‘ଝିଅ କହି ଯୌନଦାସୀ କରି ରଖିଥିଲେ ତାମିଲ ନିର୍ଦ୍ଦେଶକ, ପ୍ରାଇଭେଟ୍ ପାର୍ଟରେ ଭର୍ତ୍ତି କରୁଥିଲେ ରଡ୍’; ଅଭିନେତ୍ରୀଙ୍କ ଲୋମଟାଙ୍କୁରା ଖୁଲାସା
ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଅଭିନେତ୍ରୀ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ସେ ତାମିଲ ନିର୍ଦ୍ଦେଶକଙ୍କ ନାଁରେ ଗୁରୁତର ଅଭିଯୋଗ ଆଣି ତାଙ୍କ ସହ ଘଟିଥିବା ଘଟଣା ବିଷୟରେ ବର୍ଣ୍ଣନା କରିଛନ୍ତି ।
ଜଷ୍ଟିସ୍ ହେମା କମିଟିର ରିପୋର୍ଟରେ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଘଟୁଥିବା ଯୌନ ଉତ୍ପୀଡ଼ନ ବିଷୟରେ ପ୍ରକାଶ ପାଇଛି । ଏ ପର୍ଯ୍ୟନ୍ତ ଅନେକ ଅଭିନେତ୍ରୀ ଇଣ୍ଡଷ୍ଟ୍ରୀର ଅଭିନେତା ଏବଂ ନିର୍ଦ୍ଦେଶକଙ୍କ ନାଁରେ ଲୋମଟାଙ୍କୁରା ଖୁଲାସା କରିଛନ୍ତି । ‘MeToo’ ଅଧୀନରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି ।
ଏବେ ଆଉ ଜଣେ ପ୍ରସିଦ୍ଧ ମାଲାୟାଲମ୍ ଅଭିନେତ୍ରୀ ସୌମ୍ୟା ତାଙ୍କ ସହ ଘଟିଥିବା ଭୟଙ୍କର ଘଟଣା ବିଷୟରେ କହିଛନ୍ତି । ସେ ନିର୍ଦ୍ଦେଶକଙ୍କୁ ନେଇ ଯେଉଁ ପ୍ରକାରର ଖୁଲାସା କରିଛନ୍ତି, ତାହା ଶୁଣିବା ପରେ ଆପଣ ମଧ୍ୟ ଶିହରି ଉଠିବେ ।
ଇଣ୍ଡଷ୍ଟ୍ରୀର ଭୟଙ୍କର ସତ୍ୟକୁ ଗଣମାଧ୍ୟମ ସାମ୍ନାକୁ ଆଣିଛନ୍ତି ସୌମ୍ୟା । ଜଣେ ତାମିଲ ନିର୍ଦ୍ଦେଶକଙ୍କ ଉପରେ ଅଭିଯୋଗ ଆଣି ସେ କହିଛନ୍ତି, କାମ ବାହାନାରେ ତାଙ୍କୁ ଯୌନଦାସୀ ପରି ରଖାଯାଇଥିଲା । କିନ୍ତୁ ସମସ୍ତଙ୍କ ସାମ୍ନାରେ ନିର୍ଦ୍ଦେଶକ ତାଙ୍କୁ ଝିଅ ବୋଲି କହୁଥିଲେ ।
ମଲିଉଡ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ ସୌମ୍ୟା ଜଣେ ଜଣାଶୁଣା ଅଭିନେତ୍ରୀ । ୯୦ ଦଶକରେ ସେ ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ବହୁ ଲୋକପ୍ରିୟତା ହାସଲ କରିଥିଲେ । ଏବେ ଅଭିନେତ୍ରୀ କହିଛନ୍ତି ଯେ ସେ ୧୮ ବର୍ଷର ହୋଇଥିବା ବେଳେ କଲେଜ ଥିଏଟର ଗ୍ରୁପ୍ ମାଧ୍ୟମରେ କିଛି ଲୋକଙ୍କ ସହ ଯୋଗାଯୋଗରେ ଆସିଥିଲେ, ଯେଉଁମାନେ ତାଙ୍କୁ ଭବିଷ୍ୟତରେ ଅଭିନୟରେ ସାହାଯ୍ୟ କରିପାରିବେ । ଏହି ସମୟ ମଧ୍ୟରେ ଜଣେ ତାମିଲ ନିର୍ଦ୍ଦେଶକ ତାଙ୍କ ବାପାଙ୍କ ମାଧ୍ୟମରେ ଫିଲ୍ମ ପାଇଁ ଯୋଗାଯୋଗ କରିଥିଲେ ।
ନିର୍ଦ୍ଦେଶକ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଝିଅ ବୋଲି ଭାବୁଥିଲେ, କିନ୍ତୁ ଏକୁଟିଆ ତାଙ୍କ ସହିତ ଖରାପ କାମ କରୁଥିଲେ । ନିର୍ଦ୍ଦେଶକଙ୍କ ନାମ ପ୍ରକାଶ ନ କରି ସୌମ୍ୟା ଅଭିଯୋଗ କରିଛନ୍ତି ଯେ ଏହି ଭୟାନକ ଘଟଣାରୁ ବାହାରିବା ପାଇଁ ତାଙ୍କୁ ୩୦ ବର୍ଷ ସମୟ ଲାଗିଛି । ଏପରି କି, ନିର୍ଦ୍ଦେଶକ ଜଣକ ମଜା ନେବା ପାଇଁ ତାଙ୍କ ପ୍ରାଇଭେଟ୍ ପାର୍ଟରେ ରଡ୍ ଭର୍ତ୍ତି କରୁଥିଲେ । ସେ ତାଙ୍କଠାରୁ ସନ୍ତାନ ମଧ୍ୟ ଚାହୁଁଥିଲେ ।
ଅଭିନେତ୍ରୀ କହିଛନ୍ତି, ସେ କେରଳ ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ପୋଲିସ ଟିମ୍ ସମ୍ମୁଖରେ ନିର୍ଦ୍ଦେଶକଙ୍କ ପରିଚୟ ପ୍ରକାଶ କରିବେ । ଏହି ଟିମ୍ ମଲିଉଡ୍ରେ ଯୌନ ଉତ୍ପୀଡ଼ନ ଘଟଣାର ଯାଞ୍ଚ କରୁଛି ।