ମଲାଇକା ସେୟାର କଲେ #mondaymotivation ଭିଡିଓ, ଦାଦା ଶ୍ୱଶୁର ଦେଲେ ଏଭଳି କମେଣ୍ଟ

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ପ୍ରତି ସୋମବାର #mondaymotivation ନାମରେ ଭିଡିଓ ସେୟାର କରନ୍ତି। ମଲାଇକାଙ୍କ ଏହିସବୁ ଭିଡିଓ ଜିମ୍‌ କିମ୍ବା ଯୋଗ ବେଳର ରହିଥାଏ। ମଲାଇକା ଏପରି ଯୋଗ କରନ୍ତି, ଯାହାକୁ କରିବା ଏତେ ସହଜ ନୁହେଁ। ମଲାଇକାଙ୍କ ଏଭଳି ଭିଡିଓକୁ ନେଇ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ମିଳେ। ଏବେ ମଲାଇକା ଏପରି ଏକ ଭିଡିଓ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁଥିରେ ସେ ଯୋଗ କରୁଥିବା ନଜର ଆସିଛନ୍ତି। ଏବେ ଏହି ଭିଡିଓରେ ମଲାଇକାକୁ କମେଣ୍ଟ ଦେଇଛନ୍ତି ଦାଦା ଶ୍ୱଶୁର ଅର୍ଥାତ ସଞ୍ଜୟ କପୁର। ସଞ୍ଜୟ କମେଣ୍ଟରେ ମଲାଇକାଙ୍କୁ ପ୍ରଶଂସା କରିଛନ୍ତି। ଏହାସହ ଫାରହା ଖାନ ମଧ୍ୟ କମେଣ୍ଟ କରିଛନ୍ତି।

ମଲାଇକା ଏହାକୁ ଇନଷ୍ଟାରେ ପୋଷ୍ଟ କରି ଲେଖିଛନ୍ତି, ‘ଦୁନିଆର ଅନେକ ଚ୍ୟାଲେଞ୍ଜପୂର୍ଣ୍ଣ ସ୍ଥାନ ରହିଛି। ଯାହା ଆମକୁ ପରିବର୍ତ୍ତନ କରିଦେଇଥାଏ। ଆମ ଶରୀର ପାଇଁ ଶକ୍ତି ମଧ୍ୟ ଆବଶ୍ୟକ। ନିଜ କ୍ଷମତାର ସୀମାକୁ ସବୁବେଳେ ଆଗକୁ ନେବା ଉଚିତ। ଏହି ଭିଡିଓ ଜରିଆରେ ମଲାଇକା ନିଜ ଫ୍ୟାନଙ୍କୁ ପ୍ରେରଣା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.