ବ୍ରେକଅପ ପରେ ମଲାଇକା କରିଲେ ଏମିତି ଟାଟୁ, ଏହାର କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବଲିଉଡ୍ ରେ ମଲାଇକା ଆରୋରା ଜଣେ ଲୋକପ୍ରିୟ ଅଭିନେତ୍ରୀ । ତାଙ୍କ ବାପାଙ୍କ ମୃତ୍ୟୁ ପରେ ଅର୍ଜୁନ କପୁରଙ୍କ ସହ ହୋଇଯାଇଥିଲା ବ୍ରେକଅପ । ଏପରି ପରିସ୍ଥିତିରେ ଅଭିନେତ୍ରୀଙ୍କ ପାଇଁ ୨୦୨୪ ବର୍ଷ କଷ୍ଟକର ରହିଥିଲା । ପ୍ରଥମେ ଛାଡପତ୍ର ତା’ପରେ ବାପାଙ୍କ ମୃତ୍ୟୁ ଏବଂ ତା’ପରେ ହୋଥିଲା ବ୍ରେକଅପ୍ । ଅଭିନେତ୍ରୀ ଜଣକ ଏହାରି ଭିତରେ ବହୁତ ଭାଙ୍ଗି ପଡ଼ିଥିଲେ । ନିକଟରେ ମଲାଇକା ଆରୋରା ଏପରି ଏକ କଥା କହିଛନ୍ତି ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଅଭିନେତ୍ରୀ ତାଙ୍କ ଶରୀରରେ ଟାଟୁ ପଛର ଥିବା କାହାଣୀ କହିଥିଲେ । ଅଭିନେତ୍ରୀଙ୍କୁ ନିକଟରେ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଯେଉଁଠାରେ ଲୋକଙ୍କ ଧ୍ୟାନ ତାଙ୍କ ଶରୀରରେ ଥିବା ଟାଟୁ ଉପରେ ପଡ଼ିଥିଲା । ଯେତେବେଳେ ଅଭିନେତ୍ରୀଙ୍କୁ ସାକ୍ଷାତକାରରେ ଟାଟୁକୁ ନେଇ ପଚରାଗଲା ସେ ଏପରି କିଛି କହିଲେ ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ମଲାଇକା କହିଥିଲେ ଯେ ତାଙ୍କ ଶରୀରରେ ଥିବା ଟାଟୁ କେବଳ ଟାଟୁ ନୁହେଁ ବରଂ ତାଙ୍କ ଜୀବନର ମୋଡ଼ ସହିତ ଜଡିତ । ୨୦୨୪ ମସିହାରେ ଅଭିନେତ୍ରୀଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା ଏବଂ ଅର୍ଜୁନଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥିଲା ।
ତେବେ ମଲାଇକା ଟାଟୁ ବିଷୟରେ କିଛି ବ୍ୟକ୍ତିଗତ କଥା କହିଛନ୍ତି । ଏହା ତାଙ୍କ ପାଇଁ କେବଳ ଟାଟୁ ନୁହେଁ । ତାଙ୍କ ଜୀବନରେ ଆସିଥିବା ଏକ ଭିନ୍ନ ମୋଡ ଅଟେ । ମଲାଇକା କହିଛନ୍ତି ଯେ, ମୁଁ ଏହି ଟାଟୁକୁ ଏମିତି ତିଆରି କରିନାହିଁ । ଏହି ଟାଟୁ କରିବା ପଛରେ ମୋ ଜୀବନରେ ଏକ ବଡ଼ କାହାଣୀ ରହିଛି ।
ଧର୍ଯ୍ୟ ଓ କୃତଜ୍ଞ ନାମକ ସେ ଟାଟୁ କରିଥିଲେ ଯାହା ୨୦୨୪ ବର୍ଷର ଅର୍ଥକୁ ବୁଝାଇଥାଏ । ଗୋଟିଏ ବର୍ଷ ପୂର୍ବରୁ ସେ କେଉଁଠି ଥିଲେ ଓ ସେ ଏବେ କେଉଁଠି ପହଞ୍ଚିଛନ୍ତି । ସେ ଏହି ଟାଟୁକୁ ସେହି ସମୟର ସ୍ମତି ବୋଲି ଭାବୁଛନ୍ତି । ଯାହାକୁ ସେ ସବୁବେଳେ ତାଙ୍କ ସହ ରଖିବାକୁ ଚାହୁଁଛନ୍ତି ।
ମଲାଇକା ଏବଂ ଅରବାଜଙ୍କ ଛାଡପତ୍ରକୁ ୮ ବର୍ଷ ବିତିଗଲାଣି । ଅଭିନେତ୍ରୀ କହିଛନ୍ତି ଯେ ଏହି ଟାଟୁରେ ତିନୋଟି ପକ୍ଷୀ ଉଡ଼ୁଛନ୍ତି । ଏହାର ଅର୍ଥ ହେଉଛି ଏହା ମୋ ଜୀବନର ଏକ ନୂତନ ପର୍ଯ୍ୟାୟ । ମଲାଇକାଙ୍କୁ ନିକଟରେ ଗୌହାଟୀରେ ଆଇପିଏଲ ମ୍ୟାଚ୍ ସମୟରେ ପୂର୍ବତନ କ୍ରିକେଟର କୁମାର ସାଙ୍ଗାକାରାଙ୍କ ସହିତ ଦେଖିବାକୁ ମିଳିଥିଲା । ସେହି ସମୟରୁ ଖବର ଆସିବା ଆରମ୍ଭ ହେଲା ଯେ ଦୁହେଁ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିସାରିଛନ୍ତି ।
ଯେତେବେଳେ ଅଭିନେତ୍ରୀଙ୍କୁ ଏହି ଖବର ବିଷୟରେ ପଚରାଗଲା, ସେ କହିଲେ ‘ମୁଁ ଏସବୁ ଜିନିଷ ଉପରେ ଧ୍ୟାନ ଦେଉନାହିଁ।’ ତୁମେ ଏହି ଜିନିଷଗୁଡ଼ିକ ଯୋଜନା କରିପାରିବ ନାହିଁ । ମୋ ଭିତରେ ଥିବା ଧୈର୍ଯ୍ୟକୁ ମୁଁ ପ୍ରଶଂସା କରେ । ତାହା ମୋତେ ଶାନ୍ତି ଦିଏ । ମୁଁ ପୂର୍ବରୁ ଭଲ ନଥିଲି କିନ୍ତୁ ଏବେ ମୁଁ ଭଲ ଅନୁଭବ କରୁଛି ।
Also read: ମଲାଇକାଙ୍କ ସହ ସମ୍ପର୍କ ତୁଟିବା ପରେ ଅର୍ଜୁନ କପୁରଙ୍କ ବଡ ବୟାନ…ସିଙ୍ଗଲ ରହିବା ଭଲ