ଅରବାଜ ଏବଂ ମଲାଇକାଙ୍କ ପୁଅ ଅରହାନ କରିବେ ବଲିଉଡ ଡେବ୍ୟୁ, ପୂର୍ବରୁ କରିସାରିଛନ୍ତି ଆସିଷ୍ଟାଣ୍ଟ ନିର୍ଦ୍ଦେଶକ କାମ

ବଲିଉଡରେ ଏଣ୍ଟ୍ରି କରିବେ ପୁଣି ଜଣେ ଷ୍ଟାର କିଡ୍‌ । ଅରବାଜ ଖାନ ଏବଂ ମଲାଇକାଙ୍କ ପୁଅ ଅରହାନ ଖୁବଶୀଘ୍ର ବଲିଉଡ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଲାଇମଲାଇଟରୁ ସବୁବେଳେ ଦୂରରେ ରହୁଥିବା ଅରହାନ ଏବେ ସମସ୍ତଙ୍କ ସାମ୍ନାକୁ ଆସିବାକୁ ମନ ବଳାଇଲେଣି। ସୁହାନା ଖାନ, ଖୁସି କପୁର, ସନାୟା କପୁର ପରେ ଅରହାନ ଖୁବଶୀଘ୍ର ଡେବ୍ୟୁ କରିବା ତାଲିକାରେ ରହିଛନ୍ତି।

ଅରହାନ ହେଉଛନ୍ତି ଅରବାଜ ଏବଂ ମଲାଇକାଙ୍କ ପୁଅ। ମଲାଇକା ଏବଂ ଅରବାଜ ୧୯୯୮ରେ ବିବାହ କରିଥିଲେ। ୨୦୦୨ ମସିହାରେ ମଲାଇକା ଅରହାନଙ୍କୁ ଜନ୍ମ ଦେଇଥିଲେ। ତେବେ ଅରହାନ ଏବେ ଆମେରିକାରେ ଫିଲ୍ମ ମେକିଂ ପାଠ ପଢୁଛନ୍ତି। ୨୦୧୭ରେ ଅରବାଜ ଏବଂ ମଲାଇକାଙ୍କ ଛାଡପତ୍ର ହୋଇଥିଲା। ମଲାଇକା ଅଜୁର୍ନ କପୁରଙ୍କୁ ଡେଟ୍‌ କରୁଥିବା ବେଳେ ଅରବାଜ ଏଣ୍ଡ୍ରିଆଙ୍କୁ ଡେଟ୍‌ କରୁଛନ୍ତି।

ତେବେ ଅରହାନ କରନ ଜୋହରଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାଣୀ’ରେ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ଏହି ଫିଲ୍ମରେ ଇବ୍ରାହିମ ଅଲ୍ଲୀ ଖାନ ମଧ୍ୟ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ଏହାଛଡା ଫିଲ୍ମ ‘ପଟନା ଶୁକ୍ଲା’ରେ ମଧ୍ୟ ଅରହାନ ଅରବାଜଙ୍କ ସହିତ କାମ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି। ଡିସେମ୍ବରରେ ଏହି ଫିଲ୍ମ ପାଇଁ ସୁଟିଂ ସେଟକୁ ଫେରିବେ ଅରହାନ । ଆଉ ଫିଲ୍ମ ପାଇଁ ବହୁତ ଉତ୍ସାହିତ ରହିଛନ୍ତି ଅରହାନ।

 

View this post on Instagram

 

A post shared by Arhaan Khan (@iamarhaankhan)

ହେଲେ ଅରହାନ ଏବେ ପାଠପଢା ସହିତ ସାଙ୍ଗମାନଙ୍କ ସହିତ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି। ଅରବାଜ ପୁଅ ଅରହାନଙ୍କୁ ନେଇ ଚିନ୍ତାରେ ରହିଛନ୍ତି।

 

View this post on Instagram

 

A post shared by Arhaan Khan (@iamarhaankhan)

Leave A Reply

Your email address will not be published.