ସାଉଥ ଫିଲ୍ମ ସୁପରଷ୍ଟାର ବିଜୟ ବାବୁ ଗିରଫ, ଅଭିନେତ୍ରୀ ଲଗାଇଲେ ଯୌନ ଉତ୍ପୀଡନ ଅଭିଯୋଗ

ଯୌନ ନିର୍ଯାତନା ମାମଲାରେ ଗିରଫ ହେଲେ ମାଲୟାଲମ୍ ଅଭିନେତା ବିଜୟ ବାବୁ। ସାଉଥ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁଙ୍କୁ ଗିରଫ କରାଯିବା ପରେ ଦକ୍ଷିଣ ଏର୍ଣ୍ଣାକୁଲମ୍ ପୋଲିସ ଷ୍ଟେସନରେ ହାଜର କରାଯାଇଥିଲା । ଗତ ୨୨ ତାରିଖରେ କେରଳ ହାଇକୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ଫିଲ୍ମରେ ଅଭିନୟ କରିବାର ଅଫର ଦେବାର ଆଳ ଦେଖାଇ ବିଜୟ ଯୌନ ନିର୍ଯାତନା ଦେଇଥିବା ଜଣେ ଅଭିନେତ୍ରୀ ଅଭିଯୋଗ କରିଥିଲେ ।

ତେବେ ବିଜୟଙ୍କୁ ହାଇକୋର୍ଟଙ୍କ ଜାମିନ ପ୍ରଦାନ କରିବା ସହ ପାସପୋର୍ଟ ସବମିଟ୍ କରିବାକୁ କହିଛନ୍ତି । ଏଥିସହିତ ସେ ରାଜ୍ୟ ଛାଡ଼ି ବାହାରକୁ ନ ଯିବା ପାଇଁ କୋର୍ଟ କହିଛନ୍ତି । ତେବେ ଏହି ମାମଲାରେ ତଦନ୍ତକାରୀ ଟିମ୍ ବିଜୟଙ୍କୁ ଆଜିଠାରୁ ପଚରାଉଚରା ଆରମ୍ଭ କରିଛନ୍ତି । କେରଳ ହାଇକୋର୍ଟ ଜାମିନ ଦେବା ପରେ ବିଜୟ ବାବୁ ଦୁବାଇ ଫେରାର ହୋଇଯାଇଥିଲେ। ଚଳିତ ମାସରେ ଦୁବାଇରେ ଫେରିଥିଲେ, ଫଳରେ ପୋଲିସ ତାଙ୍କୁ ଗିରଫ କରିଥିଲା।

ତେବେ ବିଜୟଙ୍କ ଉପରେ ଅଭିଯୋଗ ଆସିବା ପରେ ମାଲୟାଲମ ଫିଲ୍ମ କଳାକାର ସଂଘ ପକ୍ଷରୁ ତାଙ୍କୁ ସମର୍ଥନ କରାଯାଇଛି । ଗତ ଏପ୍ରିଲ ମାସ ଶେଷରେ ବିଜୟ ଦୁବାଇ ଯାଇଥିଲେ । ସେହି ସମୟରେ ଜଣେ ମହିଳା ତାଙ୍କ ବିରୋଧରେ ଯୌନ ଅଭିଯୋଗ ଆଣିଥିଲେ । ଏହାପରେ ଅଭିନେତାଙ୍କ ନାମରେ କୋଚି ପୋଲିସ ଏଫଆଇଆର ଦାୟର କରିଥିଲା । ଗତ ଜୁନ ପହିଲାରେ ବିଜୟ କୋଚିରେ ପହଞ୍ଚିଥିଲେ ।

ବିଜୟଙ୍କ ଉପରେ ଯୁବତୀ ଜଣକ ଗମ୍ଭୀର ଅଭିଯୋଗ ଆଣିବା ପରେ ଅଭିନେତା ଜଣକ କହିଥିଲେ, ସେ ସଂପୂର୍ଣ୍ଣ ଭାବେ ନିର୍ଦ୍ଦୋଷ। ତେଣୁ ସେ ମହିଳାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାଏର କରିବେ। ହେଲେ ଏବେ ବିଜୟ ଗିରଫ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.