ବହୁତ ଜଲ୍‌ଦି ବିବାହ କରିବେ ମଲାଇକା ଅରୋରା ଓ ଅର୍ଜୁନ କପୁର; ଏହି ଦିନ ବାଜିବ ଶାହାନାଇ

କ୍ୟାଟ୍ରିନା କୈଫ୍‌-ଭିକ୍କି କୌଶଲ ଏବଂ ଆଲିଆ ଭଟ୍ଟ-ରଣବୀର କପୁରଙ୍କ ବିବାହ ପରେ ଏବେ ବଲିଉଡ୍‌ରେ ଆଉ ଏକ ଚର୍ଚ୍ଚିତ ଯୋଡ଼ି ବିବାହ କରିବାକୁ ଯାଉଛନ୍ତି। ବହୁତ ଜଲ୍‌ଦି ସେମାନେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ରିପୋର୍ଟ ମୁତାବକ, ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ଓ ଅଭିନେତା ଅର୍ଜୁନ କପୁରଙ୍କ ଯୋଡ଼ି ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି। ଏବେ ଦୁହିଁଙ୍କ ଯୋଡ଼ି ବଲିଉଡ୍‌ରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛି। ମଲାଇକା ଓ ଅର୍ଜୁନ ପରସ୍ପରକୁ ଡେଟ୍‌ କରିବାରେ ୪ରୁ ଅଧିକ ବର୍ଷ ବିତି ଗଲାଣି। ବର୍ତ୍ତମାନ କପଲ୍‌ ନିଜ ସମ୍ପର୍କର ନାଁ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଖବର ମୁତାବକ, ମଲାଇକା ଓ ଅର୍ଜୁନ ୨୦୨୨ ଶେଷ ସୁଦ୍ଧା ବିବାହ ବନ୍ଧନରେ ବାନ୍ଧି ହୋଇ ଯିବେ।

ରିପୋର୍ଟ ଅନୁସାରେ, ବଲିଉଡ୍‌ର ଏହି ଯୋଡ଼ି ଚଳିତ ବର୍ଷ ନଭେମ୍ବର କିମ୍ବା ଡିସେମ୍ବର ସୁଦ୍ଧା ବିବାହ ପାଇଁ ଯୋଜନା କରୁଛନ୍ତି। ବିବାହରେ କେବଳ ଉଭୟଙ୍କ ପରିବାର ସଦସ୍ୟ ଏବଂ ନିକଟତମ ବନ୍ଧୁ ହିଁ ଉପସ୍ଥିତ ରହିବେ। ରଣବୀର-ଆଲିଆ ଏବଂ କ୍ୟାଟ୍ରିନା-ଭିକ୍କି କୌଶଲଙ୍କ ଭଳି ଏମାନଙ୍କ ବିବାହ ମଧ୍ୟ ସିକ୍ରେଟ୍‌ ତରିକାରେ ମୁମ୍ବାଇରେ ହେବ। କହି ରଖୁଛୁ, ଅଭିନେତା ଅର୍‌ବାଜ ଖାନଙ୍କ ଠାରୁ ଛାଡ଼ପତ୍ର ନେବା ପରେ ମଲାଇକା ଅରୋରା ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି।

ତେବେ ଏହି ଯୋଡ଼ି ଧୁମ୍‌ଧାମରେ ବିବାହ କରିବାକୁ ଚାହୁଁ ନାହାନ୍ତି। ଏମାନେ ନିରାଡମ୍ବରରେ ହିଁ ବିଶ୍ୱାସ କରନ୍ତି। ଏଥିପାଇଁ ଦୁହେଁ ନିଜ ବିବାହକୁ କେବଳ ରେଜିଷ୍ଟର୍‌ କରାଇବା ପରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିବେ। ଫିଲ୍ମ ଇଣ୍ଡଷ୍ଟ୍ରୀ ଏବଂ କପଲ୍‌ଙ୍କର ବହୁତ ନିକଟତମ ସଦସ୍ୟଙ୍କ ଦ୍ୱାରା ପାର୍ଟିର ହୋଷ୍ଟ୍‍ କରାଯିବ। ଏହି ସମୟରେ ପୂରା କପୁର ପରିବାର ଏବଂ ମଲାଇକାଙ୍କ ମାଆ, ବାପା ସାମିଲ ହେବେ। କରୀନା କପୁର ଖାନ ମଧ୍ୟ ଏହି ଯୋଡ଼ିଙ୍କର ବହୁତ ଘନିଷ୍ଠ ବନ୍ଧୁ। ଏଥିପାଇଁ ଅତିଥି ତାଲିକାରେ ତାଙ୍କ ନାମ ବି ସାମିଲ ହୋଇପାରେ।

ଖବର ମୁତାବକ, ମଲାଇକା ଓ ଅର୍ଜୁନ ନିଜ ବିବାହ ଡ୍ରେସ୍‌ ଉପରେ ଅଧିକ ଫୋକସ୍‌ କରିବେ ନାହିଁ ଅର୍ଥାତ୍‌ ସେମାନେ ଏଥିରେ ଅଧିକ ଖର୍ଚ୍ଚ କରିବେ ନାହିଁ। ବିବାହ ରେଜିଷ୍ଟର୍‌ କରାଇବା ଦିନ ମଲାଇକା ଏକ ସାଧାରଣ ଆକର୍ଷକ ଶାଢି ଏବଂ ଅର୍ଜୁନ ଏକ ସାଧାରଣ କୁର୍ତ୍ତାରେ ନଜର ଆସି ପାରନ୍ତି। ତେବେ ପାର୍ଟି ପାଇଁ ଦୁଇ ଜଣ ପାଶ୍ଚାତ୍ୟ ଆଉଟ୍‌ଫିଟ ବାଛି ପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.