହିତ ଅଛି। ଦେଶର ଜଣେ ସାହସୀ ବୀର ତଥା ହିରୋଙ୍କ ଭୂମିକାରେ ଅଭିନୟ କରିବା ଏକ ସମ୍ମାନର କଥା। ମୁଁ ମେଜର ସନ୍ଦୀପ ଉନ୍ନିକ୍ରିଷ୍ଣନ୍‌ଙ୍କ ସ୍ମୃତି ସହ ନ୍ୟାୟ କରିବାକୁ ଚେଷ୍ଟା କରିଛି। ତାଙ୍କ ପ୍ରେରଣାଦାୟକ କାହାଣୀ ବଡ଼ ପରଦାରେ ସବୁ ଲୋକଙ୍କ ନିକଟରେ ପହଞ୍ଚିବ ବୋଲି ଆଶା କରୁଛି।

ମହେଶ ବାବୁ ପ୍ରଡକ୍ସନ ହାଉସ୍‌ରେ ନିର୍ମିତ ହୋଇଛି ଫିଲ୍ମ:

ମେଜରର ନିର୍ମାଣ ସୋନି ପିକ୍‌ଚର୍ସ ଇଣ୍ଟରନ୍ୟାସନାଲ ପ୍ରଡକ୍ସନ୍‌ ପକ୍ଷରୁ ମହେଶ ବାବୁଙ୍କ ଜିଏମ୍‌ବି ଏଣ୍ଟରଟେନ୍‌ମେଣ୍ଟ ଓ ଏ ପ୍ଲସ୍‌ ଏସ୍‌ ମୁଭିସ୍‌ର ସହଯୋଗରେ ହୋଇଛି। ନିର୍ଦ୍ଦେଶକ ଶଶି କିରନ୍‌ ଟିକ୍କା ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମରେ ଆଦିବୀ ଶେଷ, ଶୋଭିତା ଧୁଲିପାଲା, ସଇ ମାଞ୍ଜେରେକର, ରେବତୀ, ପ୍ରକାଶ ରାଜ୍‌, ଅନୀଶ କୁରୁବିଲା ଓ ମୁରଲି ଶର୍ମା ପ୍ରମୁଖ ଅଭିନୟ କରିଛନ୍ତି। ଜୁନ୍‌ ୩ରେ ହିନ୍ଦୀ, ତେଲୁଗୁ ଓ ମାଲାୟାଲମ୍‌ ଭାଷାରେ ଏହା ପରଦାକୁ ଆସିବ।

Also Read: ପାଗ ବଦଳିବା ପରେ ଅଚାନକ ଆସିଲା ଘୂର୍ଣ୍ଣିଝଡ଼, ତଳୁ ଉଠାଇ ଉପରକୁ ନେଇଗଲା ବାଲି ଧୂଳି; ଦେଖନ୍ତୁ ଛାତିଥରା ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.