ଉର୍ଫିଙ୍କୁ ଭିଡିଓ ସେକ୍ସ ପାଇଁ ବାଧ୍ୟ କରୁଥିବା ବ୍ୟକ୍ତି ଗିରଫ, ସୋସିଆଲ ମିଡିଆରେ ସେୟାର କଲେ ହ୍ଵାଟସଆପ୍‌ ସ୍କ୍ରିନସଟ୍‌

ଅଭିନେତ୍ରୀ ଉର୍ଫି ଜାଭେଦ ସବୁବେଳେ ନିଜର ବୋଲ୍ଡନେସ ଏବଂ ଫଟୋଶୁଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଫ୍ୟାଶନ ଏବଂ ଅତରଙ୍ଗୀ ଡ୍ରେସିଂ ଅନ୍ଦାଜକୁ ନେଇ ଫ୍ୟାନ୍ସମାନଙ୍କ ପାଖରେ ବେଶ୍‌ ଚର୍ଚ୍ଚିତ ରହିଛନ୍ତି ଉର୍ଫି। କେତେବେଳେ ଅଖାରେ ଡ୍ରେସ, ତ କେତେବେଳେ ବ୍ଲେଡ ଆଉ କେତେବେଳେ କାଚରେ ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କୁ ମତୁଆଲା କରନ୍ତି। ସବୁବେଳେ ନିଜ ପୋଷ୍ଟକୁ ନେଇ ଆଲୋଚନାରେ ରହୁଥିବା ଉର୍ଫି କିନ୍ତୁ ଏବେ ଆଉ ଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ ଭିଡିଓ ସେକ୍ସ କରିବା ମାମଲାରେ ଚର୍ଚ୍ଚାର କାରଣ ପାଲଟିଛନ୍ତି । ଏଥିପାଇଁ ସେ ପୋଲିସରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି । ଆଉ ଉର୍ଫିଙ୍କ ଅଭିଯୋଗ ପରେ ପୋଲିସ ଉକ୍ତ ଯୁବକଙ୍କୁ ଗିରଫ କରିଛି। ଉର୍ଫି ନିଜେ ଏହା ବିଷୟରେ ସୋସିଆଲ ମିଡିଆରେ ଜଣାଇଛନ୍ତି।

ସୂଚନାଯୋଗ୍ୟ, ତେବେ ଅଭିଯୋଗକୁ ୧୪ ଦିନ ବିତିଯିବା ପରେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ପୋଲିସ ବିପକ୍ଷରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। କିନ୍ତୁ ଏବେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପରେ ପୁଣି ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇଛନ୍ତି। ଉର୍ଫି ଲେଖିଛନ୍ତି, ମୋତେ ହଇରାଣ କରୁଥିବା ବ୍ୟକ୍ତିକୁ ପୋଲିସ ଗିରଫ କରିଛି। ଏବେ ସେ ଜେଲରେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମୁମ୍ବାଇ ପୋଲିସ।

ଉର୍ଫିଙ୍କ ଅଭିଯୋଗ ଅନୁଯାୟୀ, ଜଣେ ବ୍ୟକ୍ତି ତାଙ୍କୁ ଦୀର୍ଘ ଦିନରୁ ହଇରାଣ କରୁଛି । ୨ ବର୍ଷ ତଳେ କେହି ଜଣେ ବ୍ୟକ୍ତି ଉର୍ଫିଙ୍କ ଫଟୋକୁ ଅଶ୍ଳୀଳ କରି ଏହାକୁ ଭାଇରଲ କରିଥିଲା । ଏ ନେଇ ପୋଲିସ ନିକଟରେ ଉର୍ଫି ଅଭିଯୋଗ କରିଥିବା ମଧ୍ୟ କହିଛନ୍ତି । ୨ ବର୍ଷ ତଳେ ପୋଷ୍ଟ କରିଥିବା ଏକ ଫଟୋ ପରିବର୍ତ୍ତେ ଜଣେ ବ୍ୟକ୍ତି ଉର୍ଫିଙ୍କୁ ଭିଡିଓ ସେକ୍ସ କରିବା ପାଇଁ ବାଧ୍ୟ କରିଥିଲା । ନଚେତ ସେହି ଫଟୋକୁ ବିଭିନ୍ନ ବଲିଉଡ ପେଜକୁ ଦେଇ ତାଙ୍କ କ୍ୟାରିୟର ବରବାଦ କରି ଦେବା ପାଇଁ ଧମକ ଦେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

 

View this post on Instagram

 

A post shared by Uorfi (@urf7i)

ଉର୍ଫି ସୋସିଆଲ ମିଡିଆରେ ଓବୋଦ ଆଫରିଦି ନାମକ ଏକ ବ୍ୟକ୍ତିର ଫଟୋ ସେୟାର କରିଛନ୍ତି। ଏହା ସହିତ କିଛି ହ୍ଵାଟସଆପ୍‌ ଚାଟକୁ ସ୍କ୍ରିନସଟ୍‌ ନେଇ ମଧ୍ୟ ସେୟାର କରିଥିଲେ।

 

View this post on Instagram

 

A post shared by Uorfi (@urf7i)

Also Read : ‘ରାଜୁ ଉଠ… ବହୁତ ହେଇଗଲା…ଏବେ ଅନେକ କାମ କରିବାକୁ ବାକି ଅଛି’ : ଅମିତାଭ ବଚ୍ଚନ

Leave A Reply

Your email address will not be published.