ସୋସିଆଲ ମିଡିଆକୁ ବ୍ଲାଷ୍ଟ କରୁଛି ଯୁବକଙ୍କ ଖତରନାକ୍‌ ଡ୍ୟାନ୍ସ, ଭିଡିଓ ଦେଖି ହ୍ରିତିକ ରୋସନଙ୍କ ଠାରୁ ରେମୋ ଡିସୁଜା ପର୍ଯ୍ୟନ୍ତ ସବୁ ମାଗୁଛନ୍ତି ତାଙ୍କ ଠିକଣା

ସୋସିଆଲ ମିଡିଆ ମାଧ୍ୟମରେ ଗୋଟିଏ ରାତି ମଧ୍ୟରେ ଲୋକମାନେ ଫେମସ୍‌ ହେଉଥିବା ଅନେକ ଉଦାହରଣ ଆମେ ଦେଖିଛନ୍ତି। ଏହି ଉଦାହରଣ ମଧ୍ୟରୁ ଜଣେ ହେଉଛନ୍ତି ରେଳ ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳ। ଯାହାଙ୍କର ଗୀତ ସୋସିଆଲ ମିଡିଆରେ ବ୍ଲାଷ୍ଟ କରିଥିଲା। ରାତାରାତି ରାନୁ ମଣ୍ଡଳ ପାଲଟିଯାଇଥିଲେ ସେଲିବ୍ରିଟୀ। କେବଳ ଏତିକି ନୁହେଁ ରାନୁ ମଣ୍ଡଳଙ୍କ ଗୀତ ଶୁଣି ମ୍ୟୁଜିକ ଡାଇରେକ୍ଟର ହିମେଶ ରେସମିଆ ମଧ୍ୟ ଫିଲ୍ମରେ ଗୀତ ଗାଇବାକୁ ଅଫର ଦେଇଥିଲେ।। ଏବେ ଲାଗୁଛି ଏମିତି ଏକ ଘଟଣା ଆଉ ଥରେ ହେବାକୁ ଯାଉଛି।

hritikkଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ ଯେ କେମିତି। ଆଜ୍ଞା ହଁ ଆପଣ ଯାହା ଶୁଣିଲେ ଠିକ୍‌ ଶୁଣିଲେ, ଜଣେ ଯୁବକ ଟିକଟକ ଭିଡିଓରେ ଏମିତି ଡ୍ୟାନ୍ସ କରିଛନ୍ତି ଯେ କୋରିଓଗ୍ରାଫର ଏବଂ ଫିଲ୍ମ ଡିରେକ୍ଟର ରେମୋ ଡିସୁଜାଙ୍କ ଠାରୁ ଆରମ୍ଭ କରି ବଲିଉଡର ବେଷ୍ଟ ଡ୍ୟାନ୍ସର ହ୍ରିତିକ୍‌ ରୋସନ ପଯ୍ୟର୍ନ୍ତ ସମସ୍ତେ ଏହି ଯୁବକଙ୍କ ଘରର ଠିକଣା ପଚାରୁଛନ୍ତି।

ଟ୍ଵିଟରରେ ଏହି ଯୁବକଙ୍କର ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଯୁବକ ଜଣଙ୍କ ରେମୋ ଡିସୁଜାଙ୍କ ଆଗାମୀ ଫିଲ୍ମ ‘ଷ୍ଟ୍ରୀଟ୍‌ ଡ୍ୟାନ୍ସର ୩’ର ନୂଆ ଗୀତ ମୁକାବିଲାରେ ବ୍ଲାଷ୍ଟ କରୁଥିବା ଦେଖିବାକୁ ମିଳୁଛି। ଭିଡିଓରେ ସେ କେବଳ ଗୋଟିଏ ନୁହେଁ ବରଂ ଅନେକ ଗୀତରେ ସେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ଯୁବକଙ୍କ ଡ୍ୟାନ୍ସ ଦେଖିଲେ ଆପଣ ମାଇକେଲ ଜ୍ୟାକସନଙ୍କ ଡ୍ୟାନ୍ସକୁ ମନେ ପକାଇବେ। ଟିକଟକରେ ଭାଇରାଲ ହେଉଥିବା ଏହି ଭିଡିଓକୁ ହ୍ରିତିକ ରୋସନ ନିଜେ ତାଙ୍କ ଟ୍ଵିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଆପଣ ବି ଦେଖନ୍ତୁ ଏହି ଭିଡିଓ ଯାହା ଏବେ ସୋସିଆଲ ମିଡିଆକୁ ବ୍ଲାଷ୍ଟ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.