ବ୍ରେକ୍‌ଅପ୍‌ ଖବରକୁ ଖଣ୍ଡନ କଲେ ଅର୍ଜୁନ୍‌ କପୁର ଓ ମଲାଇକା ଆରୋରା, କହିଲେ-‘୪୦ ବର୍ଷ ବୟସରେ…’

ବଲିଉଡ୍‌ ଅଭିନେତା ଅର୍ଜୁନ୍‌ କପୁର ଓ ଅଭିନେତ୍ରୀ ମଲାଇକା ଆରୋରାଙ୍କ ବ୍ରେକ୍‌ ଅପ୍‌ ଖବର ଏବେ ଚର୍ଚ୍ଚାରେ ରହିଛି। କୁହାଯାଉଥିଲା ଯେ ଅର୍ଜୁନ୍‌ ଓ ମଲାଇକାଙ୍କ ସମ୍ପର୍କରେ ଫାଟ ସୃଷ୍ଟିି ହୋଇଛି। ସେମାନଙ୍କର ବ୍ରେକ୍‌ ଅପ୍‌ ହୋଇଯାଇଛି। କିନ୍ତୁ ଏହି ଖବରକୁ ନିକଟରେ ଖଣ୍ଡନ କରିଛନ୍ତି ଏହି କପଲ। ଏହା ଏକ ଗୁଜବ ବୋଲି ସେମାନେ କହିଛନ୍ତି। ଏକ ପୋଷ୍ଟ ସେୟାର କରି ଏହି ଗୁଜବକୁ ମିଛ ବୋଲି କହିଛନ୍ତି ଏହି ସେଲିବ୍ରିଟି ଯୋଡ଼ି।

 

View this post on Instagram

 

A post shared by Arjun Kapoor (@arjunkapoor)


ଉଭୟ ମଲାଇକା ଓ ଅର୍ଜୁନ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ପୋଷ୍ଟରେ ଲେଖାଯାଇଛି- ‘ସତରେ। ୪୦ ବର୍ଷ ବୟସ ପରେ ଆପଣଙ୍କୁ ପ୍ରେମ ମିଳିବା, ଏହାକୁ ନର୍ମଲାଇଜ୍‌ କରନ୍ତୁ। ୩୦ ବର୍ଷ ପରେ ନୂଆ ସ୍ୱପ୍ନ ଦେଖିବା ଓ ତାହାକୁ ଖୋଜିବାକୁ ନର୍ମଲାଇଜ୍‌ କରନ୍ତୁ। ୫୦ ବର୍ଷ ପରେ ନିଜ ଜୀବନର ଉଦ୍ଦେଶ୍ୟ ପାଇବା ଓ ନିଜକୁ ଖୋଜିବାକୁ ନର୍ମଲାଇଜ୍‌ କରନ୍ତୁ। ଜୀବନ ୨୫ ବର୍ଷ ପରେ ସରିଯାଏ ନାହିଁ। ଯେମିତି ଏହା ହୁଏ, ସେଭଳି ଅଭିନୟ କରିବା ବନ୍ଦ କରନ୍ତୁ।’

malaika

ଅନ୍ୟପଟେ ବ୍ରେକ୍‌ଅପ୍‌ ଖବର ସାମ୍ନାକୁ ଆସିବା ପରେ ଅର୍ଜୁନ କପୁର ମଲାଇକାଙ୍କ ସହ ଏକ ସୁନ୍ଦର ଫଟୋ ବି ସେୟାର କରିଛନ୍ତି। ଏହି ଫଟୋର କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି-ଗୁଜବ ପାଇଁ କୌଣସି ସ୍ଥାନ ନାହିଁ। ସୁରକ୍ଷିତ ରୁହନ୍ତୁ। ଖୁସି ରୁହନ୍ତୁ। ଲୋକଙ୍କୁ ଶୁଭକାମନା। ସମସ୍ତଙ୍କୁ ଭଲ ପାଇବା। ଅର୍ଜୁନ୍‌ଙ୍କର ଏହି ପୋଷ୍ଟରେ ମଲାଇକା ହାର୍ଟ ଇମୋଜି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.