ଜନ୍ମ ଦିନରେ ମିଳିଲା ଅଭିନେତ୍ରୀ ସହାନାଙ୍କ ମୃତଦେହ, ଜ୍ୱାଇଁ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ବାପା-ମା’

ଜନ୍ମ ଦିନରେ ଚାଲିଗଲା ମଡେଲ୍‌ ତଥା ଅଭିନେତ୍ରୀ ସହାନାଙ୍କ ଜୀବନ। ଗୁରୁବାର ଜନ୍ମ ଦିନରେ ତାଙ୍କ ମୃତ ଦେହ ସନ୍ଦେହଜନକ ଅବସ୍ଥାରେ ଘରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୋଲିସର ସୂଚନା ମୁତାବକ, ମାଲାୟାଲମ୍‌ ଅଭିନେତ୍ରୀଙ୍କ ମୃତ୍ୟୁ ରହସ୍ୟମୟ ଢଙ୍ଗରେ ହୋଇଛି। ତାଙ୍କ ମୃତ ଦେହ ଘରର ବାଥରୁମ୍‌ରୁ ମିଳିଛି। ଏ ନେଇ ପଚରାଉଚରା କରିବାକୁ ପୋଲିସ ତାଙ୍କ ସ୍ୱାମୀ ସଜ୍ଜାଦଙ୍କୁ ଅଟକ ରଖିଛି। ଘଟଣା ଦିନ ୨୨ ବର୍ଷୀୟା ସହାନାଙ୍କର ଜନ୍ମଦିନ ଥିଲା।

ତେବେ ଝିଅର ମୃତ୍ୟୁ ପରେ ତାଙ୍କ ବାପା-ମା’ ସ୍ତବ୍ଧ ହୋଇଯାଇଛନ୍ତି। ସହାନାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ତାଙ୍କ ମା’। ସେ କହିଛନ୍ତି- ତାଙ୍କ ଝିଅ କେବେ ବି ଆତ୍ମହତ୍ୟା କରିବ ନାହିଁ। ସେ ଜ୍ୱାଇଁଙ୍କ ବିରୋଧରେ ଝିଅକୁ ମାରପିଟ୍‌ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି। ଏଣୁ ସେ ହିଁ ତାଙ୍କୁ ମାରିଥିବା ସେ କହିଛନ୍ତି। ଝିଅ ସବୁ ବେଳେ ତାଙ୍କୁ କହୁଥିଲା ଯେ ଜ୍ୱାଇଁ ସଜ୍ଜାଦ ତାଙ୍କୁ ବାଡ଼ାନ୍ତି। ତାଙ୍କୁ ନିର୍ଯାତନା ଦେଉଥିଲା। ଏବେ ତାକୁ ହତ୍ୟା ବି କରିଛି। ପୋଲିସ ତାଙ୍କୁ ନ୍ୟାୟ ଦେବାକୁ ସେ ଗୁହାରୀ କରିଛନ୍ତି।


ଅନ୍ୟ ପଟେ ଏ ମାମଲାରେ ପୋଲିସ କହିଛି, ସହାନାଙ୍କ ସ୍ୱାମୀ ସଜ୍ଜାଦ ପୂର୍ବରୁ କତରରେ କାମ କରୁଥିଲେ। କିନ୍ତୁ ଏବେ ସେ ବେକାର ଅଛନ୍ତି। ନିକଟରେ ସହାନା ଏକ ଫିଲ୍ମରେ କାମ କରିଥିଲେ। କୁହାଯାଉଛି ଯେ ଏହି ଫିଲ୍ମ ପାଇଁ ସହାନାଙ୍କୁ ମିଳିଥିବା ଟଙ୍କାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଚାଲିଥିଲା। ଏହି କାରଣରୁ ସଜ୍ଜାଦ ସହାନାଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

Also Read: ଏକାଠି ବଲିଉଡ୍‌ ଡେବ୍ୟୁ କରିବେ ଶାହାରୁଖଙ୍କ ଝିଅ, ଶ୍ରୀଦେବୀଙ୍କ ଝିଅ ଓ ଅମିତାଭଙ୍କ ନାତି; ସାମ୍ନାକୁ ଆସିଲା The Archies ର ପୋଷ୍ଟର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.