ଅର୍ଜୁନ୍‌ କପୁରଙ୍କ ପାଇଁ ଖାଇବା ତିଆରି କଲେ ମଲାଇକା, ଭିଡିଓ ସେୟାର କଲେ ଅଭିନେତା

ଅର୍ଜୁନ୍‌ କପୁର ଓ ମଲାଇକା ଆରୋରା ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି। ଏବେ ଏହି କପଲ ଗୋଆରେ ପରସ୍ପର ସହ ସମୟ ବିତାଉଛନ୍ତି। ଗୋଆ ଯିବା ପରଠୁ ଏହି ଯୋଡ଼ି ସୋସିଆଲ ମିଡିଆରେ ସବୁ ମୁହୂର୍ତ୍ତର ଫଟୋ ସେୟାର କରୁଛନ୍ତି। ଉଭୟ ଅର୍ଜୁନ୍‌ ଓ ମଲାଇକା ଫ୍ୟାନ୍‌ଙ୍କୁ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିଜ୍‌ରେ ଛୁଟି କାଟିବା ବେଳର ହାଇଲାଇଟ୍ସ ଦେଖାଉଛନ୍ତି।

ଏବେକାର ସବୁଠାରୁ ଲାଟେଷ୍ଟ ଖବର ହେଉଛି ମଲାଇକା ନିଜ ହାତରେ ଅର୍ଜୁନ୍‌ଙ୍କ ପାଇଁ ଖାଦ୍ୟ ତିଆରି କରିଛନ୍ତି। ଅର୍ଜୁନ୍‌ ନିଜେ ଏହି କଥା କହିଛନ୍ତି। ଅର୍ଜୁନ୍‌ ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ କେତେକ ଖାଇବା ଜିନିଷ ଦେଖିବାକୁ ମିଳିଛି। ଏଥିରେ ଅର୍ଜୁନ୍‌ କ୍ୟାପସନ୍‌ରେ ଲେଖିଛନ୍ତି, ‘ଯେତେବେଳେ ସେ ରବିବାର ଆପଣଙ୍କ ପାଇଁ ରୋଷେଇ କରେ’। ଅର୍ଜୁନ୍‌ଙ୍କର ଏହି ପୋଷ୍ଟ ବେଶ୍‌ ଭାଇରାଲ ହେଉଛି।

ଅନ୍ୟପଟେ ଅର୍ଜୁନ୍‌ଙ୍କର ଏହି ଷ୍ଟୋରୀକୁ ମଲାଇକା ମଧ୍ୟ ସେୟାର କରିଛନ୍ତି। ଏହି ଷ୍ଟୋରୀକୁ ସେୟାର କରି ମଲାଇକା ହାର୍ଟ ଇମୋଜି ଦେଇଛନ୍ତି। ଅର୍ଜୁନ୍‌ ଓ ମଲାଇକାଙ୍କର ଏହି ଷ୍ଟୋରୀକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରୁଛନ୍ତି।

 

View this post on Instagram

 

A post shared by Malaika Arora (@malaikaaroraofficial)

ଏହା ପୂର୍ବରୁ ମଲାଇକା ଅର୍ଜୁନ୍‌ଙ୍କ ସହ ନ୍ୟୁ ଇୟରରେ ଫଟୋ ସେୟାର କରିଥିଲେ। ଏହି ଫଟୋରେ ସେ କ୍ୟାପସନ୍‌ ଦେଇଥିଲେ, ‘ଆଉ ଏକ ନୂଆ ସକାଳ, ନୂଆ ଦିନ। ଏହା ଏକ ନୂଆ ବର୍ଷ…୨୦୨୧’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.