ବମ୍ବେ ହାଇକୋର୍ଟର ବଡ଼ ନିଷ୍ପତ୍ତି, ଡ୍ରଗ୍ସ ମାମଲାରେ ମମତା କୁଲକର୍ଣ୍ଣି ହେଲେ ନିର୍ଦ୍ଦୋଷରେ ଖଲାସ

ଡ୍ରଗ୍ ସମ୍ବନ୍ଧୀୟ ମାମଲାରେ ଅଭିନେତ୍ରୀ ମମତା କୁଲକର୍ଣ୍ଣିଙ୍କୁ ମିଳିଛି ଆରାମ । ତେବେ ଏନେଇ ପ୍ରମାଣ ଅଭାବରୁ ବମ୍ବେ ହାଇକୋର୍ଟ ମମତା କୁଲକର୍ଣ୍ଣିଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆରକୁ ବାତିଲ କରି ଦେଇଛନ୍ତି । ଡ୍ରଗ୍ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିନେତ୍ରୀ ମମତା ଏକ ପିଟିସନ ଦାଖଲ କରିଥିଲେ । ତାଙ୍କ ଆବେଦନ ଶୁଣିବା ପରେ ବମ୍ବେ ହାଇକୋର୍ଟ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି ଏବଂ କୁଲକର୍ଣ୍ଣିଙ୍କୁ ଡ୍ରଗ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କାରଣ ତାଙ୍କ ବିରୋଧରେ ଅଭିଯୋଗ ବ୍ୟତୀତ ଅନ୍ୟ କୌଣସି ପ୍ରମାଣ ନାହିଁ ।
ମମତା କୁଲକର୍ଣ୍ଣିଙ୍କ ବିରୋଧରେ ଚାଲିଥିବା ୨୦୦୦ କୋଟି ଟଙ୍କାର ଡ୍ରଗ୍ ଚୋରା ଚାଲାଣ ମାମଲାକୁ ହାଇକୋର୍ଟ ବାତିଲ କରିଛନ୍ତି । ଏହି ଅଭିନେତ୍ରୀ ତାଙ୍କ ସ୍ୱାମୀ ବିକି ଗୋସ୍ୱାମୀଙ୍କ ସହ ଡ୍ରଗ୍ ଚୋରା କାରବାର କରିଥିବା ଅଭିଯୋଗ ହୋଇଥିଲା । ଏନେଇ କୋର୍ଟ କହିଛନ୍ତି ଯେ ମମତାଙ୍କ ବିରୋଧରେ ସଠିକ୍ ପ୍ରମାଣ ନାହିଁ । ଏହି କାରଣରୁ ଏହି ମାମଲା ବନ୍ଦ ହୋଇଯାଇଛି । ଜଷ୍ଟିସ ଭାରତୀ ଡାଙ୍ଗରେ ଏବଂ ଜଷ୍ଟିସ ମଞ୍ଜୁଶା ଦେଶମୁଖଙ୍କ ବେଞ୍ଚ କୁଲକର୍ଣ୍ଣିଙ୍କ ବିରୋଧରେ ଡ୍ରଗ୍ସ ମାମଲାକୁ ଖାରଜ କରିଦେଇଛି ।
ତେବେ ଅଭିନେତ୍ରୀ ମମତା କୁଲକର୍ଣ୍ଣି ତାଙ୍କ ସ୍ୱାମୀଙ୍କ ସହ କେନିଆକୁ ଯିବା ପୂର୍ବରୁ ୫୦ ଟି ହିନ୍ଦୀ ଫିଲ୍ମରେ କାମ କରିଥିଲେ । ଏହି ଅଭିନେତ୍ରୀଙ୍କ ସ୍ୱାମୀ ବିକି ଗୋସ୍ବାମୀ ୧୯୮୫ ମସିହାରେ ଜଣେ ଡ୍ରଗ୍ ମାଫିଆ ଯିଏ ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ର ମାଷ୍ଟରମାଇଣ୍ଡ ଭାବେ ଜଡିତ ଥିଲେ ବୋଲି ଜଣାପଡିଥିଲା । ଏହି ମାମଲାରେ ଅଭିନେତ୍ରୀଙ୍କ ଓକିଲ ୨୦୧୮ ମସିହାରେ ହାଇକୋର୍ଟରେ ଆବେଦନ କରିଥିଲେ । ଅଭିନେତ୍ରୀ ତାଙ୍କ ପିଟିସନରେ କହିଥିଲେ ଯେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ଏବଂ ସେ ଏହି ମାମଲାରେ ନିର୍ଦ୍ଦୋଷ। ତାଙ୍କ ବିରୋଧରେ ମାମଲା ରଦ୍ଦ କରିବାକୁ ଅଭିନେତ୍ରୀ ମଧ୍ୟ ଦାବି କରିଥିଲେ ।
ମମତା କୁଲକର୍ଣ୍ଣି ରାଜ କୁମାର ଏବଂ ନାନା ପାଟେକରଙ୍କ ୧୯୯୨ ଫିଲ୍ମ ‘ତିରଙ୍ଗା’ରେ ଡେବ୍ୟୁ କରିଥିଲେ । ମମତା ୧୯୯୦ରେ ‘କରଣ ଅର୍ଜୁନ’, ‘କ୍ରାନ୍ତିବୀର୍’, ‘ବକ୍ଟ ହମାରା ହେ i’, ‘ସବସେ ବାଡା ଖିଲାଡି’ ଭଳି ଫିଲ୍ମରେ କାମ କରିଛନ୍ତି । ରୂପା ପରଦାରୁ ଦୂରରେ ଥିବା ଏହି ଅଭିନେତ୍ରୀ ୨୦୧୬ରେ ଡ୍ରଗ୍ ଚୋରା କାରବାର ମାମଲାରେ ଜଡିତ ଥିଲେ । ଯେଉଁଥିରେ ୨୦୦୦ କୋଟି ଟଙ୍କା ମୂଲ୍ୟର ଇଫେଡ୍ରାଇନ୍ ଜବତ କରାଯାଇଥିଲା ।