ମଲାଇକା କାହିଁକି ଦେଲେ ଅରବାଜଙ୍କୁ ଛାଡ଼ପତ୍ର, ପ୍ରଥମ ଥର ପାଇଁ ସମସ୍ତଙ୍କ ସାମ୍ନାରେ କହିଲେ କାରଣ

ମୁମ୍ବାଇ : ବଲିଉଡ଼ର ପ୍ରଯୋଜକ ଅଭିନେତା ଅରବାଜ ଖାନ ଏବଂ ଅଭିନେତ୍ରୀ ମଲାଇକା ଅରୋଡାଙ୍କ ଛାଡପତ୍ର ପରେ ନାହିଁ ନଥିବା ମିଡିଆରେ ଚର୍ଚ୍ଚା ହୋଇଥିଲା। ଏପରିକି ଏହାର କାରଣ ମଲାଇକାଙ୍କ ଅଭିନେତା ଅର୍ଜୁନ୍ କପୁରଙ୍କ ସହ ସଂପର୍କ ବୋଲି ମଧ୍ୟ କୁହାଯାଇଥିଲା। କିନ୍ତୁ ଏବେ ଏହାର କାରଣ ଉପରୁ ପରଦା ଉଠାଇଛନ୍ତି ମଲାଇକା। ପ୍ରାୟ ୨ବର୍ଷ ପରେ ଦୁହିଁଙ୍କ ଛାଡପତ୍ରର କାରଣ କହିଛନ୍ତି ଅଭିନେତ୍ରୀ।

ନିକଟରେ କରିନା କପୁରଙ୍କ ଚାର୍ଟ ଶୋରେ ଦେଖିବାକୁ ମିଳିଥିଲା ମଲାଇକା ଅରୋଡ଼ାଙ୍କୁ। ଏହି ସମୟରେ ସେ ଅରବାଜଙ୍କ ସହ ତାଙ୍କ ସଂପର୍କ ବିଷୟରେ ଖୋଲି କଥା ହୋଇଥିଲେ। ସେ କହିଥିଲେ ମହିଳାଙ୍କ ଅପେକ୍ଷା ପୁରୁଷ ଏହି ସମସ୍ତ ଜିନିଷରୁ ଶୀଘ୍ର ବାହାରିଯାଇଥାନ୍ତି।

arbaaz-khan-malaika-arora

ଶୋରେ କଥାବାର୍ତ୍ତା ସମୟରେ ମଲାଇକା କହିଥିଲେ, ଛାଡପତ୍ର ପରେ ତାଙ୍କ ସହିତ ଅରବାଜଙ୍କ ପରିବାରର କିଏ ମଧ୍ୟ ଭିନ୍ନ ବ୍ୟବହାର କରିନଥିଲେ। ଫଳରେ ଏନେଇ ଲୋକଙ୍କ ଆଖିରେ ଅନେକ ପ୍ରଶ୍ନ ନଜର ଆସିଥିଲା। ଏହା ସହ ମଲାଇକା କହିଛନ୍ତି ଛାଡପତ୍ର ନିର୍ଣ୍ଣୟ ଖୁବ କଠିନ ହୋଇଥାଏ। ତାହା ମଧ୍ୟ ଖାସ ମହିଳାଙ୍କ ପାଇଁ।

ନିଶ୍ଚିତ ପଢ଼ନ୍ତୁ: ଶବାନା ଆଜମୀ –ଜାବେଦ ଅଖତାର କାର୍ଯ୍ୟକ୍ରମ କଲେ ରଦ୍ଦ,ପାକିସ୍ତାନ କହିଲା…

ଛାଡପତ୍ର ପରେ ଅନେକ ଜିନିଷ ବଦଳିଥାଏ। ସେହି ସମୟରେ ସବୁଠାରୁ କଠିନ କାମ ରହିଥାଏ ସମାଜର ସାମ୍ନା କରିବା। ଏହି ସମସ୍ତ ଜିନିଷରେ ମହଳାଙ୍କ ଅପେକ୍ଷା ପୁରୁଷ ଅଧିକ ସହଜରେ ବାହାରି ଯାଇଥାନ୍ତି। ମୁଁ ପୁରୁଷମାନଙ୍କ ଉପରେ ଏନେଇ କୌଣସି ପ୍ରକାରର ଆରୋପ ଲଗାଉନାହିଁ କିନ୍ତୁ ଏହା ବାସ୍ତବରେ ସତ। ଏହି ବିବାହରେ ମୁଁ ଏବଂ ଅରବାଜ ଦୁହେଁ ଖୁସିରେ ନଥିଲୁ। ଫଳରେ ତାହାର ପ୍ରଭାବ ପରିବାରର ଅନ୍ୟନ୍ୟ ସଦସ୍ୟଙ୍କ ଉପରେ ପଡ଼ୁଥିଲା। ଏଣୁ ଆମେ ଏପରି ନିର୍ଣ୍ଣୟ ନେଇଥିଲୁ।

ମଲାଇକା ଏବଂ ଅରବାଜଙ୍କ ଛାଡପତ୍ର ପରେ ପୁଅ ଆରହାନର କଷ୍ଟଡି ମଲାଇକାଙ୍କ ପାଖରେ ରହିଛି। ଏପରିକି ଉଦ୍ଭୟ କଳାକାର ପିତାମାତାଙ୍କ ଦାୟିତ୍ବ ଖୁବ ଭଲ ଭାବେ ତୁଲାଉଛନ୍ତି।

ନିଶ୍ଚିତ ପଢ଼ନ୍ତୁ: ଅଜୟ ଦେବଜନଙ୍କ ବଡ଼ ନିର୍ଣ୍ଣୟ, ପାକିସ୍ତାନରେ ରିଲିଜ୍ ହେବ ନାହିଁ ଟୋଟାଲ ଧମାଲ

ବତ୍ତର୍ମାନର ଦୁହିଁଙ୍କ ସଂପର୍କ ବିଷୟରେ ମଲାଇକା କହିଛନ୍ତି, ଆମେ ଦୁହେଁ ଭଲ ସାଙ୍ଗ ତ ନାହୁଁ । କିନ୍ତୁ ପିଲାମାନଙ୍କ ପାଇଁ ଆମ ସଂପର୍କ ସାଧାରଣ ରହିଛି। ତେବେ ଆପଣଙ୍କୁ କହିବାକୁ ଚାହିଁବୁ ମଲାଇକାଙ୍କ ଏହି ଇଣ୍ଟରଭ୍ୟୁ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ଦୁହିଁଙ୍କ ସଂପର୍କ ପାଖାପାଖି ୧୮ବର୍ଷ ପରେ ଭାଙ୍ଗିଥିଲା।