ରୋହିତ ସେଟ୍ଟୀଙ୍କ ଶୋ’ରେ ଷ୍ଟଣ୍ଟ ଚ୍ୟାଲେଞ୍ଜ ରହିବ ଦମଦାର, ନଜରରେ ଆସିପାରନ୍ତି ମଲ୍ଲିକା ଶେରାୱତ ଏବଂ ସିଦ୍ଧାର୍ଥ ମାଲ୍ୟା

‘ଖତରୋଁ କେ ଖିଲାଡ଼ି ସିଜିନ୍ ୧୫’ ଶୋ ଅନେକ ଲୋକଙ୍କ ପସନ୍ଦ ଲିଷ୍ଟରେ ରହିଛି । ଶୋ’ ଟି ସଫଳତାର ସହିତ ଆଗକୁ ବଢିବାରେ ଲାଗିଛି । ଯାହା ସିଜନ ୧୫ ରେ ଆସି ପହଞ୍ଚିପାରିଛି । ଶୋ’ ର ଷ୍ଟଣ୍ଟ ପାଇଁ ଏହା ବେଶ୍ ଲୋକପ୍ରିୟ ହୋଇପାରିଛି । ବିଗ ବସ ଶୋ ର ସମାପ୍ତି ପରେ “ଖତରୋଁ କେ ଖିଲାଡ଼ି”  ଶୋ  ପାଇଁ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି ପ୍ରଶଂସକ । ଏହି ଶୋ ସହିତ ଜଡିତ ଥିବା ପ୍ରତ୍ୟେକଟି ଖବର ଲଗାତାର ଭାବେ ସାମ୍ନାକୁ  ଆସିବାରେ ଲାଗିଛି  । ଯାହା ଫଳରେ ଏହି ଶୋ କୁ ନେଇ  ପ୍ରଶଂସକଙ୍କ ମନରେ କ୍ରେଜ ଦିନକୁ ଦିନ ବଢ଼ିବାରେ ଲାଗିଛି।

ହିନ୍ଦୀ ଆକ୍ସନ ଫିଲ୍ମର ଡାଇରେକ୍ଟର ରୋହିତ ସେଟ୍ଟୀଙ୍କ ଶୋ ଅନେକ ଦିନରୁ ଚର୍ଚ୍ଚାରେ ରହି ଆସୁଛି । ଯାହାକି ଆଜିକା ସମୟର ପପୁଲାର ଶୋ ଭାବେ ପରିଗଣିତ ।ବିପଦ ସହ ଖେଳିବାକୁ ସେଲିବ୍ରେଟି ମାନଙ୍କ ଉତ୍ତେଜନାକୁ ବଢ଼ାଇ ଦେଇଛି ଏହି ଶୋ । ରୋହିତ ସେଟ୍ଟୀଙ୍କ ଷ୍ଟଣ୍ଟ ଲିଷ୍ଟରେ ବର୍ତ୍ତମାନ ୨ଜଣ ଖେଳାଳୀଙ୍କ ନାଁ ଯୋଡି ହୋଇଥିବା ଦେଖିବାକୁ ମିଳିଛି । ଆକ୍ଟ୍ରେସ ମଲ୍ଲିକା ଶେରାୱତ ଏବଂ ସିଦ୍ଧାର୍ଥ ମାଲ୍ୟା ଏହି ଶୋ ରେ ଭାଗିଦାର ହେବାକୁ ଯାଉଛନ୍ତି । ଶୋ’ର ଆରମ୍ଭ ପୂର୍ବରୁ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।  ଯେଉଁଥି ପାଇଁ ଦର୍ଶକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି ହୋଇଛି । ‘ମର୍ଡର’କୁ ନେଇ ପ୍ରଶଂସକଙ୍କ ହୃଦୟକୁ ଜିତିବାରେ ସଫଳ ହୋଇଥିଲେ ମଲ୍ଲିକା । ଏବେ ଲୋକଲୋଚନକୁ ସେ ଖୁବ୍ କମ୍ ଆସୁଛନ୍ତି । କିନ୍ତୁ ଏହି ଶୋ’ ମାଧ୍ୟମରେ ଖୁବ୍ ସହଜରେ ତାଙ୍କ ଫ୍ୟାନ୍ସଙ୍କ ପାଖରେ ପହଞ୍ଚିପାରିବେ ଆକ୍ଟ୍ରେସ ମଲ୍ଲିକା ।

ଅନେକ ଷ୍ଟାରଙ୍କୁ ‘ଖତରୋଁ କେ ଖିଲାଡ଼ି ସିଜିନ୍ ୧୫’ ପାଇଁ ଅଫର୍ ଦିଆଯାଇଥିଲା । ଯେଉଁଥିରେ ପ୍ରଥମ ନାମ ବି-ଟାଉନ ଷ୍ଟାରଙ୍କ ପ୍ରିୟ ଓରି ଓରଫ ଓରହାନ ଅବତ୍ରାମଣିଙ୍କ ଏବଂ ଦ୍ୱିତୀୟ ନାମ ଟିଭି ଅଭିନେତ୍ରୀ ଏବଂ ବିଗ ବସ୍ ୧୭ ଫେମ୍ ଇଶା । ଏହା ବ୍ୟତୀତ ଦିଗବିଜୟ ରାଠି, ଅବିନାଶ ମିଶ୍ର, ଗୁଲକି ଜୋଶୀ, କୃଶାଲ ଆହୁଜା ଏବଂ ଗୋରୀ ନାଗୋରୀ ଭଳି ସେଲିବ୍ରିଟି ମଧ୍ୟ ଏହି ଶୋ’ରେ ନଜର ଆସିବାକୁ ଯାଉଛନ୍ତି ।

 

Also Read : ନିଆରା ଢଙ୍ଗରେ ହେବ ଚ୍ୟାଲେଞ୍ଜ, ବିଗ ବସ ପରେ ଚର୍ଚ୍ଚା ରେ “ଖତରୋଁ କେ ଖିଲାଡ଼ି” ଶୋ