ସୋସିଆଲ ମିଡିଆରେ ମଲାଇକା ସେୟାର କଲେ ନିଜ ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋ, ୟୁଜର୍ସ ଦେଲେ ଏମିତି କମେଣ୍ଟ

ଏବେକା ସମୟରେ ବଲିଉଡ ଫେମ ମଲାଇକା ଅରୋରା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲଗାତାର ନିଜ ଫଟୋ ସେୟାର କରୁଛନ୍ତି । ମଲାଇକାଙ୍କ ଏହି ଫଟୋ ଗୁଡିକରେ ଫ୍ୟାନ୍ସ ମାନେ କମେଣ୍ଟ କରିବା ସହ ଟ୍ରଲ ମଧ୍ୟ କରୁଛନ୍ତି । ଏହି ନିକଟରେ ହିଁ ମଲାଇକା ନିଜର ଏକ ବ୍ଲାକ ଏଣ୍ଡ ହ୍ୱାଇଟ ଥ୍ରୋ ବ୍ୟାକ ଫଟୋ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଫଟୋ ଗୁଡିକରେ ମଲାଇକା ଦୌଡିବା ସହ ବିକିନି ପିନ୍ଧି ପୋଜ ଦେଉଥିବାର ମଧ୍ୟ ନଜର ଆସିଛନ୍ତି । ଆକ୍ଟ୍ରେସଙ୍କ ଏହି ଷ୍ଟାଇଲିସ ଅନ୍ଦାଜ କିଛି ଜଣଙ୍କର ପସନ୍ଦ ଆସିଥିବା ବେଳେ କେତେକ ତାଙ୍କ ବୋଲଡ ଅନ୍ଦାଜକୁ ନେଇ ଟ୍ରଲ ମଧ୍ୟ କରିଛନ୍ତି । ଜଣେ ୟୁଜର ତାଙ୍କ ଏହି ପୋଷ୍ଟ ଉପରେ କମେନ୍ଟ କରି ଲେଖିଛନ୍ତିକି – ଆଣ୍ଟି ଏବେ ଆପଣଙ୍କୁ ରିଟାୟାର ନେଇ ନେବା ଉଚିତ ।

malaika

ଆଉ ଜଣେ ତ ଲେଖିଛନ୍ତି ଯେଉଁ ବି ପୋଜ ଦେଲେ ଏବେ ଆପଣଙ୍କ ବୟସ୍କ ନଜର ଆସୁଛନ୍ତି । କେତେ ଜଣ ତ ଅର୍ଜୁନ କପୁର ଓ ତାଙ୍କ ସମ୍ପର୍କକୁ ନେଇ ଖୁବ ସମାଲୋଚନା କରିଛନ୍ତି । ଅବଶ୍ୟ ଏମିତି ବି କେତେଜଣ ଅଛନ୍ତି ଯେଉଁମାନେ ମଲାଇକାଙ୍କ ଏହି ଫଟୋ ଗୁଡିକୁ ଖୁବ ପ୍ରଶଂସା କରିଛନ୍ତି । ଏହି ପିକ ଗୁଡିକରେ ସେ ଖୁବ ପତଳା ନଜର ଆସୁଥିବାରୁ କେତେ ଜଣ ତାଙ୍କୁ ଅଧିକରୁ ଅଧିକ ଖାଦ୍ୟ ଖାଇବା ପାଇଁ ଉପଦେଶ ଦେଇଛନ୍ତି । ଅବଶ୍ୟ ସୋସିଆଲ ମିଡିଆରେ ମିଳୁଥିବା ନକାରାତ୍ମକ କମେନ୍ଟ ଗୁଡିକୁ ମଲାଇକା କଡା ଜବାବ ଦେଇଥାନ୍ତି ।

malaika

ଅନ୍ୟ ପକ୍ଷରେ ଅଜୁର୍ନଙ୍କ ସହ ନିଜ ସମ୍ପର୍କକୁ ନେଇ ମଲାଇକା ଖୁବ ଉତ୍ସାହିତ ଥିବା ନଜର ଆସିଛନ୍ତି । ଦୁହେଁ ଏକା ସାଥିରେ ବିଭିନ୍ନ ବଲିଉଡ ପାର୍ଟିରେ ନଜର ଆସୁଛନ୍ତି । ମଲାଇକା ଅରୋରା ସେୟାର କଲେ ନିଜ ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋ,

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.