ଦାଢି କାଟିଲେ ଛାଡିବାକୁ ପଡିବ ଘର,ନୋବେଲ ବିଜେତା ମଲାଲା ସ୍ୱାମୀଙ୍କ ପାଇଁ ରଖିଲେ ଅଜବ ସର୍ତ୍ତ

ମଲାଲା ୟୁସୁଫଜୟୀଙ୍କ ବିଷୟରେ କିଏ ବା ନଜାଣେ । ନୋବେଲ ପ୍ରାଇଜ ବିଜେତା ମଲାଲା ୟୁସୁଫଜୟୀ କିଛି ଦିନ ପୂର୍ବରୁ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନିଜ ବିବାହକୁ ନେଇ ସେ ବେସ ଖୁସି ଥିବା କହିଥିଲେ । ସମାଜ ପାଇଁ ଅନେକ କିଛି କାମ କରି ଦେଖାଇଛନ୍ତି ମଲାଲା ୟୁସୁଫଜୟୀ । ଖାଲି ସେତିକି ନୁହେଁ ନାରୀ ଶକ୍ତି ପାଇଁ ମଧ୍ୟ ଲଢିଛନ୍ତି । ନିଜେ ତାଲିବାନୀର ଗୁଳୀ ଖାଇ ମଧ୍ୟ ହାରି ନଥିଲେ ସେ । ଅତି ସଂଘର୍ଷମୟ ଥିଲା ତାଙ୍କର ସେହି ମେଡିକାଲରେ ପଡି ରହିଖିବା ମୂହୂର୍ତ୍ତ । କିନ୍ତୁ ଏହା ପରେ ବି ସବୁ ଜିନିଷକୁ ପଛରେ ପକାଇ ନିଜ ଜୀବନକୁ ଜିତି ଯାଇଥିଲେ ମଲାଲା ।

ବର୍ତ୍ତମାନ ସାରାଦେଶ ପାଇଁ ସେ ଗର୍ବ ଓ ଗୌରବ । ତେଣୁ ନୂଆ ନୂଆ ବିବାହ କରିଥିବା ମଲାଲା ଏବେ ନିଜ ସ୍ୱାମୀଙ୍କ ପାଇଁ ରଖିଛନ୍ତି ଏକ ଅଜବ ନିୟମ । ଆପଣ ଜାଣିଛନ୍ତି ଅନେକ ପୁଅଙ୍କୁ ନିଜର ଦାଢିରଖିବା ପାଇଁ ଭଲ ଲାଗିଥାଏ , ପୁଣି କିଛି ଝିଅମାନେ ମଧ୍ୟ ଦାଢି ରଖିଥିବା ପୁଅଙ୍କୁ ପସନ୍ଦ କରିଥାଆନ୍ତି । ତେବେ ମଲାଲା ମଧ୍ୟ ଏହି ଦାଢି ପାଇଁ ନିଜ ସ୍ୱାମୀଙ୍କ ପାଖରେ ଏମିତି କିଛି ସର୍ତ୍ତ ରଖିଛନ୍ତି ।

ନିଜ ବୈବାହିକ ଜୀବନରେ ସ୍ୱାମୀ ଅସର ଅଲିଙ୍କ ସହ ଖୁସି ଥିବା କହିଛନ୍ତି ମଲାଲା ୟୁସୁଫଜୟୀ । ତେବେ ସୋସିଆଲ ମିଡିଆରେ ମଲାଲା ଓ ତାଙ୍କ ସ୍ୱାମୀଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମଲାଲା ଓ ତାଙ୍କ ସ୍ୱାମୀ ଅସର ଏକ ଗେମ ଖେଳୁ ଖେଳୁ ନୂଆ ବର୍ଷ ରିଜୋଲ୍ୟୁସନ ମଧ୍ୟ ନେଇ ଯାଇଥିଲେ । ତେବେ ଏହାରି ମଧ୍ୟରେ ମଲାଲା ନିଜ ସ୍ୱାମୀଙ୍କ ପାଇଁ ମଧ୍ୟ ସର୍ତ୍ତ ରଖିଥିଲେ । ଯଦି ତାଙ୍କ ସ୍ୱାମୀ ନୂଆ ବର୍ଷ ପୂର୍ବରୁ ଦାଢି କାଟିବେ ତେବେ ତାଙ୍କୁ ଘର ଛାଡିବା ପାଇଁ ପଡିବ କିନ୍ତୁ ଏହା ଏକ ଜୋକ ଥିଲା ବୋଲି ପରେ ଜଣା ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.