‘ସୂର୍ଯ୍ୟବଂଶମ’ ଫିଲ୍ମ ବାରମ୍ବାର ଦେଖି ମାନସିକ ସ୍ୱାସ୍ଥ୍ୟ ଖରାପ ହୋଇଗଲାଣି, ସେଟ୍ ମ୍ୟାକ୍ସକୁ ଚିଠି ଲେଖିଲେ ବ୍ୟକ୍ତି

ଅମିତାଭ ବଚ୍ଚନ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱର ଲୋକେ ପସନ୍ଦ କରନ୍ତି। ତାଙ୍କର ନୂଆ, ପୁରୁଣା ଫିଲ୍ମ ଦେଖିବାକୁ ସମସ୍ତଙ୍କର ଇଚ୍ଛା ରହିଥାଏ । ଏଥିମଧ୍ୟରୁ ଗୋଟେ ଫିଲ୍ମ ହେଉଛି ସୂର୍ଯ୍ୟବଂଶମ। ଏହି ଫିଲ୍ମ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏହି ଫିଲ୍ମ ସବୁବେଳେ ସେଟ୍ ମ୍ୟାକ୍ସରେ ଦେଖିବାକୁ ମିଳିଥାଏ । ତେବେ ଏହି ଚ୍ୟାନେଲରେ ବାରମ୍ବାର ସୂର୍ଯ୍ୟବଂଶମ ଫିଲ୍ମ ଦେଖିବାକୁ ମିଳିଥିବାରୁ ଜଣେ ଦର୍ଶକ ଚ୍ୟାନେଲର ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ଆଉ ନିଜକୁ ସୂର୍ଯ୍ୟବଂଶମ ପୀଡିତ ବୋଲି କହିଛନ୍ତି।
ସେଟ୍ ମ୍ୟାକ୍ସ ଚ୍ୟାନେଲକୁ ଚିଠି ଲେଖିଥିବା ବ୍ୟକ୍ତି ଜଣକ କହିଛନ୍ତି, ଏହି ଫିଲ୍ମ ବାରମ୍ବାର ପ୍ରସାରଣ ଯୋଗୁଁ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ଏହାକୁ ଦେଖି ଦେଖି ବିରକ୍ତି ଲାଗିଲାଣି । ଆଉ ଏହି ଚିଠି ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏଥିରେ ଅନେକ ଲୋକ କମେଣ୍ଟ କରି ନିଜର ମନ୍ତବ୍ୟ ଦେଇଥିବା ବେଳେ ଲେଖକଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଫିଲ୍ମର ନାୟକ ହୀରା ଠାକୁର ଏବଂ ତାଙ୍କ ପରିବାରକୁ ମୁଁ ଭାବେ ଚାଣିଛି। ସୂର୍ଯ୍ୟବଂଶମ ଆଉ କେତେ ଥର ପ୍ରସାରିତ ହେବ ବୋଲି ପଚାରିଛନ୍ତି । ଏହାଛଡା ଫିଲ୍ମ ବାରମ୍ବାର ପ୍ରସାରିତ ହେବା କାରଣରୁ ମାନସିକ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଛି। ଯଦି ଅଧିକ ମାନସିକ ସ୍ୱାସ୍ଥ୍ୟ ବିଗିଡେ, ତେବେ ଚ୍ୟାନେଲ ଦାୟୀ ହେବ ।
View this post on Instagram
ବଲିଉଡର ଭାଇରଲ ଭୟାନୀ ଏହାକୁ ସେୟାର କରିଛନ୍ତି । ତେବେ ଏହା ଭାଇରଲ ହେବା ପରେ ଲୋକେ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି।
ଜଣେ କହିଛନ୍ତି, ଏହା ନିଶ୍ଚିତ ଦରକାର ଥିଲା, ଆପଣଙ୍କୁ ଧନ୍ୟବାଦ ।
ଆଉ ଜଣେ କହିଛନ୍ତି, ଯାହା ହଉ ଶେଷରେ କିଏ ତ ଭଲ କାମ କରିଲା ।
‘୧୦ ଟଙ୍କାର ଚିଠିର ଦାମ୍ ତୁମେ କ’ଣ ଜାଣିବ ସେଟ୍ ମ୍ୟାକ୍ସ’ ।
ଆଉ ଜଣେ କହିଛନ୍ତି, ଯାହା ହଉ ଶେଷରେ କେହି ଜଣେ ଏଥିପାଇଁ ଷ୍ଟାଣ୍ଡ ନେଲେ ।
ସୂଚନାଯୋଗ୍ୟ, ସେଟ୍ ମ୍ୟାକ୍ସ ୧୦୦ ବର୍ଷ ପାଇଁ ସୂର୍ଯ୍ୟବଂଶମର ରାଇଟସକୁ କିଣିଛି । ଏହି କାରଣ ଯୋଗୁଁ ଫିଲ୍ମ ବାରମ୍ବାର ଚ୍ୟାନେଲରେ ପ୍ରସାରିତ ହେଉଛି । ୧୯୯୯ରେ ଆସିଥିବା ଫିଲ୍ମ ସେଟ୍ ମ୍ୟାକ୍ସରେ ଲଗାତାର ଦେଖିବାକୁ ମିଳିଛି। ସୂର୍ଯ୍ୟବଂଶମ ଏକ ତାମିଲ ଫିଲ୍ମର ରିମେକ । ଏଥିରେ ଅମିତାଭ ବଚ୍ଚନ ଡବଲ ରୋଲ କରିଥିଲେ । ବାପା ଏବଂ ପୁଅ ଭୂମିକାରେ ନଜର ଆସିଥିଲେ ।