କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ବିଦା ହେଲେ କି ମମତା କୁଲକର୍ଣ୍ଣି !

ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ମମତା କୁଲକର୍ଣ୍ଣି ପୁଣି ଏବେ ଚର୍ଚ୍ଚାରେ ରହିଛନ୍ତି । କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ବିଦା ହୋଇଛନ୍ତି ସେ । ତାଙ୍କ ସହିତ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ପଦବୀରୁ ହଟାଇ ଦିଆଯାଇଛି । ଉଭୟଙ୍କୁ ଆଖଡାରୁ ବହିଷ୍କାର କରାଯାଇଛି ।
ଏହି ପଦକ୍ଷେପ ନେଇଛନ୍ତି କିନ୍ନର ଆଖଡ଼ାର ପ୍ରତିଷ୍ଠାତା ଅଜୟ ଦାସ । ସେ କହିଛନ୍ତି ଯେ ଆଖଡ଼ାକୁ ନୂଆ ଭାବରେ ଗଠନ କରାଯିବ । ୨୪ ଜାନୁୟାରୀରେ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଙ୍କୁ ମହାକୁମ୍ଭରେ ବୁଡ ପକାଇବା ପରେ ତାଙ୍କୁ କିନ୍ନର ଆଖଡାର ମହାମଣ୍ଡଳେଶ୍ବର କରାଯାଇଥିଲା । ଏହି ଘୋଷଣାକୁ ନେଇ କିଛି ସାଧୁ ,ସନ୍ଥ, ଆପତ୍ତି କରିଥିଲେ । ଲଷ୍ମୀ ନାରାୟଣ ତ୍ରିପାଠୀଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତିକୁ ନେଇ କିନ୍ନର ସମାଜରେ ଝଡ ସଷ୍ଟି ହୋଇଥିଲା ।
ଯାହାକୁ ଆଖଡାରେ ବିରୋଧ କରାଯାଇଥିଲା । କିନ୍ନର ଆଖଡା ସଂସ୍ଥାପକ ଋଷି ଅଜୟ ଦାସ ଲଷ୍ମୀଙ୍କ ନିଷ୍ପତ୍ତି କୁ ବିରୋଧ କରିବା ସହ ମମତା କୁଲକର୍ଣ୍ଣିଙ୍କୁ ମହାମଣ୍ଡଳ ପଦବୀରୁ ହଟାଇଦିଆଯାଇଛି । ସୂଚନା ଅନୁସାରେ ମମତା କିଛି ଦିନ ପୂର୍ବରୁ ମହାକୁମ୍ଭରେ ତାଙ୍କର ସନ୍ୟାସ ଘୋଷଣା କରିଥିଲେ । କିନ୍ନର ଆଖଡ଼ାରେ ମମତା ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ ତ୍ରିପାଠିଙ୍କୁ ଭେଟିଥିଲେ। ଏହା ପରେ, ମମତା ସଙ୍ଗମରେ ପିଣ୍ଡଦାନର ବିଧି କରିଥିଲେ ଏବଂ ତାଙ୍କର ରାଜ୍ୟାଭିଷେକ କିନ୍ନର ଆଖଡ଼ାରେ ହୋଇଥିଲା ।
ମହାକୁମ୍ଭରେ ସନ୍ୟାସ ଗ୍ରହଣ କରିବା ପରେ, ମମତାଙ୍କୁ ଏକ ନୂତନ ଆଧ୍ୟାତ୍ମିକ ନାମ ‘ଶ୍ରୀ ଯମୟୀ ମମତା ନନ୍ଦ ଗିରି’ ଦିଆଯାଇଥିଲା। ଏହା ସହିତ, ତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ଭାବରେ ନିଯୁକ୍ତ କରାଯାଇଥିଲା ।
Also read:ମମତା କୁଲକର୍ଣ୍ଣି ମହାମଣ୍ଡଳେଶ୍ବର ହେବା ନେଇ ବର୍ଷିଲେ ବାବା ରାମଦେବ, ଗୋଟିଏ ଦିନରେ କିଏ ବି ସନ୍ଥ ହୋଇ ପାରିବ ନାହିଁ