ସାଉଥର ସୁପରଷ୍ଟାର ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କୁ କିଏ ବା ନ ଜାଣେ । ତାଙ୍କ ପାଇଁ କୌଣସି ପରିଚୟ ଦରକାର ନାହିଁ। ସୁନ୍ଦରତା ଏବଂ ଅଭିନୟ ଯୋଗୁଁ ସାଉଥ ସିନେମା ଇଣ୍ଡଷ୍ଟ୍ରୀରେ ବେଶ ନାଁ କରିପାରିଛନ୍ତି। ତାଙ୍କୁ ଫିଲ୍ମରେ ନେବା ପାଇଁ ମେକର୍ସ ପଇସା ପାଣି ଭଳି ଖର୍ଚ୍ଚ କରୁଛନ୍ତି। ସାମନ୍ଥାଙ୍କ ଅପକମିଂ ଫିଲ୍ମ ‘ଯଶୋଦା’ ପାଇଁ ୩ କୋଟି ଟଙ୍କାର ସେଟ୍ ତିଆରି କରିଛନ୍ତି ମେକର୍ସ।
ସାମନ୍ଥାଙ୍କ ଅପକମିଂ ଫିଲ୍ମ ‘ଯଶୋଦା’ ପାଇଁ ୩ କୋଟି ଟଙ୍କାର ସେଟ୍ ତିଆରି ହୋଇଛି। ଏହା ୭ ଷ୍ଟାର ହୋଟେଲ ଭଳି ତିଆରି କରାଯାଇଛି। ଯାହା ଫିଲ୍ମ ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ ସେଟ୍ ମଧ୍ୟରେ ଅନ୍ୟତମ। ଏହାକୁ ଆର୍ଟ ଡାଇରେକ୍ଟର ଅଶୋକ ସେଟ୍ଙ୍କ ତତ୍ତ୍ୱାବଧାନରେ କରାଯାଉଛି। ଏହି ଫିଲ୍ମରେ ସାମନ୍ଥା ମୁଖ୍ୟ ଭୂମିକାରେ ନଜର ଆସିବେ।
ଫିଲ୍ମ ‘ଯଶୋଦା’ର ନିର୍ଦ୍ଦେଶନା ଦେଉଛନ୍ତି ହାରି-ହରିଶ। ଏହା ଅତ୍ୟାଧୁନିକ ଯୁଗର ବହୁଭାଷୀ ଥ୍ରୀଲର ଫିଲ୍ମ। ଫିଲ୍ମରେ ଜଣାଶୁଣା ଅଭିନେତା ବରଲକ୍ଷ୍ମୀ ସରଥକୁମାର, ଉନ୍ନ ମୁକୁନ୍ଦନ, ରାଓ ରମେଶ ଏବଂ ମୁରଲି ଶର୍ମା ପ୍ରମୁଖ ଭୂମିକାରେ ନଜର ଆସିବେ। ସାମନ୍ଥା ସବୁବେଳେ ଫିଲ୍ମରେ ନିଜର ଷ୍ଟାଇଲ ଷ୍ଟେଟମେଣ୍ଟ ପାଇଁ ବେଶ୍ ଜଣାଶୁଣା। ୨୦୧୦ରେ ‘ୟେ ମାଇଁ ଚଏସ’ ଜରିଆରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିଥିଲେ।